ପରମ୍ପରା, ଭାଇଚାରା ବଜାୟ ରଖିବାକୁ ଗୁରୁତ୍ୱ

ସୋନପୁର,୧୧।୧୦(ନି.ପ୍ର): ସୁବର୍ଣ୍ଣପୁର ଜିଲା କୈବର୍ତ୍ତ ସମାଜ ପକ୍ଷରୁ କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଅବସରରେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବାର୍ଷିକ ମହାପୂଜା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଜୁଗାର ଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରିଥିଲେ। ରାଜା ରାଜୁଡା ଅମଳରୁ ଶତାଧିକ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ପୂଜାରେ ସୁବର୍ଣ୍ଣପୁର ଜିଲାର ୬ଗୋଟି ବ୍ଲକର ୪୦ଟି କେନ୍ଦ୍ରରୁ ଶତାଧିକ କୈବର୍ତ୍ତମାନେ ସାମିଲ ହୋଇଥିଲେ। ସକାଳେ ଘୋଡାଘାଟପଡା ସ୍ଥିତ ପୁରୋହିତଙ୍କ ବାସଭବନରୁ ମା’ଙ୍କୁ ମନ୍ଦିରକୁ ଅଣାଯାଇଥିଲା। ମଧ୍ୟାହ୍ନରେ ଜୁଗାର ଯାତ୍ରା ସହରର ଟିକିରିପଡାରୁ ବାହାରିଥିଲା। ମହିଳା ଓ ପୁରୁଷମାନେ ଭୋଗ, ଦୀପ ଓ ନୈବେଦ୍ୟ ନେଇ ଏକ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିର, ଦୁର୍ଗା ମଣ୍ଡପ, ବିଜୁ ପଟ୍ଟନାୟକ ଛକ, ନଳିନୀ ଛକ ଦେଇ ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲେ। ଜୁଗାର ଯାତ୍ରା ମନ୍ଦିରରେ ପହଞ୍ଚତ୍ବା ପରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥିଲା। କୈବର୍ତ୍ତମାନେ ମା’ଙ୍କ ଆଶିର୍ବାଦ ଲାଭ କରିଥିଲେ।
ମନ୍ଦିର ପ୍ରାଙ୍ଗଣରେ କୈବର୍ତ୍ତ ସମାଜ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲା କୈବର୍ତ୍ତ ସମାଜ ସଭାପତି ଦେବରାଜ ମହାଲିକ ସଭାରେ ଅଧ୍ୟକ୍ଷତା କରିଥିଲେ। କୈବର୍ତ୍ତ ସମାଜର ଅନ୍ୟତମ ପ୍ରାକ୍ତନ ସଭାପତି ଝଗୁଡୁ ନାଏକ, ଉପସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ରବିନ୍ଦ୍ର ନାଥ ତରିଆ ଓ କୋଷାଧ୍ୟକ୍ଷ ରଘୁନାଥ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ଉନ୍ନତି, ପରମ୍ପରା ଓ ଭାଇଚାରା ବଜାୟ ରଖିବା ନେଇ ଗୁରୁତ୍ୱାରୋପ କରିଥିଲେ। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅନୁପସ୍ଥିତିରେ ଏମ୍‌ପିଙ୍କ ନୋମିନି ଶରତ କୁମାର ଶତପଥୀ ସଭାରେ ଯୋଗଦେଇ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ପାଇଁ ବଲାଙ୍ଗୀର ଏମ୍‌ପି ତାଙ୍କ ଲ୍ୟାଡ୍‌ରୁ ୧୦ଲକ୍ଷ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଥିବା କହିଥିଲେ । ଗଙ୍ଗାଧର ତରିଆ ସଭା ପରିଚାଳନା କରିଥିଲେ। କୈବର୍ତ୍ତ ସମାଜର ସଭାପତି ଦେବରାଜ ମହାଲିକଙ୍କ କହିବା ଅନୁଯାୟୀ ପୂର୍ବରୁ ସଡକ ପଥର ସେତେଟା ବିକାଶ ହୋଇ ନଥିଲା। କୈବର୍ତ୍ତମାନେ ମହାଜନଙ୍କ ସାମଗ୍ରୀ ସବୁ ଡଙ୍ଗାରେ ନେଇ ଦୂରଦୂରାନ୍ତକୁ ଯାଉଥିଲେ। ଡଙ୍ଗା ଦ୍ୱାରା ଜଳପଥରେ ଓଡିଶାର ବିଭିନ୍ନ ସ୍ଥାନକୁ ଜିନିଷପତ୍ର ପରିବହନ ହେଉଥିଲା। ଶତାଧିକ ବର୍ଷ ପୂର୍ବରୁ ସୋନପୁରର କୈବର୍ତ୍ତମାନେ ଡଙ୍ଗାନେଇ କଳାହାଣ୍ଡି ଯାଇଥିଲେ। ବେପାର ବାଣିଜ୍ୟ ସାରି ଫେରିବା ସମୟରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ନାରୀ ବେଶରେ ଡଙ୍ଗାରେ ବସି ସୋନପୁର ଚାଲି ଆସିଥିଲେ। ମାଁ ଏ ସମ୍ପର୍କରେ ରାଜାଙ୍କୁ ସ୍ବପ୍ନାଦେଶ ହେବା ପରେ ରାଜା ଏକ ମନ୍ଦିର ନିର୍ମାଣ କରି ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ସେହିଦିନଠାରୁ କୈବର୍ତ୍ତ ସମାଜ ମାଣିକେଶ୍ୱରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଆସୁଛି। କୈବର୍ତ୍ତ ସମାଜର ମାର୍କଣ୍ଡ ତରିଆ, କାର୍ତ୍ତିକ ମହାଲିକ, ଗୋପିନାଥ ମହାଲିକ, ସୂର୍ଯ୍ୟ ବଢେଇ, କାର୍ତ୍ତିକ ମହାଲିକ, କଲେନେ ମହାଲିକ ଓ ଭାଗିରଥୀ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମା’ଙ୍କ ପୂଜା ପାଇଁ ସୋମବାର ଜିଲାର କୈବର୍ତ୍ତମାନେ ନଦୀରୁ ମାଛ ମାରି ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri