Posted inଜାତୀୟ

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ

ନୂଆଦିଲ୍ଲୀ,୩।୪: ଭାରତରେ ଚଳିତବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରଠାରୁ ଗତ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ଏହି ମାସରେ ହାରାହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ୨୦୧୦ ମାର୍ଚ୍ଚରେ ହାରାହାରି ତାପମାତ୍ରା ୩୩.୦୯ ଡିଗ୍ରୀ ସେଲ୍‌ସିୟସ ରହି ସର୍ବକାଳୀନ ରେକର୍ଡ କରିଥିବାବେଳେ ଏ ବର୍ଷ ସେହି ରେକର୍ଡ ଭାଙ୍ଗିଛି। ଏପ୍ରିଲରେ ମଧ୍ୟ ତାତି ବଢ଼ିବ। ପ୍ରଥମ ୧୦ରୁ ୧୫ ଦିନ ପାଗ ଶୁଖିଲା ରହି କ୍ରମେ ପାରଦ ବୃଦ୍ଧି ପାଇବ ବୋଲି ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର, ଆଇଏମ୍‌ଡିର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି। ବିଶ୍ୱରେ ଗତ ୨ ଦଶନ୍ଧିରେ ସବୁଠୁ ଉତ୍ତପ୍ତ ବର୍ଷର ରେକର୍ଡ ରହିଛି। ତାପମାତ୍ରା ବୃଦ୍ଧି, ବାତ୍ୟା ତୀବ୍ରତା, ପ୍ରବଳ ବୃଷ୍ଟିପାତ ଭଳି ପାଣିପାଗ ପରିବର୍ତ୍ତନର ଘାତକ ପ୍ରଭାବ ଭାରତରେ ମଧ୍ୟ ପରିଲକ୍ଷିତ ହେଉଥିବା ସେ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଗତ ମାର୍ଚ୍ଚର ଦ୍ୱିତୀୟାର୍ଦ୍ଧରେ ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା ସର୍ବୋଚ୍ଚ ତାପମାତ୍ରାରେ ରେକର୍ଡ ସୃଷ୍ଟି ହୋଇଛି। ଦିଲ୍ଲୀ, ହରିୟାଣା ସମେତ ଉତ୍ତରରେ ଥିବା ହିଲ୍‌ ଷ୍ଟେଶନଗୁଡ଼ିକରେ ସାଧାରଣ ତାପମାତ୍ରାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ଚନ୍ଦ୍ରପୁର, ଜମ୍ମୁ, ଧର୍ମଶାଳା, ପଟିଆଲା, ଡେରାଡୁନ୍‌, ଗ୍ବାଲିୟର, କୋଟା, ପୁଣେ ଆଦି ସହରରେ ଥିବା ପାଣିପାଗ କେନ୍ଦ୍ରଗୁଡ଼ିକ ମାର୍ଚ୍ଚରେ ସର୍ବାଧିକ ତାପମାତ୍ରା ରେକର୍ଡ କରିଛନ୍ତି। ପଶ୍ଚିମ ହିମାଳୟ ଅଞ୍ଚଳରେ ମଧ୍ୟ କିଛି ଦିନ ପାଇଁ ତାପମାତ୍ରା ୭ରୁ ୧୧ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଡେରାଡୁନ୍‌, ଧର୍ମଶାଳା କିମ୍ବା ଜମ୍ମୁ ଭଳି ହିଲ୍‌ ଷ୍ଟେଶନରେ ମାର୍ଚ୍ଚରେ ପାରଦ ୩୪ରୁ ୩୫ ଡିଗ୍ରୀ ରହିବା ସାମାନ୍ୟ ଠାରୁ ବେଶ୍‌ ଅଧିକ ବୋଲି ବୈଜ୍ଞାନିକ ରାଜେନ୍ଦ୍ର କହିଛନ୍ତି। ସାଧାରଣତଃ ମହାରାଷ୍ଟ୍ର, ଗୁଜରାଟ, ତେଲଙ୍ଗାନା ଏବଂ ଓଡ଼ିଶାର ଆଭ୍ୟନ୍ତର ଅଞ୍ଚଳ ସର୍ବାଧିକ ହିଟ୍‌ ଜୋନ୍‌ରେ ଗଣାଯାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଉପରୋକ୍ତ ଅଞ୍ଚଳକୁ ଛାଡ଼ି ଭାରତର ଅନ୍ୟ ସ୍ଥାନରେ ମଧ୍ୟ ସମାନ ଭାବେ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଛି। ବିଶେଷକରି ପଶ୍ଚିମ ହିମାଳୟ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଏତେମାତ୍ରାରେ ପାରଦ ବୃଦ୍ଧି ଦେଖାଯାଇ ନ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୩.୧ ଡିଗ୍ରୀ ସେଲ୍‌ସିୟସ୍‌ ଥିବାବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୨୪ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ୧୯୮୧-୨୦୧୦ ପାଣିପାଗ ଡାଟା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚରେ ହାରାହାରି ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ଯଥାକ୍ରମେ ୧.୮୬ ଡିଗ୍ରୀ ଏବଂ ୧.୩୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଛି। ଗତ ଗୁରୁବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ପାର୍‌ କରିଛି। ଏପ୍ରିଲ ୩ରୁ ୬ ତାରିଖ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଭାରତରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇପାରେ ବୋଲି ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେରର ଫଣ୍ଡିଂ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, କଶ୍ମୀରରୁ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ

ନୂଆଦିଲ୍ଲୀ,୯।୫: ଟେରର ପଣ୍ଡିଂକୁ ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଆକ୍ସନରେ। ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ମଙ୍ଗଳବାର ଏନଆଇଏ ଦ୍ୱାରା ଚଢାଉ କରାଯାଇଛି। ଶ୍ରୀନଗର, ଅନନ୍ତନାଗ, କୁପଓ୍ବାଡା,...

ତୁଟୁନି କଂଗ୍ରେସ ଭିତରର କଳି, ମୋଦି ସରକାରଙ୍କୁ ଖୋଲାଖୋଲି ପ୍ରଶଂସା କଲେ ରାଜ ବବ୍ୱର

ନୂଆଦିଲ୍ଲୀ,୪ ।୯: କଂଗ୍ରେସ ଲଗାତାର ଭାବରେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛି । ଏହାପରେ ବି ନେତାଙ୍କ ମଧ୍ୟରେ ଅଶାନ୍ତି ବଢିବାରେ...

ଜମ୍ମୁ-କଶ୍ମୀର ଆଇଡି ଦେଖାଇଲେ ୩୭୦ ଟଙ୍କା ରିହାତି

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଜଣାଶୁଣା ହୋଟେଲ ଆର୍ଡୋର ୨.୧ କଶ୍ମୀରୀଙ୍କ...

ଆଉ ବର୍ଷେ ଯାଏ ମିଳିବ ‘ମାଗଣା ରାସନ’

ନୂଆଦିଲ୍ଲୀ,୨୩।୧୨: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶର ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଯୋଜନାକୁ ଆଉ ଏକ ବର୍ଷକ ଯାଏ ବୃଦ୍ଧି କରିଛନ୍ତି...

ବାତ୍ୟା ମାଣ୍ଡୋସ: ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ, ୯।୧୨:ବାତ୍ୟା ମାଣ୍ଡୋସ କାରଣରୁ ତାମିଲନାଡୁର ୬ ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର,...

କଂଗ୍ରେସକୁ ପୁଣି ଫେରିବେ କି ସଚିନ

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ...

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ...

୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର...

Advertisement
Archives

Model This Week