୬୮ ଲକ୍ଷ ଟଙ୍କାର ବ୍ୟାଗ୍‌ ଧରି ଛୁ’

ଇସଲାମାବାଦ୍‌,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶାରା ବିବିଙ୍କ ବନ୍ଧୁ ଫରହା ଖାନ୍‌। ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ଗିରଫ ଭୟରେ ସେ ଦେଶ ଛାଡି ଦୁବାଇ ପଳାଇଥିବା ଅଭିଯୋଗ ହୋଇଛି। ନିକଟରେ ଫରହା  ବିମାନରେ ଯାତ୍ରା କରୁଥିବା ବେଳର ଗୋଟିଏ ଫଟୋ ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଛି। ଫଟୋରେ ତାଙ୍କ ପାଖରେ ଗୋଟିଏ ଦାମୀ ବ୍ୟାଗ ରହିଛି। ଏହି ବ୍ୟାଗ୍‌ର ମୂଲ୍ୟ ୬୮ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଅବଶ୍ୟ ଫଟୋଟି କେବେ ଉଠା ଯାଇଛି, ସେକଥା ଜଣାପଡିନାହିଁ। ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ନେତ୍ରୀ ରୋମିନା ଖୁର୍ସିଦ ଆଲମ ଫରହାଙ୍କ ଏହି ଫଟୋକୁ ଟୁଇଟ୍‌ କରି କହିଛନ୍ତି, ଫରହା ହେଉଛନ୍ତି ବୁଶାରା ବିବିଙ୍କ ପାଖରେ କାମ କରୁଥିବା ମହିଳା। ଏବେ ସେ ଦେଶରୁ ଫେରାର ହୋଇ ଯାଇଛନ୍ତି। ତାଙ୍କ ପାଖରେ ଥିବା ବ୍ୟାଗ ମଲ୍ୟ ୯୦ ହଜାର ଡଲାର। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଅଫିସରଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଫରାହ ଖାନ ବିପୁଳ ପରିମାଣର ଲାଞ୍ଚ ନେଇଛନ୍ତି। ସେ ପ୍ରାୟ ୬୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଏବେ ଦେଶରେ ସଙ୍କଟ ଚାଲିଥିବାବେଳେ ସେ ଗିରଫ ଭୟରେ ଦେଶ ଛାଡି ଚାଲିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ସଙ୍ଗିତ ଗାନ କରିବା ସମୟରେ ଦକ୍ଷିଣ ସୁଦାନ ରାଷ୍ଟ୍ରପତିଙ୍କ ପ୍ୟାଣ୍ଟ ହୋଇଗଲା ଓଦା!

ଯୁବା,୭ ।୧: ଦକ୍ଷିଣ ସୁଦାନର ରାଷ୍ଟ୍ରପତି ସଲଭା କିର ମୟାର୍ଡିଂଟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଭିଡିଓକୁ ନେଇ ଖବରଦାତା...

ନେତାନ୍ୟାହୁଙ୍କୁ ନିର୍ବାଚନୀ ଝଟକା

ଜେରୁଜେଲମ୍‌,୨୦-୯:ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଅଣ୍ଟାଭିଡ଼ିଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁଙ୍କୁ ଗୁରୁବାର ନିର୍ବାଚନୀ ଝଟ୍‌କା ଲାଗିଛି। ନିର୍ବାଚନରେ ନେତାନ୍ୟାହୁଙ୍କ ନେତ୍ୱତ୍ୱାଧୀନ ଦକ୍ଷିଣପନ୍ଥୀ ଶାସକ ଦଳ...

ଚାଇନାକୁ ଅସୁବିଧା ଲଦାଖ ଥଣ୍ଡା

ବେଜିଂ, ୭ା୬: ପୂର୍ବ ଲଦାଖ ସୀମାରେ ଭାରତ ବିପକ୍ଷରେ ଗତ ବର୍ଷ ଏପ୍ରିଲ-ମେ’ଠାରୁ ଚାଇନା ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ସେଠାକାର ଭୀଷଣ...

ହଣ୍ଡୁରାସ ଜେଲରେ ୧୮କଏଦୀଙ୍କ ମୃତ୍ୟୁ

ତେଗୁସିଗଲପା,୨୩।୧୨: ହଣ୍ଡୁରାସର ଏକ ଜେଲ୍‌ରେ ରବିବାର ଝଗଡ଼ା ହୋଇ ୧୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାର ୨ ଦିନ ପୂର୍ବରୁ ମଧ୍ୟ...

ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…

ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି...

ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମୋଦି

ଓ୍ବାଶିଂଟନ,୨୩।୮: ଆମେରିକାରେ ୨୦ ଲକ୍ଷରୁ ଅଧିକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ କରି...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା...

ବିବାହ ଉତ୍ସବରେ ନାଚୁଥିବା ଯୁବତୀଙ୍କୁ ଗୋଇଠା ମାଡ: ଭାଇରାଲ ହେଉଛି ଭିଡିଓ

ଇସ୍‌ଲାମାବାଦ,୩୦।୬: ପାକିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଦେଖାଯାଉନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ...

Advertisement
Archives

Model This Week