ମୁଣ୍ଡ ପିଛା ଆୟ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୧୭।୯ (ଅଭୟ ଦାଶ): ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହେବା ଏକ ‘ପ୍ରଭାବୀ ସଫଳତା’ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ କହିଛନ୍ତି। ହେଲେ ଦେଶର ମୁଣ୍ଡ ପିଛା ଆୟ ମଧ୍ୟ ଏହା ସହ ବଢିବା ଆବଶ୍ୟକ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଶନିବାର ଆଇସିଏଫ୍‌ଏଆଇ ଫାଉଣ୍ଡେଶନ ଫର୍‌ ହାୟର ଏଜୁକେଶନର ୧୩ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ରଙ୍ଗରାଜନ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପୃଷ୍ଠଭୂମିର ରାଜନୈତିକ ମାନଚିତ୍ରକୁ ଆଖି ଆଗରେ ରଖି ଦେଶର ବିକାଶ ନିମନ୍ତେ ଏକ ସ୍ପଷ୍ଟ ନୀତି ନିର୍ଦ୍ଧାରିତ ହେବା ଜରୁରୀ ହୋଇଥିବାବେଳେ ଏ ଦିଗରେ ଆର୍ଥିକ ବୃଦ୍ଧି ହାରକୁ ବଢ଼ାଇବା ସବୁଠୁ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ କାମ ହେବ ବୋଲି ରଙ୍ଗରାଜନ କହିଛନ୍ତି। ଏପରିକି ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହେବା ସମସ୍ତଙ୍କ ପାଇଁ ଏକ ବଡ ସଫଳତା ନିଶ୍ଚିତ। ହେଲେ ଏହାକୁ ଦେଶର ମୁଣ୍ଡ ପିଛା ଆୟ ନଜରରେ ଦେଖିଲେ ଅସଲ ସତ୍ୟ ସାମ୍ନାକୁ ଆସିବ। ବିଶେଷକରି ୨୦୨୦ରେ ମୁଣ୍ଡ ପିଛା ଆୟ ମାମଲାରେ ଭାରତ ୧୯୭ ଦେଶ ମଧ୍ୟରେ ୧୪୨ ତମ ସ୍ଥାନରେ ଥିଲାବେଳେ ଏଥିରୁ ଆମକୁ କେତେ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି ତାହା ସହଜରେ ବୁଝାପଡ଼େ ବୋଲି ରଙ୍ଗରାଜନ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହି ଯାତ୍ରାରେ ରଙ୍ଗରାଜନ ବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ କହିବା ସହ ଆଜି ଆମ ପାଖରେ ଲୋକଙ୍କ ମୁଣ୍ଡ ପିଛା ଆୟର ବର୍ତ୍ତମାନ ସ୍ତରକୁ ଦେଖିଲେ ଦ୍ରୁତବେଗରେ ଆଗକୁ ବଢ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଦେଶ ଯଦି ଆଗାମୀ ୨ ଦଶକ ପର୍ଯ୍ୟନ୍ତ ପ୍ରତି ବର୍ଷ ୭% ହାରରେ ଅଭିବୃଦ୍ଧି ହାସଲକରେ ତେବେ ଭାରତୀୟ ଅର୍ଥ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଦେଖାଯିବ ଓ ବିଶ୍ୱରେ ଭାରତ ଏକ ବିକଶିତ ଅର୍ଥ ବ୍ୟବସ୍ଥାର ସ୍ଥାନ ମଧ୍ୟ ପାଇବ ବୋଲି ରଙ୍ଗରାଜନ ମତପ୍ରକାଶ କରିଛନ୍ତି। ସେହିପରି ବର୍ଦ୍ଧିତ ଅଭିବୃଦ୍ଧିରେ ରୋଜଗାର ମଧ୍ୟ ସୃଷ୍ଟି ହେବାର ଆବଶ୍ୟକ ରହିଛି। କାରଣ ବିନା ଅଭିବୃଦ୍ଧିରେ ରୋଜଗାର ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ ବୋଲି ସେ ଆକଳନ କରୁଥିବାବେଳେ ଆମକୁ ସର୍ବନିମ୍ନ ୭% ହାରର ମଜଭୁତ ଆର୍ଥିକ ବୃଦ୍ଧି ହାର ଲକ୍ଷ୍ୟ ରଖିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଲଢ଼ିବେନି ସୁର ରାଉତରାୟଙ୍କ ପୁଅ

ଭୁବନେଶ୍ୱର,୭ା୯(ଅନିଲ ଦାସ)କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଲଢ଼ିବେ ନାହିଁି। ୨୦୨୪ରେ ସେ କଂଗ୍ରେସ ନୁହେଁ...

ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ପଞ୍ଚମ ଦିନରେ ବି ଚାଲି ପାରିଲାନି ବିଧାନସଭା। ଆଜି ଅଧିବେଶନ ଆରମ୍ଭରୁ ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ଗୃହକୁ...

ଭଦ୍ରକରେ ପୁଣି ଜଣେ କରୋନା ପଜିଟିଭ୍‌: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଭୁବନେଶ୍ୱର,୨୪ା୪(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଚିହ୍ନଟ...

ଉପରମୁହାଁ ହେଉଛି ସଂକ୍ରମଣ: ଚିହ୍ନଟ ହେଲେ ୨୩୧ ପଜିଟିଭ୍‌

ଭୁବନେଶ୍ବର,୨।୭(ବ୍ୟୁରୋ): ରାଜ୍ୟରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା...

ଇଂ. ବସନ୍ତ ପରିଡ଼ା ଆଇଡବ୍ଲ୍ୟୁଡବ୍ଲ୍ୟୁଏର ପ୍ରଥମ ଓଡ଼ିଆ ମହାସଚିବ ନିର୍ବାଚିତ

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଦେଶ ବିଦେଶର ୧୨ଶହରୁ ଅଧିକ ଇଞ୍ଜିନିୟର ଏବଂ ଦକ୍ଷ ବିଶେଷଜ୍ଞଙ୍କୁ ନେଇ ଜଳ ଓ ବର୍ଜ୍ୟଜଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଖିଳ ଭାରତୀୟ ସଂସ୍ଥା...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୨।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ନଦୀସୁଅରେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ତେଲକୋଇ ଥାନା ଅଧୀନ ତେଲକୋଇ ତଳସାହି ସତ୍‌ସଙ୍ଗ ସମାକୋଈ ନଦୀଘାଟରେ ପାର୍‌ ହେଉଥିଲା ବେଳେ ଜଣେ ମହିଳା ନଦୀସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି...

ଚର୍ଚ୍ଚିତ ଟୁଇଟ୍‌ : ମୁଖ୍ୟମନ୍ତ୍ରୀ, ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,୧ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଜଣେ ରାଜ୍ୟ ତଥା ଦେଶ ରାଜନୀତିରେ ଚର୍ଚ୍ଚିତ ନାମ। ଅନ୍ୟ ଜଣେ...

Advertisement
Archives

Model This Week