ଭୁବନେଶ୍ୱର,୧।୮: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିକଟରେ ଏକ ଏମ୍ଏସ୍ଏମ୍ଇ ବିଜନେସ୍ ଆସୋସିଏଟ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବ୍ୟବସାୟ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ଡିସ୍କମ୍ଗୁଡ଼ିକରେ ଥିବା ବିଭିନ୍ନ ବ୍ୟବସାୟ ସୁଯୋଗର ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକୁ ଉତ୍ସାହିତ କରିବାଲାଗି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ସ୍ଥାନୀୟ ଭାବେ ସଂଗ୍ରହ କରାଯାଉଥିବା ଉପକରଣ ଓ ସେବାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଓଡ଼ିଶାରେ ଏମ୍ଏସ୍ଏମ୍ଇ ଶିଳ୍ପର ସାମଗ୍ରିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୭୦ ଏମ୍ଏସ୍ଏମ୍ଇ ସଂସ୍ଥା ଯୋଗଦେଇଥିଲେ। ଅପରପକ୍ଷରେ ବିଭିନ୍ନ ଏମ୍ଏସ୍ଏମ୍ଇ ସଂଘ, ଚାମ୍ବର ଅଫ୍ କମର୍ସର ବରିଷ୍ଠ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ରାଜ୍ୟର ଏମ୍ଏସ୍ଏମ୍ଇ ଓ ଟାଟା ପାୱାର ଡିସ୍କମ୍ଗୁଡ଼ିକ ମଧ୍ୟରେ ବ୍ୟବସାୟ ସୁଯୋଗକୁ ସମୃଦ୍ଧ କରିବା। ବିଶେଷ କରି ଏହି ଅଭିଯାନ ଟାଟା ପାୱାର ଡିସ୍କମ୍ ଓ ଏମ୍ଏସ୍ଏମ୍ଇ ମଧ୍ୟରେ ସମ୍ପର୍କ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ସାମଗ୍ରିକ ବିକାଶର ପ୍ରତିଶ୍ରୁତି ପ୍ରଦାନ କରୁଛି। ସେହିଭଳି ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି, ସମସ୍ତ ଚାରିଟି ଡିସ୍କମ୍ ଏମ୍ଏସ୍ଏମ୍ଇ ବିଜ୍ନେସ ଆସୋସିଏଟ୍ସଙ୍କ ସହ ଆଲୋଚନା କରିଥିବା ବେଳେ ଆମେ ସେମାନଙ୍କୁ ଶୁଣି ସେମାନଙ୍କ ମୂଲ୍ୟବାନ ମତାମତ ସଂଗ୍ରହ କରିଛୁ।
ଚୋରାରେ ଚାଲିଛି ଗ୍ୟାସ୍ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ
ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…
ଓରାକଲ୍ରୁ ଆମାଜନ୍ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ
ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…
ଏଇ ଭାରତରେ
ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…
ତଳ ଅଫିସର
ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍ରେ ଯାତ୍ରୀଙ୍କ…
ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ
ଓ୍ବାଶିଂଟନ୍,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…
ବିଶ୍ୱ ପାଇଁ ଚେତାବନୀ
ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…
ଜୈନଧର୍ମରେ ମହିଳା
ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…
ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର
ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍ଘାଟିତ…
Archives

