ଶ୍ରୀମନ୍ଦିର ସୁରକ୍ଷା ବଳୟ ଉନ୍ନତିକରଣ: ଜମି ଅଧିଗ୍ରହଣ ଜନଶୁଣାଣି ଆରମ୍ଭ

ପୁରୀ ଅଫିସ,୯ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସାମାଜିକ ପ୍ରଭାବ ଆକଳନ ୟୁନିଟ ଏକ ଚିଠା ପ୍ରସ୍ତୁତ କରିଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଜନଶୁଣାଣିରେ ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରଥମେ ବାସେଳିସାହି ମୌଜା ଓ୍ବାର୍ଡ ନଂ ୩ରେ ଅଧିବାସୀଙ୍କ ଜନଶୁଣାଣି ଆରମ୍ଭ ହୋଇଛି। ପରେ ସୁରକ୍ଷା ବଳୟ ମଧ୍ୟରେ ଥିବା ମଣିକର୍ଣ୍ଣିିକା ସାହି ମୌଜା ୱାର୍ଡ ନଂ. ୪ ଓ ୯, କାଳିକାଦେବୀ ସାହି ମୌଜା ୱାର୍ଡ ନଂ. ୧୨, ଦୋଳମଣ୍ଡପ ସାହି ମୌଜା ୱାର୍ଡ ନଂ. ୧୫ ଓ ଚୁଡ଼ଙ୍ଗ ସାହି ମୌଜା ୱାର୍ଡ ନଂ. ୧୭ର ଜମି ଅଧିଗ୍ରହଣ ଲାଗି ଜନଶୁଣାଣି କରାଯିବ। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଆଜି ସକାଳ ସାଢ଼େ ୯ଟାରୁ ଆରମ୍ଭ ହୋଇଥିବା ଏହି ଜନଶୁଣାଣି ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ୱାର୍ଡ ୱାରି ଚାଲିବ। ବାସେଳିସାହି ପରେ ମଣିକର୍ଣ୍ଣିିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଶେଷରେ ଚୁଡ଼ଙ୍ଗ ସାହି ପାଇଁ ଜନଶୁଣାଣି କରାଯିବ। ପ୍ରକଳ୍ପ ପ୍ରଭାବିତ ୱାର୍ଡବାସୀ ଏହି ଜନଶୁଣାଣିରେ ଉପସ୍ଥିତ ରହି ଜମି ଅଧିଗ୍ରହଣ ଏବଂ ତତ୍‌ଜନିତ ସାମାଜିକ ପ୍ରଭାବ ବିବରଣୀ ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିପାରିବେ।
ପ୍ରକାଶ ଯେ, ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟ ଉନ୍ନତିକରଣ ନିମନ୍ତେ ମୋଟ ୧୫.୧୯୧ ଏକର ଜମି ଅଧିଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଯେଉଁଥିରେ ୧୨.୫୪୪୫ ଏକର ଘରୋଇ ଏବଂ ୨.୬୪୬୫ ଏକର ସରକାରୀ ଜମି ରହିଛି। ଏଥିମଧ୍ୟରେ ପୁରୀ ତହସିଲ ଅନ୍ତର୍ଗତ ଉପରୋକ୍ତ ସାହିର ଜମି ରହିଛି। ଏଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜମିର ବିକ୍ରି କବଲା ଶେଷ ହୋଇଥିବାବେଳେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ: ଚଢ଼ାଉବେଳେ ଅଧିକାରୀଙ୍କୁ ଆକ୍ରମଣ, ଜାଣିଶୁଣି ମାମଲା ଦାୟର କଲେନି ଅଧିକାରୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ୍‌.ଏ.),୧୧।୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ସମୟରେ ଶନିବାର ଏକ...

ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର...

ପାଠପଢ଼ା ସାଙ୍ଗକୁ ଖେଳରେ ବି ଧୁରନ୍ଧର

ସିମୁଳିଆ, ୨୨ା୭(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବବିତା ମହାପାତ୍ର(୧୬)। ବିଭିନ୍ନ କ୍ରୀଡ଼ା ସହିତ ପାଠପଢ଼ାରେ ବେଶ୍‌ ଧୁରନ୍ଧର।...

ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ...

କିରାମାହାରେ ୫ ଦିନ ହେଲା ଜଳଯୋଗାଣ ବନ୍ଦ

ଦାରିଙ୍ଗବାଡ଼ି,୩୧।୫(ଡି.ଏନ୍‌.ଏ.)- ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ୫ଦିନ ହେଲା ପାଇପରେ ପାଣି ଆସୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରାହ୍ମଣୀଗଁ। ଥାନା ଝିଞ୍ଜିରିଗୁଡା ପଞ୍ଚାୟତ କିରାମାହା ଗ୍ରାମବାସୀ।...

ଏମ୍‌କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୬।୮: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରର ପ୍ରାଣକେନ୍ଦ୍ର କୁହାଯାଉଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଧ୍ୟାହ୍ନରେ ହଠାତ୍‌ ଏମ୍‌କେସିଜି...

ଭାସିଯାଉଥିବା ବେଳେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ: ଉଭୟଙ୍କୁ ପୁରସ୍କାର ଦାବି

ଜୟପୁର,୭।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପୋଲ ଉପରୁ ଶୁକ୍ରବାର ଜଣେ ବ୍ୟକ୍ତି ପାଣି ଭିତରକୁ ଖସି...

ନକଲି ପ୍ରଶ୍ନପତ୍ର, ଗୁଜବକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍‌ ଏବଂ ଯୁକ୍ତ୨ ପରୀକ୍ଷା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା...

Advertisement
Archives

Model This Week