ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ

Dillip Cherian

ପ୍ରକୃତ କଥା ହେଉଛି, ସରକାର ଆଗାମୀ ବଜେଟକୁ ଶେଷ ଓ ପ୍ରଭାବୀ ବୋଲି ବିଚାର କରି ଫାଇନାନ୍ସ ସର୍ଭିସ ସେକ୍ରେଟାରି ସଞ୍ଜୟ ମାଲହୋତ୍ରାଙ୍କୁ ନୂଆ ରାଜସ୍ବ ସଚିବ ଭାବେ ନିଯୁକ୍ତ କରିଛନ୍ତି। ରାଜସ୍ଥାନ କ୍ୟାଡର ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ମାଲହୋତ୍ରା ନଭେମ୍ବର ଶେଷରେ କାର୍ଯ୍ୟରତ ପଦାଧିକାରୀ ତରୁଣ ବଜାଜଙ୍କ ଅବସର ପରେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଭାରତ ଖାଦ୍ୟ, ଇନ୍ଧନ ଏବଂ ସାର ସବ୍‌ସିଡି ଜନିତ ବୋଝକୁ ସାମ୍ନା କରୁଛି ଓ ଡଲାର ତୁଳନାରେ ଭାରତର ମୁଦ୍ରା ମୂଲ୍ୟ ହ୍ରାସପାଉଛି । ଏଭଳି ସ୍ଥିତିରୁ ଦେଶକୁ ଉଦ୍ଧାର କରିବା ଲାଗି ଅତିରିକ୍ତ ଶକ୍ତିଗୁଡ଼ିକ ତ୍ୱରିତ୍‌ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ରାଜସ୍ବ ବିଭାଗର ଶୀର୍ଷରେ ରହି ମାଲହୋତ୍ରା ବଜେଟ ସହ ସମ୍ବନ୍ଧ ଥିବା ଟିକସ ସମ୍ପର୍କିତ ବିଷୟଗୁଡ଼ିକୁ ଶେଷ ସ୍ପର୍ଶ ଦେବାର ଉତ୍ତରଦାୟିତ୍ୱ ବହନ କରିବେ। ତାଙ୍କୁ ଟିକସ ସଂଗ୍ରହ ବୃଦ୍ଧି କରିବାର ଆବଶ୍ୟକତା ରହିବ। ଆପଏଣ୍ଟମେଣ୍ଟ କମିଟି ଅଫ୍‌ ଦି କ୍ୟାବିନେଟ(ଏସିସି) ନିର୍ଦ୍ଦେଶକ୍ରମେ ଏବକାର ଅଦଳବଦଳରେ ମାଲହୋତ୍ରାଙ୍କ ନିଯୁକ୍ତି ସହ ବହୁ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ନିଯୁକ୍ତି ପାଇଥିବା ଜଣାଶୁଣା ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ୧୯୮୮ ବ୍ୟାଚ୍‌ ଆନ୍ଧ୍ରପ୍ରଦେଶ କ୍ୟାଡର ଅଧିକାରୀ ଗିରିଧର , ଯିଏ କି ପରବର୍ତ୍ତୀ ପ୍ରତିରକ୍ଷା ସଚିବ ହେବେ। ମଧ୍ୟପ୍ରଦେଶ କ୍ୟାଡର ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅଳକା ଉପାଧ୍ୟାୟ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ନୂଆ ସଚିବ ହୋଇଛନ୍ତି ଏବଂ ଝାଡ଼ଖଣ୍ଡ କ୍ୟାଡର ଅଧିକାରୀ ନଗେନ୍ଦ୍ର ସିହ୍ନା ପରବର୍ତ୍ତୀ ଇସ୍ପାତ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର କାର୍ଯ୍ୟକାଳର ଶେଷ ବର୍ଷରେ ପ୍ରବେଶ କରିବାକୁ ଯାଉଥିବାରୁ ବଜେଟ ଓ ଆଗାମୀ କିଛି ମାସ ସରକାରଙ୍କ ପାଇଁ ଭାଗ୍ୟ ନିର୍ଦ୍ଧାରକ ହୋଇପାରେ।
ଆଇପିଏସ୍‌ ଅଧିକାରୀ ଅଭାବ
ଜମ୍ମୁ କଶ୍ମୀରରେ ଆଇପିଏସ୍‌ ଅଧିକାରୀମାନଙ୍କର ଅଭାବକୁ ଲକ୍ଷ୍ୟ କରି ସରକାର ଏବେ ୧୩ ଏସ୍‌ଏସ୍‌ପି ଅଧିକାରୀଙ୍କୁ କାର୍ଯ୍ୟନିର୍ବାହୀ ଡିଆଇଜି ଭାବେ ପଦୋନ୍ନତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚସ୍ତରରେ ଖାଲି ଥିତ୍ବା ପଦବୀ ଲାଗି ୧୪ ବର୍ଷ ଚାକିରି ପୂରଣ କରିବା ବାଧ୍ୟତାମୂଳକ ଥିବାବେଳେ ଏହା ବିନା ଏମାନଙ୍କୁ ପଦୋନ୍ନତି ଦିଆଯାଉଛି। ସୂତ୍ରରୁ ପ୍ରକାଶ , ମଞ୍ଜୁରିପ୍ରାପ୍ତ ୨୯ଟି ଡିଆଇଜି ପଦବୀ ମଧ୍ୟରୁ ୨୦ଟି ଖାଲି ରହିଛି। ତିିନିଜଣ ଆଇପିଏସ୍‌ ଡିଆଇଜି ର଼୍ୟାଙ୍କ୍‌ ଅଧିକାରୀ ଅମିତ କୁମାର, ତେଜିନ୍ଦର ସିଂ ଏବଂ ଅବଦୁଲ ଜବ୍ବାର ଏବେ ସେଣ୍ଟ୍ରାଲ ଡେପୁଟେଶନରେ ଅଛନ୍ତି। କୁହାଯାଉଛି ଯେ,୨୦୦୯ ବ୍ୟାଚ୍‌ର ୩ ଜଣ ଏବଂ ୨୦୧୦ ବ୍ୟାଚ୍‌ର ୧୦ ଜଣ ଅଧିକାରୀ କାର୍ଯ୍ୟବାହକ ଡିଆଇଜି ଭାବେ ପଦୋନ୍ନତି ପାଇବାର ବେଶି ସମ୍ଭାବନା ରହିଛି। ସମ୍ଭାବ୍ୟ ପଦୋନ୍ନତି ତାଲିକାରେ ଥିବା ୨୦୧୦ ବ୍ୟାଚ୍‌ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଆର୍‌.ଏମ୍‌. ଭଟ୍ଟ, ଏସ୍‌ଏସ୍‌ପି ବରମୁଲ୍ଲା; ଶ୍ରୀଧର ପାଟିଲ,ଏଆଇଜି ଟେକ୍‌ନିକାଲ ହେଡ୍‌କ୍ୱାଟର୍ସ; ଅଲ୍‌ତାଫ ଅହମ୍ମଦ ଖାନ୍‌,ଏସ୍‌ଏସ୍‌ପି ସିଆଇଡି; ବିକାଶ ଗୁପ୍ତା,ଓଏସ୍‌ଡି, ପ୍ରିଜିନ୍ସ; ନିଶା ନାଥ୍ୟାଲ ଓ ଜାଭିଦ ଇକ୍‌ବାଲ ମାତ୍ତୋ, ଏଆଇଜି ବିଲ୍‌ଡିଂ ପୋଲିସ ହେଡ୍‌କ୍ୱାର୍ଟର୍ସ ଏବଂ ଅନ୍ୟମାନେ। ପଦୋନ୍ନତି ପାଇବାକୁ ଥିବା ୨୦୦୯ ବ୍ୟାଚ୍‌ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଇମ୍‌ତିଆଜ ଇସ୍‌ମାଇଲ ପରାୟେ, ଶୈଳେନ୍ଦ୍ର ମିଶ୍ର ଏବଂ ରାହୁଲ ମଲିକ। ଏହି ଅଧିକାରୀମାନଙ୍କୁ ଯଥାକ୍ରମେ ୧୩ ଓ ୧୨ ବର୍ଷ ଚାକିରି ପରେ କାର୍ଯ୍ୟବାହକ ଡିଆଇଜି ଭାବେ ପଦୋନ୍ନତି ଦିଆଯାଉଛି ଓ ୧୪ ବର୍ଷ ଚାକିରି ପୂରଣ ହେବା ପରେ ଏହି ପଦବୀକୁ ନିଶ୍ଚିତ କରାଯିବ।
ଯୁବ ଅଧିକାରୀଙ୍କୁ ଏପିଓ
ଜଣେ ଆଇଏଏସ୍‌ ଅଧିକାରୀଙ୍କ ପାଖରେ ଆଓ୍ବେଟିଂ ପୋଷ୍ଟାଲ୍‌ ଅର୍ଡର(ଏପିଓ) ପହଞ୍ଚିବା ଅର୍ଥ ତାହା ତାଙ୍କ କାର୍ଯ୍ୟକାଳର ବିଫଳତା ପାଇଁ ନିଆଯାଇଥିବା ପଦକ୍ଷେପକୁ ସୂଚିତ କରେ। ନିକଟରେ ରାଜସ୍ଥାନର ଯୋଧପୁର ଡେଭ୍‌ଲପମେଣ୍ଟ ଅଥରିଟିରେ କମିଶନର ଭାବେ ଅବସ୍ଥାପିତ ହୋଇଥିବା ୨୦୧୭ ବ୍ୟାଚ୍‌ ଯୁବ ଅଧିକାରୀ ଅବଧେଶ ମିନା ତାଙ୍କ ଏପିଓ ଅର୍ଡର ଗ୍ରହଣ କରିଥିବାବେଳେ ଏହା ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତି ତଥା ଭୟର ବାତାବରଣ ଖେଳାଇଦେଇଛି। ଏପିଓ ଅର୍ଡର ଗ୍ରହଣ କରିବା ସମୟରେ ମିନା ଅନ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ରାଜସ୍ଥାନରେ ବାବୁମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟିହୋଇଛି। କେତେକେ କହୁଛନ୍ତି, ଅବଧେଶଙ୍କ ପ୍ରଦର୍ଶନ ଆଶାକରାଯାଉଥିବା ସ୍ତରରୁ କମ୍‌ ଥିଲା। ଅନ୍ୟମାନେ କହୁଛନ୍ତି ଯେ, ଏହି ବାବୁ ଶାସକ କଂଗ୍ରେସ ନେତାମାନଙ୍କ କଲ୍‌ଗୁଡ଼ିକର ଉତ୍ତର ଦେଉ ନ ଥିଲେ କି ଠିକ୍‌ ଭାବେ ସଞ୍ଚାଳନ କରୁ ନ ଥିଲେ ଏବଂ ଏପିଓ ଅର୍ଡର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ (ସିଏମ୍‌ଓ) ନିର୍ଦ୍ଦେଶରେ ଆସିଛି। ଏହି କାର୍ଯ୍ୟାନୁଷ୍ଠାନ ଏତେ ଶୀଘ୍ର ନିଆଯାଇଥିଲା ଯେ, ସହର ବିକାଶ ଓ ଗୃହନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ କେ.ଏଲ୍‌. ମିନା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅନୁଷ୍ଠିତ ବୈଠକରୁ ଫେରିବା ପରେ ଜାଣିବାକୁ ପାଇଥିଲେ। ଆଶ୍ଚର୍ଯ୍ୟକର ଯେ, ଅଶୋକ ଗେହଲଟ ସରକାରରେ ଅବଧେଶଙ୍କୁ ୫ଥର ବଦଳି କରାଯାଇଛି। ଏବକାର ଦାୟିତ୍ୱରେ ସେ ମାତ୍ର ୩ମାସ ପାଇଁ ରହିଥିଲେ। ସୂତ୍ରରୁ ପ୍ରକାଶ, କମ୍‌ ସମୟ ଅବଧିରେ ଏହି ପଦବୀରେ ଅବଧେଶ ମିନାଙ୍କ ପୂର୍ବରୁ ତିନି ଜଣ ଅଧିକାରୀ ଗୌରବ ଅଗ୍ରଓ୍ବାଲା, କ୍ୟୁ. ଚୌଧୁରୀ ଏବଂ ଇନ୍ଦରଜିତ୍‌ ଯାଦବଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବକାର ସ୍ଥିତିରୁ ଜଣାପଡ଼ୁଛି, ଖୁବ୍‌ ଶୀଘ୍ର ଉକ୍ତ ପଦବୀରେ ଜଣେ ନୂଆ ବାବୁ ନିଯୁକ୍ତି ପାଇବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri