ପରମ୍ପରା, ଭାଇଚାରା ବଜାୟ ରଖିବାକୁ ଗୁରୁତ୍ୱ

ସୋନପୁର,୧୧।୧୦(ନି.ପ୍ର): ସୁବର୍ଣ୍ଣପୁର ଜିଲା କୈବର୍ତ୍ତ ସମାଜ ପକ୍ଷରୁ କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଅବସରରେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବାର୍ଷିକ ମହାପୂଜା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଜୁଗାର ଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରିଥିଲେ। ରାଜା ରାଜୁଡା ଅମଳରୁ ଶତାଧିକ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ପୂଜାରେ ସୁବର୍ଣ୍ଣପୁର ଜିଲାର ୬ଗୋଟି ବ୍ଲକର ୪୦ଟି କେନ୍ଦ୍ରରୁ ଶତାଧିକ କୈବର୍ତ୍ତମାନେ ସାମିଲ ହୋଇଥିଲେ। ସକାଳେ ଘୋଡାଘାଟପଡା ସ୍ଥିତ ପୁରୋହିତଙ୍କ ବାସଭବନରୁ ମା’ଙ୍କୁ ମନ୍ଦିରକୁ ଅଣାଯାଇଥିଲା। ମଧ୍ୟାହ୍ନରେ ଜୁଗାର ଯାତ୍ରା ସହରର ଟିକିରିପଡାରୁ ବାହାରିଥିଲା। ମହିଳା ଓ ପୁରୁଷମାନେ ଭୋଗ, ଦୀପ ଓ ନୈବେଦ୍ୟ ନେଇ ଏକ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିର, ଦୁର୍ଗା ମଣ୍ଡପ, ବିଜୁ ପଟ୍ଟନାୟକ ଛକ, ନଳିନୀ ଛକ ଦେଇ ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲେ। ଜୁଗାର ଯାତ୍ରା ମନ୍ଦିରରେ ପହଞ୍ଚତ୍ବା ପରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥିଲା। କୈବର୍ତ୍ତମାନେ ମା’ଙ୍କ ଆଶିର୍ବାଦ ଲାଭ କରିଥିଲେ।
ମନ୍ଦିର ପ୍ରାଙ୍ଗଣରେ କୈବର୍ତ୍ତ ସମାଜ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲା କୈବର୍ତ୍ତ ସମାଜ ସଭାପତି ଦେବରାଜ ମହାଲିକ ସଭାରେ ଅଧ୍ୟକ୍ଷତା କରିଥିଲେ। କୈବର୍ତ୍ତ ସମାଜର ଅନ୍ୟତମ ପ୍ରାକ୍ତନ ସଭାପତି ଝଗୁଡୁ ନାଏକ, ଉପସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ରବିନ୍ଦ୍ର ନାଥ ତରିଆ ଓ କୋଷାଧ୍ୟକ୍ଷ ରଘୁନାଥ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ଉନ୍ନତି, ପରମ୍ପରା ଓ ଭାଇଚାରା ବଜାୟ ରଖିବା ନେଇ ଗୁରୁତ୍ୱାରୋପ କରିଥିଲେ। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅନୁପସ୍ଥିତିରେ ଏମ୍‌ପିଙ୍କ ନୋମିନି ଶରତ କୁମାର ଶତପଥୀ ସଭାରେ ଯୋଗଦେଇ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ପାଇଁ ବଲାଙ୍ଗୀର ଏମ୍‌ପି ତାଙ୍କ ଲ୍ୟାଡ୍‌ରୁ ୧୦ଲକ୍ଷ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଥିବା କହିଥିଲେ । ଗଙ୍ଗାଧର ତରିଆ ସଭା ପରିଚାଳନା କରିଥିଲେ। କୈବର୍ତ୍ତ ସମାଜର ସଭାପତି ଦେବରାଜ ମହାଲିକଙ୍କ କହିବା ଅନୁଯାୟୀ ପୂର୍ବରୁ ସଡକ ପଥର ସେତେଟା ବିକାଶ ହୋଇ ନଥିଲା। କୈବର୍ତ୍ତମାନେ ମହାଜନଙ୍କ ସାମଗ୍ରୀ ସବୁ ଡଙ୍ଗାରେ ନେଇ ଦୂରଦୂରାନ୍ତକୁ ଯାଉଥିଲେ। ଡଙ୍ଗା ଦ୍ୱାରା ଜଳପଥରେ ଓଡିଶାର ବିଭିନ୍ନ ସ୍ଥାନକୁ ଜିନିଷପତ୍ର ପରିବହନ ହେଉଥିଲା। ଶତାଧିକ ବର୍ଷ ପୂର୍ବରୁ ସୋନପୁରର କୈବର୍ତ୍ତମାନେ ଡଙ୍ଗାନେଇ କଳାହାଣ୍ଡି ଯାଇଥିଲେ। ବେପାର ବାଣିଜ୍ୟ ସାରି ଫେରିବା ସମୟରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ନାରୀ ବେଶରେ ଡଙ୍ଗାରେ ବସି ସୋନପୁର ଚାଲି ଆସିଥିଲେ। ମାଁ ଏ ସମ୍ପର୍କରେ ରାଜାଙ୍କୁ ସ୍ବପ୍ନାଦେଶ ହେବା ପରେ ରାଜା ଏକ ମନ୍ଦିର ନିର୍ମାଣ କରି ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ସେହିଦିନଠାରୁ କୈବର୍ତ୍ତ ସମାଜ ମାଣିକେଶ୍ୱରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଆସୁଛି। କୈବର୍ତ୍ତ ସମାଜର ମାର୍କଣ୍ଡ ତରିଆ, କାର୍ତ୍ତିକ ମହାଲିକ, ଗୋପିନାଥ ମହାଲିକ, ସୂର୍ଯ୍ୟ ବଢେଇ, କାର୍ତ୍ତିକ ମହାଲିକ, କଲେନେ ମହାଲିକ ଓ ଭାଗିରଥୀ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମା’ଙ୍କ ପୂଜା ପାଇଁ ସୋମବାର ଜିଲାର କୈବର୍ତ୍ତମାନେ ନଦୀରୁ ମାଛ ମାରି ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri