ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ନିର୍ମାଣ ଉପକରଣ ଉତ୍ପାଦକ କେସ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲିଡ୍‌ ଜରିଆରେ ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ଉଦ୍ୟୋଗ ପ୍ରତି ଯୁବବର୍ଗଙ୍କ ମନରେ ଉତ୍ସାହ ବଢ଼ାଇବାକୁ କମ୍ପାନୀ ଗୁରୁତ୍ୱ ପ୍ରଦାନ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୩ ମାର୍ଚ୍ଚରେ କମ୍ପାନୀ ପ୍ରଥମେ ତା’ର ପ୍ରୋଜେକ୍ଟ ଲିଡ୍‌ ଆରମ୍ଭ କରିଥିଲା। ଏହା ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନର ଏକ ଅଂଶ ଭାବେ କାର୍ଯ୍ୟକାରୀ ହୋଇଥିଲା।

ଏହି ସିଏସ୍‌ଆର୍‌ ପଦକ୍ଷେପଟି ବ୍ୟାପକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭହେବା ସହ କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ବିଶେଷ କରି ଏହି ପ୍ରକଳ୍ପ ନୟାଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି ଜିଲାର ୧୦୪ରୁ ଅଧିକ ଗ୍ରାମରେ ଜାରି ରହିଛି।

ସେହିଭଳି କେସ୍‌ ଇଣ୍ଡିଆ କୃଷି, ଗ୍ରାମୀଣ ଶିଳ୍ପ ଯଥା କୁକୁଡ଼ା, ଦୁଗ୍ଧ, ମହୁମାଛି ଚାଷ ଏବଂ ମତ୍ସ୍ୟଚାଷ ସମେତ ଗ୍ରାମୀଣ ଭିତ୍ତିଭୂମି (ସଡ଼କ ନିର୍ମାଣ ଏବଂ ଜଳସେଚନ) ଭଳି କ୍ଷେତ୍ର ଉପରେ ଧ୍ୟାନଦେଇ ପ୍ରୋଜେକ୍ଟ ଲିଡ୍‌ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ କରିବାକୁ ଚେଷ୍ଟାକରିଛି। ଏପରିକି ସେମାନଙ୍କୁ ଉଦ୍ୟୋଗୀ କୌଶଳ ନିପୁଣତା ସହ ସହରାଞ୍ଚଳ ସ୍ଥାନାନ୍ତରକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିବା ଓ ସହରାଞ୍ଚଳରୁ ଗ୍ରାମାଞ୍ଚଳ ସ୍ଥାନାନ୍ତର କରିବା ପାଇଁ ପ୍ରୋତ୍ସାହିତ କରିବ।

ଏ ସମ୍ପର୍କରେ କେସ୍‌ ଇଣ୍ଡିଆର ମାର୍କେଟିଂ ଏବଂ ବ୍ୟବସାୟ ବିକାଶ ମୁଖ୍ୟ ପୁନୀତ ବିଦ୍ୟାର୍ଥୀ କହିଛନ୍ତି, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳ ଯୁବକମାନଙ୍କର ଦକ୍ଷତା ବୃଦ୍ଧି ଏବଂ ସୁଯୋଗ ସହ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ କେସ୍‌ ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ସଚେତନତା ପଦକ୍ଷେପ କେବଳ ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତକରେ ନାହିଁ ବରଂ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ।

ଅପରପକ୍ଷରେ କୋଣାର୍କ ଇକ୍ୟୁପ୍‌ମେଣ୍ଟ ସେଲ୍ସ ଆଣ୍ଡ ସର୍ଭିସ୍‌ର ପରିଚାଳନା ନିର୍ଦ୍ଦେଶକ ସୌମିକ ଦାସ କହିଛନ୍ତି, ରାଜ୍ୟରେ କେସ୍‌ ଇଣ୍ଡିଆର ଡିଲର ଭାବେ ଆମେ ଏହି ପ୍ରକଳ୍ପର ସଫଳତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ। ଏପରିକି ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତାକୁ ମଧ୍ୟ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଅଧିକ ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିବା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗିତା ଏବଂ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବା ହିଁ ଆମର ମୂଳଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?