Posted inଜାତୀୟ

ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ

ନୂଆଦିଲ୍ଲୀ,୯।୭(ପି.ଟି.): କେବଳ ପିଲାଙ୍କ ପାଠପଢ଼ା ନୁହେଁ, ରାଜନୀତିରେ ମଧ୍ୟ କୋଭିଡ୍‌ର ପ୍ରଭାବ ଅସମ୍ଭାଳ ହୋଇପଡ଼ିଛି। ଏହାର ଆଭାସ ମିଳିଛି କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ସିଲାବସ୍‌ ପରିବର୍ତ୍ତନ ନିଷ୍ପତ୍ତିରୁ। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଥିବାବେଳେ ପିଲାମାନେ କ୍ଲାସ୍‌ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ସେମାନଙ୍କ ମୁଣ୍ଡରୁ ପାଠପଢ଼ା ବୋଝ ହ୍ରାସ କରିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ପାଇଁ ୩୦% ସିଲାବସ୍‌ ହ୍ରାସ କରାଯାଇଛି। ହେଲେ ଏବେ ଜଣାପଡ଼ିଛି ଯେ, ବିଶେଷ ଭାବେ କେତେକ ବିଷୟବସ୍ତୁ କଟାଯାଇଛି, ଯାହାର ରାଜନୈତିକ ଗୁରୁତ୍ୱ ରହିଛି। ସେଥିମଧ୍ୟରେ ରହିଛି ଧର୍ମନିରପେକ୍ଷତା, ନାଗରିକତ୍ୱ, ଜାତୀୟତାବାଦ, ସଂଘୀୟବାଦ, ବିମୁଦ୍ରୀକରଣ ଏବଂ ଗଣତାନ୍ତ୍ରିକ ଅଧିକାର ଭଳି କେତେକ ପାଠ। ଆସନ୍ତା ବର୍ଷ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନେ ଏବେ ଏସବୁ ବିଷୟ ପଢ଼ିବେ ନାହିଁ।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ପ୍ରକାଶ କରିଥିବା ନୂଆ ପାଠ୍ୟକ୍ରମ ସମ୍ପର୍କରେ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି। ନବମରୁ୍‌ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଗଣତନ୍ତ୍ର ଓ ବିବିଧତା, ଲିଙ୍ଗ, ଧର୍ମ, ଜାତି, ଜନସଂଖ୍ୟା ସଂଘର୍ଷ ଏବଂ ଆନ୍ଦୋଳନ, ଗଣତନ୍ତ୍ର ପ୍ରତି ଚ୍ୟାଲେଞ୍ଜ ଆଦି ଅଧ୍ୟାୟକୁ ହଟାଯାଇଛି। ସେହିପରି ଏକାଦଶ ଶ୍ରେଣୀ ପାଠ୍ୟକ୍ରମରୁ ସଂଘୀୟବାଦ, ନାଗରିକତ୍ୱ, ଜାତୀୟତାବାଦ, ଧର୍ମନିରପେକ୍ଷତା ଏବଂ ଭାରତରେ ସ୍ଥାନୀୟ ଶାସନର ଅଭିବୃଦ୍ଧି ବିଷୟ ବାଦ୍‌ ପଡ଼ିଛି। ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରୁ ପଡୋଶୀ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ, ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପରିବର୍ତ୍ତିତ ପ୍ରକୃତି, ଭାରତରେ ସାମାଜିକ ଆନ୍ଦୋଳନ ଓ ବିମୁଦ୍ରୀକରଣ ଆଦି ଅଧ୍ୟାୟକୁ ବାଦ୍‌ ଦିଆଯାଇଛି।
ଅନ୍ୟପକ୍ଷରେ ପାଠ୍ୟକ୍ରମରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବାଦ୍‌ ପଡ଼ିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ମର୍ମାହତ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ ଏହାର ଦୃଢ଼ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ନାଗରିକତ୍ୱ, ସଂଘୀୟବାଦ୍‌, ଧର୍ମନିରପେକ୍ଷତା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବାଦ୍‌ ଦିଆ ନ ଯାଉ ବୋଲି ସେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ପାଠ୍ୟକ୍ରମ ହ୍ରାସ ପଦକ୍ଷେପକୁ ବିଭିନ୍ନ ସ୍କୁଲ ପ୍ରତିନିଧି ସ୍ବାଗତ କରିଥିବାବେଳେ ଏହା ନିର୍ଦ୍ଦିଷ୍ଟ ବିଚାରଧାରା ଦ୍ୱାରା ପ୍ରେରିତ ବୋଲି ଗୋଟିଏ ଶିକ୍ଷାବିତ୍‌ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ପାଠ୍ୟକ୍ରମ ହ୍ରାସ କରିବାରେ ଶିକ୍ଷାବିତ୍‌ଙ୍କ ଅପେକ୍ଷା ରାଜନୈତିକ ନିଷ୍ପତ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଭଳି ଜଣାପଡୁଛି ବୋଲି ସେମାନେ କହିଛନ୍ତି। ପିଲାଙ୍କ ପାଠପଢ଼ା ସହ ସାଲିସ କରାଯାଉଛି ଓ ଶିକ୍ଷାକ୍ଷେତ୍ରରେ ନିବେଶ ହ୍ରାସ ଲାଗି ଉଦ୍ୟମ ହେଉଛି ବୋଲି ଜବାହରଲାଲ ନେହେରୁ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ସୋସିଆଲ ସାଇନ୍ସ ପ୍ରଫେସର ସୁରଜିତ୍‌ ମଜୁମ୍‌ଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri