ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୨୧।୮: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅକ୍ଷୟ ଉର୍ଜ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପୁନଃନବୀକରଣ ଯୋଗ୍ୟ ଶକ୍ତି ଏବଂ ଜୈବ ଇନ୍ଧନ ଭଳି ସ୍ଥାୟୀ ବିକଳ୍ପ ସହିତ ଶକ୍ତି ପୋର୍ଟଫୋଲିଓକୁ ବିବିଧ କରିବା ଲାଗି ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାକୁ ଦର୍ଶାଇଛି।

ବିଶେଷ କରି ଏହି ଲକ୍ଷ୍ୟ ଦିଗରେ କମ୍ପାନି ୧୩୩୫ ମେଗାୱାଟରୁ ଅଧିକ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର କରିବାକୁ ଦୀର୍ଘ କାଳୀନ ଶକ୍ତି ବିତରଣ ଚୁକ୍ତି ସ୍ବାକ୍ଷର କରିଛି। ଫଳରେ ଏହା ଉଭୟ ସ୍ତର ଓ ପବନ ଶକ୍ତିର ମିଶ୍ରଣକୁ ନେଇ ଗଠିତ ହେବ। ଯାହା ଓଡ଼ିଶା ଓ ଛତିଶଗଡ଼ ଭଳି ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ବେଦାନ୍ତ ଆଲୁମିନିୟମର କାର୍ଯ୍ୟପରିସରକୁ ଶକ୍ତି ଯୋଗାଇବାରେ ସହଯୋଗ କରିବ।

ସେହିଭଳି ଏହା ମଧ୍ୟ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୩.୨ଟନ ସିଓ୨ର ହ୍ରାସ କରିବ। ଯାହା ବେଦାନ୍ତର ଡିକାର୍ବନାଇଜେସନ ଲକ୍ଷ୍ୟରେ ଏକ ବଡ଼ ଯୋଗଦାନ ଦେବ। ସେହିପରି ଉକ୍ତ ଦିବସର ଏକ ନୂଆ ପଦକ୍ଷେପ ଯାହାକି ୨୦୦୪ ରେ ଭାରତ ସରକାରଙ୍କ ପଦକ୍ଷେପ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିଲା। ବିଶେଷ କରି ବେଦାନ୍ତର ବାଲକୋ (ଛତିଶଗଡ଼) ୟୁନିଟ ଏବଂ ଝାରସୁଗୁଡ଼ା (ଓଡିଶା)ର ଏକ ସହାୟକ କମ୍ପାନି ସମେତ କୃଷି ଅବଶେଷାଂଶରୁ ଉପତ୍ାଦିତ ବାୟୋମାସ ପେଲେଟ ଏବଂ ବ୍ରିକେଟ ବ୍ୟବହାରକୁ କମ୍ପାନି ଗ୍ରହଣ କରୁଛି। ବିଗତ ୨ବର୍ଷ ମଧ୍ୟରେ କମ୍ପାନି ବିଭିନ୍ନ କାର୍ଯ୍ୟରେ ଇନ୍ଧନ ବ୍ୟବହାରକୁ ସଫଳତାର ସହ ପାଇଲଟ କରିଛି। ବେଦାନ୍ତ ଆଲୁମିନିୟମ ୧୧.୨୯ କୋଟି ଜୈବ ଇନ୍ଧନ ବ୍ୟବହାର କରିଛି,ଯାହା ଦ୍ୱାରା ଇନ୍ଧନ ବ୍ୟବହାରରୁ ୧୬.୦୭ଟନ ସିଓ୨ ନିର୍ଗମନ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri