ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବିଜୟ, କୃଷ୍ଣ ସାଗରର ସ୍ନେକ୍‌ ଦ୍ୱୀପ ଖାଲି କଲେ ରୁଷିଆ ସୈନ୍ୟ…

କ୍ୱିଭ୍‌, ୧।୭ : ତିନି ମାସରୁ ଅଧିକ ସମୟ ଧରି ରୁଷିଆ ଆକ୍ରମଣ ସହ ସଂଗ୍ରାମ କରୁଥିବା ୟୁକ୍ରେନ କୃଷ୍ଣ ସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ୟୁକ୍ରେନ୍‌ ଦ୍ୱାରା ରୁଷିଆ ଯୁଦ୍ଧ ଜାହାଜ ଏବଂ ନୌସେନା ବେସ ଉପରେ ଲଗାତାର ଆକ୍ରମଣ ହେବାରୁ ବାଧ୍ୟ ହୋଇ ରୁଷୀୟ ସୈନ୍ୟ ମାନେ କୃଷ୍ଣ ସାଗରର ସ୍ନେକ ଦ୍ୱୀପକୁ ଖାଲି କରିଛନ୍ତି। ଏହା ଦ୍ୱାରା ଏଣିକି ୟୁକ୍ରେନ ବନ୍ଦରରୁ ରପ୍ତାନି ଉପରେ ଜାରି ରହିଥିବା ରୁଷିଆର ଅବରୋଧ ଶେଷ ହେବାର ଆଶା ରହିଛି।

ଅପରପକ୍ଷରେ ରୁଷିଆ ଦାବି କରିଛି ଯେ ଏହା ସ୍ନେକ ଦ୍ୱୀପକୁ ଜାଣିଶୁଣି ସଦ୍‌ଭାବନା ସ୍ଥାପନ କରିବା ଉଦ୍ଦେଶ୍ୟରେ ଖାଲି କରିଛି। ଇତିମଧ୍ୟରେ ୟୁକ୍ରେନକୁ ସାମରିକ ସହଯୋଗ ଭାବରେ ଆମେରିକା ଅତିରିକ୍ତ ୮୦୦ ମିଲିୟନ ଡଲାର ସହାୟତା ଘୋଷଣା କରିଛି।

ୟୁକ୍ରେନରେ ମାନବିକ ସହାୟତା କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନକରିବା ପାଇଁ ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏହି ଦ୍ୱୀପରୁ ସନ୍ୟଙ୍କୁ ପ୍ରତ୍ୟାହାର କରୁଛି ବୋଲି କହିଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଚିଫ୍‌ ଅଫ ଷ୍ଟାଫ ଆନ୍ଦ୍ରେୟ ୟେରମାକ ଟୁଇଟ କରି କହିଛନ୍ତି, ଆର୍ଟିଲିରି ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ରୁଷିଆ ସୈନ୍ୟମାନଙ୍କୁ ପଳାୟନ କରିବାକୁ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟରକୁ ଫେରିଲେ ଟ୍ରମ୍ପ

ୱାଶିଂଟନ,୨୦ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଟୁଇଟରକୁ ଫେରିଛନ୍ତି । ବ୍ଲୁ ଟିକ ସହ ପୁଣିଥରେ ତାଙ୍କ ଟୁଇଟର ଆକାଉଣ୍ଟକୁ ଆକ୍ଟିଭ...

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ

କିଭ୍‌,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ...

ମଣିପୁର ହିଂସାକୁ ନେଇ ଜାତିସଂଘ ବିଶେଷଜ୍ଞଙ୍କ ରିପୋର୍ଟକୁ ଭାରତ କହିଲା ଅନୁଚିତ, ବିଭ୍ରାନ୍ତିକର

ଜେନେଭା,୫।୯: ଜାତିସଂଘର ବିଶେଷଜ୍ଞ ମଣିପୁର ହିଂସା ଉପରେ ଦେଇଥିବା ରିପୋର୍ଟକୁ ଭାରତ ଅନ୍ୟାୟ, କଳ୍ପନାକାରୀ ଏବଂ ବିଭ୍ରାନ୍ତକାରୀ ବୋଲି କହିଛି ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥିତି...

ଉନ୍ନତ ଟିକା ବ୍ୟବହାର କରିବାକୁ ଚାହୁଁନାହାନ୍ତି ଜିନ୍‌ପିଙ୍ଗ୍‌: ଆମେରିକା

ଓ୍ବାଶିଂଟନ,୪ା୧୨: ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଏଭ୍‌ରିଲ୍‌ ହେନ୍ସ କହିଛନ୍ତି, ଯଦିଓ ନିକଟରେ ହୋଇଥିବା ବିରୋଧ କମ୍ୟୁନିଷ୍ଟ ଦଳର ଶାସନକୁ ବିପଦରେ ପକାଉ ନାହିଁ, ତଥାପି...

ଚାଇନା ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ

ଜେନେଭା,୭।୧୦: ଚାଇନାର ଜିନ୍‌ଜିଆଙ୍ଗ୍‌ରେ ଉଇଘର ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ମାମଲାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରେ ଚାଇନା ବିରୋଧରେ...

ଆମେରିକାରେ ରାଷ୍ଟ୍ରପତି ଦୌଡ଼ରେ ୩ ମୂଳ ଭାରତୀୟ ପ୍ରାର୍ଥୀ…

ଓ୍ବାଶିଂଟନ,୩୦।୭ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା...

ଚାଇନାରେ ଲକ୍‌ଡାଉନ ପରେ ବି ବଢୁଛି କରୋନା ସଂକ୍ରମଣ

ବେଜିଂ,୩ ।୧: ଚାଇନାର ଶିୟାନ ସହରରେ ଗତ ପ୍ରାୟ ୧୦ ଦିନ ହେବ ଲକଡାଉନ ଲାଗିଛି । ହେଲେ ନୂଆବର୍ଷ ପାଳନ ପରେ ଏଠାରେ ପୁଣିଥରେ...

ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ...

Advertisement
Archives

Model This Week