Posted inଜାତୀୟ

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ

ନୂଆଦିଲ୍ଲୀ,୩।୪: ଭାରତରେ ଚଳିତବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରଠାରୁ ଗତ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ଏହି ମାସରେ ହାରାହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ୨୦୧୦ ମାର୍ଚ୍ଚରେ ହାରାହାରି ତାପମାତ୍ରା ୩୩.୦୯ ଡିଗ୍ରୀ ସେଲ୍‌ସିୟସ ରହି ସର୍ବକାଳୀନ ରେକର୍ଡ କରିଥିବାବେଳେ ଏ ବର୍ଷ ସେହି ରେକର୍ଡ ଭାଙ୍ଗିଛି। ଏପ୍ରିଲରେ ମଧ୍ୟ ତାତି ବଢ଼ିବ। ପ୍ରଥମ ୧୦ରୁ ୧୫ ଦିନ ପାଗ ଶୁଖିଲା ରହି କ୍ରମେ ପାରଦ ବୃଦ୍ଧି ପାଇବ ବୋଲି ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର, ଆଇଏମ୍‌ଡିର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି। ବିଶ୍ୱରେ ଗତ ୨ ଦଶନ୍ଧିରେ ସବୁଠୁ ଉତ୍ତପ୍ତ ବର୍ଷର ରେକର୍ଡ ରହିଛି। ତାପମାତ୍ରା ବୃଦ୍ଧି, ବାତ୍ୟା ତୀବ୍ରତା, ପ୍ରବଳ ବୃଷ୍ଟିପାତ ଭଳି ପାଣିପାଗ ପରିବର୍ତ୍ତନର ଘାତକ ପ୍ରଭାବ ଭାରତରେ ମଧ୍ୟ ପରିଲକ୍ଷିତ ହେଉଥିବା ସେ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଗତ ମାର୍ଚ୍ଚର ଦ୍ୱିତୀୟାର୍ଦ୍ଧରେ ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା ସର୍ବୋଚ୍ଚ ତାପମାତ୍ରାରେ ରେକର୍ଡ ସୃଷ୍ଟି ହୋଇଛି। ଦିଲ୍ଲୀ, ହରିୟାଣା ସମେତ ଉତ୍ତରରେ ଥିବା ହିଲ୍‌ ଷ୍ଟେଶନଗୁଡ଼ିକରେ ସାଧାରଣ ତାପମାତ୍ରାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ଚନ୍ଦ୍ରପୁର, ଜମ୍ମୁ, ଧର୍ମଶାଳା, ପଟିଆଲା, ଡେରାଡୁନ୍‌, ଗ୍ବାଲିୟର, କୋଟା, ପୁଣେ ଆଦି ସହରରେ ଥିବା ପାଣିପାଗ କେନ୍ଦ୍ରଗୁଡ଼ିକ ମାର୍ଚ୍ଚରେ ସର୍ବାଧିକ ତାପମାତ୍ରା ରେକର୍ଡ କରିଛନ୍ତି। ପଶ୍ଚିମ ହିମାଳୟ ଅଞ୍ଚଳରେ ମଧ୍ୟ କିଛି ଦିନ ପାଇଁ ତାପମାତ୍ରା ୭ରୁ ୧୧ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଡେରାଡୁନ୍‌, ଧର୍ମଶାଳା କିମ୍ବା ଜମ୍ମୁ ଭଳି ହିଲ୍‌ ଷ୍ଟେଶନରେ ମାର୍ଚ୍ଚରେ ପାରଦ ୩୪ରୁ ୩୫ ଡିଗ୍ରୀ ରହିବା ସାମାନ୍ୟ ଠାରୁ ବେଶ୍‌ ଅଧିକ ବୋଲି ବୈଜ୍ଞାନିକ ରାଜେନ୍ଦ୍ର କହିଛନ୍ତି। ସାଧାରଣତଃ ମହାରାଷ୍ଟ୍ର, ଗୁଜରାଟ, ତେଲଙ୍ଗାନା ଏବଂ ଓଡ଼ିଶାର ଆଭ୍ୟନ୍ତର ଅଞ୍ଚଳ ସର୍ବାଧିକ ହିଟ୍‌ ଜୋନ୍‌ରେ ଗଣାଯାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଉପରୋକ୍ତ ଅଞ୍ଚଳକୁ ଛାଡ଼ି ଭାରତର ଅନ୍ୟ ସ୍ଥାନରେ ମଧ୍ୟ ସମାନ ଭାବେ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଛି। ବିଶେଷକରି ପଶ୍ଚିମ ହିମାଳୟ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଏତେମାତ୍ରାରେ ପାରଦ ବୃଦ୍ଧି ଦେଖାଯାଇ ନ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲ୍‌ସିୟସ୍‌ ଥିବାବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୨୪ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ୧୯୮୧-୨୦୧୦ ପାଣିପାଗ ଡାଟା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚରେ ହାରାହାରି ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ଯଥାକ୍ରମେ ୧.୮୬ ଡିଗ୍ରୀ ଏବଂ ୧.୩୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଛି। ଗତ ଗୁରୁବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ପାର୍‌ କରିଛି। ଏପ୍ରିଲ ୩ରୁ ୬ ତାରିଖ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଭାରତରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇପାରେ ବୋଲି ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri