ଦୁୁର୍ଘଟଣା ପରେ ବଦଳିଗଲା ଚେହେରା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଅଭିନେତ୍ରୀ ଅନୁ ଅଗ୍ରୱାଲ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଥିଲେ । ଫିଲ୍ମ ‘ଆଶିକି’ରେ କାମ କରି ଅନୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ହେଲେ ଏକ ଦୁର୍ଘଟଣା ଅନୁଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ୧୯୯୯ରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ଅନୁଙ୍କ ଜୀବନ ସିନା ବଞ୍ଚିଗଲା ହେଲେ ଚେହେରା ସମ୍ପୂର୍ଣ୍ଣ ବଦଳିଗଲା । ବେଶ କିଛି ବର୍ଷର ଚିକିତ୍ସା ପରେ ଏବେ ସୁସ୍ଥ ହୋଇ ଅନୁ ପୁଣିଥରେ ମନୋରଞ୍ଜନ ଦୁନିଆକୁ ଫେରିବେ ବୋଲି ଜଣାପଡିଛି ।
ତେବେ ୧୯୯୯ରେ ହୋଇଥିବା ଏହି ଦୁର୍ଘଟଣା ପରେ ଅନୁ କୋମାକୁ ଚାଲିଯାଇଥିଲେ । କେହି ବିଶ୍ୱାସ କରି ପାରୁ ନ ଥିଲେ ଅନୁ ବଞ୍ଚିବେ ବୋଲି । ହେଲେ ୨୯ ଦିନ ପରେ ତାଙ୍କର ଯେତେବେଳେ ହୋସ୍ ଆସିଲା ସେତେବେଳେ ଏହା ସମସ୍ତଙ୍କୁ ମିରାକଲ ଭଳି ମନେହେଲା । ଏହାପରେ କିନ୍ତୁ ତାଙ୍କର ଅଧା ଶରୀର ପାରାଲାଇଜ୍‌ଡ ହୋଇଯାଇଥିଲା । ଅନୁ ଚିନ୍ତା କରୁଥିଲେ ସତରେ ସେ କ’ଣ ଆଉ ବଞ୍ଚିବେ । ଯଦି ବଞ୍ଚିବେ ତେବେ ସେ କ’ଣ ସାରା ଜୀବନ ପାରାଲାଇଜ୍‌ଡ ହୋଇ ରହିବେ । ହେଲେ ଏସବୁ ପ୍ରଶ୍ନର ଯେମିତି କିଛି ଉତ୍ତର ନ ଥିଲା । ଏପଟେ ଚେହେରାବି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା ।
ନିକଟରେ ଅନୁ ଏକ ସାକ୍ଷାତକାରରେ ବିଗତ ଦିନର କଥାକୁ ବୟାନ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବାସ୍ତବରେ ମୋ ଶରୀର ବୋଧହୁଏ ଏକ ଲକ୍ଷ ଖଣ୍ଡ ହୋଇଯାଇଥିଲା । ତେବେ ହାଡ ଓ ଶରୀରକୁ ଠିକ୍ କରିବାକୁ ମୋତେ ଅନେକ ସର୍ଜରୀ କରିବାକୁ ପଡିଛି । ଭାଙ୍ଗି ଯାଇଥିବା ହାଡକୁ ଠିକ୍ କରିବା ବଡି ଫଙ୍କସନ ନର୍ମାଲ କରିବାକୁ ଏସବୁ ସର୍ଜରୀ କରାଯାଇଛି । ତେବେ ଚେହେରା ବଦଳି ଯାଇଥିବାରୁ ସମସ୍ତେ ମୋତେ କସମେଟିକ ସର୍ଜରୀ କରିବାକୁ କହିଥିଲେ । ହେଲେ ମୁଁ ଏହା କରି ନ ଥିଲି । ଏବେ ଲୋକେ ଭାବୁଛନ୍ତି ମୁଁ ସର୍ଜରୀ କରିଛି ବୋଲି କାରଣ ମୋ ଚେହେରା ଏବେ ବଦଳି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri