ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ

ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା। ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା ଏହା ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର। ମନ୍ଦିର ପ୍ରଶାସନ ଦାବି କରିଛି ଯେ, ସେ କେବଳ ମନ୍ଦିରର ଭୋଗ ଖାଇ ବଞ୍ଚୁଥିଲା। ମନ୍ଦିର ପୁରୋହିତଙ୍କ ଅନୁଯାୟୀ, ‘ଈଶ୍ୱରୀୟ’ କୁମ୍ଭୀରଟି ଅଧିକାଂଶ ସମୟ ଗୁମ୍ଫା ଭିତରେ ବିତାଇ ଅପରାହ୍ନରେ ବାହାରକୁ ଆସୁଥିଲା।
ରବିବାର ରାତି ପ୍ରାୟ ୧୧.୩୦ ସମୟରେ ହ୍ରଦରେ କୁମ୍ଭୀରର ମୃତଦେହ ଦେଖିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ତୁରନ୍ତ ପୋଲିସ ଏବଂ ପଶୁପାଳନ ବିଭାଗକୁ ସୂଚନା ଦେଇଥିଲା। ମୃତ ‘ବାବିଆ’କୁ ହ୍ରଦରୁ ଉଦ୍ଧାର କରାଯାଇଥିଲା। ଏହା ପରେ ବାବିଆକୁ ଏକ ଗ୍ଲାସ ବାକ୍ସରେ ରଖାଯାଇଥିଲା। ସୋମବାର ଅନେକ ନେତା ବାବିଆଙ୍କୁ ଶେଷ ସମ୍ମାନ ଜଣାଇଥିଲେ।
କୁମ୍ଭୀରଟି ହ୍ରଦରେ ରହିବା ସତ୍ତ୍ୱେ ମାଛ ଏବଂ ଅନ୍ୟାନ୍ୟ ଜଳଜୀବ ଖାଇ ନ ଥିଲା। ଦିନକୁ ଦୁଇଥର ସେ ଭଗବାନଙ୍କୁ ଦେଖା କରିବାକୁ ଯାଉଥିଲା। ସ୍ଥାନୀୟ ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ, ମନ୍ଦିରରେ ପୂଜାପାଠ ସମୟରେ ବାବିଆ କେବଳ ଦିଆଯାଇଥିବା ପ୍ରସାଦ ଖାଉଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି...

ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…

ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ...

ଆର୍‌ଏସ୍‌ଏସ୍‌ ନେତାଙ୍କୁ ଭେଟିଲେ ୟେଦୁରପ୍ପା: ଉପର ନିର୍ଦ୍ଦେଶକୁ ଅପେକ୍ଷା

ବେଙ୍ଗାଲୁରୁ,୨୫ା୭(ପି.ଟି.): ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଗ ଭିଡ଼ିଥିବା ଭାଜପାର କର୍ନାଟକ ସଭାପତି ବି.ଏସ୍‌. ୟେଦୁରପ୍ପା ଉପର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଦଳର କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ...

ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ...

ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ ସର୍ବସମ୍ମୁଖରେ ଦିଆଯାଉ ଫାଶୀ, କହିଲେ ସଞ୍ଜୟ ରାଉତ…

ମୁମ୍ବାଇ,୧୬।୧୧ : ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲା ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ବିରୋଧୀ...

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ହେବ ୯ ରାଜ୍ୟର ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ,୨।୧ : ଚଳିତ ବର୍ଷ ଦେଶର ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

Advertisement
Archives

Model This Week