ମୁଣ୍ଡ ପିଛା ଆୟ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୧୭।୯ (ଅଭୟ ଦାଶ): ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହେବା ଏକ ‘ପ୍ରଭାବୀ ସଫଳତା’ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ କହିଛନ୍ତି। ହେଲେ ଦେଶର ମୁଣ୍ଡ ପିଛା ଆୟ ମଧ୍ୟ ଏହା ସହ ବଢିବା ଆବଶ୍ୟକ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଶନିବାର ଆଇସିଏଫ୍‌ଏଆଇ ଫାଉଣ୍ଡେଶନ ଫର୍‌ ହାୟର ଏଜୁକେଶନର ୧୩ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ରଙ୍ଗରାଜନ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପୃଷ୍ଠଭୂମିର ରାଜନୈତିକ ମାନଚିତ୍ରକୁ ଆଖି ଆଗରେ ରଖି ଦେଶର ବିକାଶ ନିମନ୍ତେ ଏକ ସ୍ପଷ୍ଟ ନୀତି ନିର୍ଦ୍ଧାରିତ ହେବା ଜରୁରୀ ହୋଇଥିବାବେଳେ ଏ ଦିଗରେ ଆର୍ଥିକ ବୃଦ୍ଧି ହାରକୁ ବଢ଼ାଇବା ସବୁଠୁ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ କାମ ହେବ ବୋଲି ରଙ୍ଗରାଜନ କହିଛନ୍ତି। ଏପରିକି ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହେବା ସମସ୍ତଙ୍କ ପାଇଁ ଏକ ବଡ ସଫଳତା ନିଶ୍ଚିତ। ହେଲେ ଏହାକୁ ଦେଶର ମୁଣ୍ଡ ପିଛା ଆୟ ନଜରରେ ଦେଖିଲେ ଅସଲ ସତ୍ୟ ସାମ୍ନାକୁ ଆସିବ। ବିଶେଷକରି ୨୦୨୦ରେ ମୁଣ୍ଡ ପିଛା ଆୟ ମାମଲାରେ ଭାରତ ୧୯୭ ଦେଶ ମଧ୍ୟରେ ୧୪୨ ତମ ସ୍ଥାନରେ ଥିଲାବେଳେ ଏଥିରୁ ଆମକୁ କେତେ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି ତାହା ସହଜରେ ବୁଝାପଡ଼େ ବୋଲି ରଙ୍ଗରାଜନ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହି ଯାତ୍ରାରେ ରଙ୍ଗରାଜନ ବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ କହିବା ସହ ଆଜି ଆମ ପାଖରେ ଲୋକଙ୍କ ମୁଣ୍ଡ ପିଛା ଆୟର ବର୍ତ୍ତମାନ ସ୍ତରକୁ ଦେଖିଲେ ଦ୍ରୁତବେଗରେ ଆଗକୁ ବଢ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଦେଶ ଯଦି ଆଗାମୀ ୨ ଦଶକ ପର୍ଯ୍ୟନ୍ତ ପ୍ରତି ବର୍ଷ ୭% ହାରରେ ଅଭିବୃଦ୍ଧି ହାସଲକରେ ତେବେ ଭାରତୀୟ ଅର୍ଥ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଦେଖାଯିବ ଓ ବିଶ୍ୱରେ ଭାରତ ଏକ ବିକଶିତ ଅର୍ଥ ବ୍ୟବସ୍ଥାର ସ୍ଥାନ ମଧ୍ୟ ପାଇବ ବୋଲି ରଙ୍ଗରାଜନ ମତପ୍ରକାଶ କରିଛନ୍ତି। ସେହିପରି ବର୍ଦ୍ଧିତ ଅଭିବୃଦ୍ଧିରେ ରୋଜଗାର ମଧ୍ୟ ସୃଷ୍ଟି ହେବାର ଆବଶ୍ୟକ ରହିଛି। କାରଣ ବିନା ଅଭିବୃଦ୍ଧିରେ ରୋଜଗାର ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ ବୋଲି ସେ ଆକଳନ କରୁଥିବାବେଳେ ଆମକୁ ସର୍ବନିମ୍ନ ୭% ହାରର ମଜଭୁତ ଆର୍ଥିକ ବୃଦ୍ଧି ହାର ଲକ୍ଷ୍ୟ ରଖିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri