୧୦ ବର୍ଷରେ ଗଲାଣି ୪୫ ହଜାର ଜୀବନ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ତେବେ ଚଳିତବର୍ଷ କୋଭିଡ୍‌-୧୯ କଟକଣା ଯୋଗୁ ଦୁର୍ଘଟଣା ହାରରେ ସାମାନ୍ୟ ବ୍ରେକ ଲାଗିଛି। ୨୦୧୯ ତୁଳନାରେ ୨୦୨୦ରେ ୨୦ ପ୍ରତିଶତ କମିଛି। ସଡ଼କ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଉଦ୍‌ବେଗ ପ୍ରକାଶ କରୁଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣା ହାରକୁ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ୫୦ ପ୍ରତିଶତ ହ୍ରାସ କରିବାକୁ କମିଟି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଛନ୍ତି। ଏହା ସତ୍ତ୍ୱେ ଦୁର୍ଘଟଣା ବଢି ଚାଲିଛି। ଆସନ୍ତା ୯ ତାରିଖରେ ସୁପ୍ରିମ କୋର୍ଟ କମିଟି ଦୁର୍ଘଟଣାକୁ ନେଇ ଭର୍ଚୁଆଲ ବୈଠକରେ ସମୀକ୍ଷା କରିବେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପରିବହନ ସଚିବ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଅଧ୍ୟକ୍ଷ ଉପସ୍ଥିତ ରହିବେ।
ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସଡ଼କ ଦୁର୍ଘଟଣା ୨୦ ପ୍ରତିଶତ କମ୍‌ ରହିଛି। ୨୦୧୯ ସେପ୍ଟେମ୍ବର ୩୦ ଯାଏ ରାଜ୍ୟରେ ୮୨୦୩ ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ୬୭୦୬ଟି ଦୁର୍ଘଟଣା ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଦୁର୍ଘଟଣା ହାରରେ ହ୍ରାସ ଘଟିଥିବା କୁହାଯାଉଛି। ୨୦୧୯ ଜାନୁୟାରୀରୁ ଜୁନ୍‌ ୩୦ ତାରିଖ ଯାଏ ରାଜ୍ୟରେ ୫୮୦୨ ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ଏହି ସମୟ ସୁଦ୍ଧା ୪୪୦୪ ଦୁର୍ଘଟଣା ହୋଇଥିଲା। ଏହି ସମୟରେ ଯଥାକ୍ରମେ ୩୦୧୩ ଓ ୨୦୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯୩୪ ଓ ୪୨୬୮ ଜଣ ଆହତ ହୋଇଛନ୍ତି। ୨୦୧୯ ଜୁନ୍‌ ତୁଳନାରେ ୨୦୨୦ରେ ଦୁର୍ଘଟଣା ହାର ୨୪.୧୦ ପ୍ରତିଶତ କମି ଥିବାବେଳେ ମୃତ୍ୟୁହାର ୩୧.୫୬ ପ୍ରତିଶତ କମିଛି। ଓଭର ସ୍ପିଡ୍‌ ଯୋଗୁ ୭୦ ପ୍ରତିଶତ ଦୁର୍ଘଟଣା ହେଉଥିବା ବେଳେ ୧୦ ପ୍ରତିଶତ ମଦ୍ୟପାନ, ୯.୪୦ ପ୍ରତିଶତ ବିପରୀତ ଦିଗରୁ ଯାନବାହନ ଚଳାଇବା ଏବଂ ୪.୪୫ ପ୍ରତିଶତ ମୋବାଇଲରେ କଥାବାର୍ତ୍ତା ଯୋଗୁ ହୋଇଛି।
ଲକ୍‌ଡାଉନ୍‌ ଯୋଗୁ ଗତ ୮ ମାସ ମଧ୍ୟରେ ଦୁର୍ଘଟଣା ହାର କମିଥିଲେ ମଧ୍ୟ ରାଜ୍ୟରେ ପ୍ରତ୍ୟେକ ବର୍ଷ ଦୁର୍ଘଟଣା ହାର ବଢି ଚାଲିଛି। ଏହାର ପୂର୍ବ ରେକର୍ଡକୁ ଦେଖିଲେ ଜାତୀୟ ସ୍ତରରେ ପ୍ରତି ୧୦୦ ଦୁର୍ଘଟଣାରେ ୩୨ ଜଣ ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ୪୭ ଜଣଙ୍କର ମୃତ୍ୟୁ ହେଉଛି। ଓଡ଼ିଶାରେ ପ୍ରତି ଶହେ ଦୁର୍ଘଟଣାରେ ୪୭ ଜଣଙ୍କର ପ୍ରାଣହାନି ହେଉଛି। ୨୦୦୮ରୁ ୨୦୨୦ ମଧ୍ୟରେ ଦୁର୍ଘଟଣା ଯୋଗୁ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ଯାଇଛି। ୨୦୧୮ରେ ୫୩୧୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୦୮ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ରୋଜଗାରକ୍ଷମ ବ୍ୟକ୍ତି ବୋଲି ଜଣାପଡିଛି। ୨୦୧୮ ତୁଳନାରେ ୨୦୧୯ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାର ୭.୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହି ସମୟରେ ୪୧୧୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ତୁରନ୍ତ ଚିକିତ୍ସା ମିଳିପାରି ନ ଥିବାରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ସେଥିପାଇଁ କଟକ ଓ ଭୁବନେଶ୍ୱର ସହର କେତେକ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏହାଛଡା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ସାଧାରଣ ପରିବହନ ବ୍ୟବସ୍ଥା ପରିବର୍ତ୍ତେ ବ୍ୟକ୍ତିଗତ ଯାନବାହନ ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ବେପରୁଆ ଗାଡି ଚାଳନା ଯୋଗୁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri