ଭୁବନେଶ୍ୱର,୧।୮: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିକଟରେ ଏକ ଏମ୍ଏସ୍ଏମ୍ଇ ବିଜନେସ୍ ଆସୋସିଏଟ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବ୍ୟବସାୟ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ଡିସ୍କମ୍ଗୁଡ଼ିକରେ ଥିବା ବିଭିନ୍ନ ବ୍ୟବସାୟ ସୁଯୋଗର ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକୁ ଉତ୍ସାହିତ କରିବାଲାଗି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ସ୍ଥାନୀୟ ଭାବେ ସଂଗ୍ରହ କରାଯାଉଥିବା ଉପକରଣ ଓ ସେବାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଓଡ଼ିଶାରେ ଏମ୍ଏସ୍ଏମ୍ଇ ଶିଳ୍ପର ସାମଗ୍ରିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୭୦ ଏମ୍ଏସ୍ଏମ୍ଇ ସଂସ୍ଥା ଯୋଗଦେଇଥିଲେ। ଅପରପକ୍ଷରେ ବିଭିନ୍ନ ଏମ୍ଏସ୍ଏମ୍ଇ ସଂଘ, ଚାମ୍ବର ଅଫ୍ କମର୍ସର ବରିଷ୍ଠ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ରାଜ୍ୟର ଏମ୍ଏସ୍ଏମ୍ଇ ଓ ଟାଟା ପାୱାର ଡିସ୍କମ୍ଗୁଡ଼ିକ ମଧ୍ୟରେ ବ୍ୟବସାୟ ସୁଯୋଗକୁ ସମୃଦ୍ଧ କରିବା। ବିଶେଷ କରି ଏହି ଅଭିଯାନ ଟାଟା ପାୱାର ଡିସ୍କମ୍ ଓ ଏମ୍ଏସ୍ଏମ୍ଇ ମଧ୍ୟରେ ସମ୍ପର୍କ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ସାମଗ୍ରିକ ବିକାଶର ପ୍ରତିଶ୍ରୁତି ପ୍ରଦାନ କରୁଛି। ସେହିଭଳି ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି, ସମସ୍ତ ଚାରିଟି ଡିସ୍କମ୍ ଏମ୍ଏସ୍ଏମ୍ଇ ବିଜ୍ନେସ ଆସୋସିଏଟ୍ସଙ୍କ ସହ ଆଲୋଚନା କରିଥିବା ବେଳେ ଆମେ ସେମାନଙ୍କୁ ଶୁଣି ସେମାନଙ୍କ ମୂଲ୍ୟବାନ ମତାମତ ସଂଗ୍ରହ କରିଛୁ।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


