ପ୍ରଯୁକ୍ତିଭିତ୍ତିକ ପଦକ୍ଷେପକୁ ଟିପିସିଓଡିଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୯।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌’ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର ପ୍ରାୟ ୨୭ ଲକ୍ଷ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣକୁ ଭରସାଯୋଗ୍ୟ କରିବା ଲାଗି ଗତ କିଛି ବର୍ଷ ମଧ୍ୟରେ ବହୁ ପ୍ରଯୁକ୍ତିଭିତ୍ତିକ ପଦକ୍ଷେପ କାର୍ଯ୍ୟକାରୀ କରିଛି। ଏପରିକି ଭୁବନେଶ୍ୱରଠାରେ ଥିବା କମ୍ପାନୀର କେନ୍ଦ୍ରୀୟ ବିଦ୍ୟୁତ୍‌ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିପିଏସ୍‌ସିସି)ର ପ୍ରମୁଖ ବ୍ୟବସ୍ଥା ଯାହା ସୁପରଭାଇଜରି କଣ୍ଟ୍ରୋଲ ଆଣ୍ଡ୍‌ ଡାଟା ଆକ୍ୱିଜିସନ(ସ୍କାଡା) ଭଳି ଆଇଟି ଓ ଓଟି ପ୍ରଯୁକ୍ତି କାର୍ଯ୍ୟକାରୀ କରି ଏକ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିଥିବା ବେଳେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଭିତ୍ତିକ ପରମିଟ୍‌ ଟୁ ୱାର୍କ (ପିଟିଡବ୍ଲ୍ୟୁ) ବ୍ୟବସ୍ଥା ‘ସୁରକ୍ଷା କବଚ’ ରହିଛି। ସେହିଭଳି ସିପିଏସ୍‌ସିସି ଏକ ଉତ୍ସର୍ଗୀକୃତ ପରିଚାଳନା ଇଞ୍ଜିନିୟରଙ୍କ ଟିମ୍‌ ଦ୍ୱାରା ୨୪ଘଣ୍ଟା ପରିଚାଳିତ ହେଉଛି। ଦ୍ରୁତ ସୁଧାର ଜରିଆରେ ବ୍ୟବସ୍ଥା ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, କଟକ ଓ ପୁରୀର ପ୍ରମୁଖ ସ୍ଥାନରେ ଥିବା ୧୫୦ ୩୩/୧୧କେଭି ପ୍ରାଥମିକ ସବ୍‌ଷ୍ଟେଶନର ରିମୋଟ ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛନ୍ତି। ଏପରିକି ଉପକରଣ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନେଟ୍‌ୱର୍କ ଉପକରଣର ପ୍ରତିଷେଧମୂଳକ ଓ ବ୍ରେକ୍‌ଡାଉନ୍‌ ରକ୍ଷଣାବେକ୍ଷଣ ପାଇଁ ବିଭ୍ରାଟ ପରିଚାଳନା କରୁଛନ୍ତି, ଯଦ୍ଦ୍ବାରା ବିଦ୍ୟୁତ୍‌ ଯୋଗାଣର ଭରସାଯୋଗ୍ୟତା ସୁନିଶ୍ଚିତ ହୋଇପାରିଛି। ସେହିପରି ବାସ୍ତବ ସମୟ ମଧ୍ୟରେ ବିଦ୍ୟୁତ୍‌ ପରିଚାଳନା ଲାଗି ଏକ ନିର୍ଦ୍ଦିଷ୍ଟ ସମୟର ବିଦ୍ୟୁତ୍‌ ସଂଗ୍ରହ ବାସ୍ତବ ସ୍ଥିତିକୁ ଦର୍ଶାଇ ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ଏହି ସିପିଏସ୍‌ସିସି କେନ୍ଦ୍ରୀୟ ଭାବେ ପ୍ରଭାବଶାଳୀ ଢଙ୍ଗରେ ନେଟ୍‌ୱର୍କ ପରିଚାଳନାର ସଂଯୋଜନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?