ଦୁୁର୍ଘଟଣା ପରେ ବଦଳିଗଲା ଚେହେରା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଅଭିନେତ୍ରୀ ଅନୁ ଅଗ୍ରୱାଲ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଥିଲେ । ଫିଲ୍ମ ‘ଆଶିକି’ରେ କାମ କରି ଅନୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ହେଲେ ଏକ ଦୁର୍ଘଟଣା ଅନୁଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ୧୯୯୯ରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ଅନୁଙ୍କ ଜୀବନ ସିନା ବଞ୍ଚିଗଲା ହେଲେ ଚେହେରା ସମ୍ପୂର୍ଣ୍ଣ ବଦଳିଗଲା । ବେଶ କିଛି ବର୍ଷର ଚିକିତ୍ସା ପରେ ଏବେ ସୁସ୍ଥ ହୋଇ ଅନୁ ପୁଣିଥରେ ମନୋରଞ୍ଜନ ଦୁନିଆକୁ ଫେରିବେ ବୋଲି ଜଣାପଡିଛି ।
ତେବେ ୧୯୯୯ରେ ହୋଇଥିବା ଏହି ଦୁର୍ଘଟଣା ପରେ ଅନୁ କୋମାକୁ ଚାଲିଯାଇଥିଲେ । କେହି ବିଶ୍ୱାସ କରି ପାରୁ ନ ଥିଲେ ଅନୁ ବଞ୍ଚିବେ ବୋଲି । ହେଲେ ୨୯ ଦିନ ପରେ ତାଙ୍କର ଯେତେବେଳେ ହୋସ୍ ଆସିଲା ସେତେବେଳେ ଏହା ସମସ୍ତଙ୍କୁ ମିରାକଲ ଭଳି ମନେହେଲା । ଏହାପରେ କିନ୍ତୁ ତାଙ୍କର ଅଧା ଶରୀର ପାରାଲାଇଜ୍‌ଡ ହୋଇଯାଇଥିଲା । ଅନୁ ଚିନ୍ତା କରୁଥିଲେ ସତରେ ସେ କ’ଣ ଆଉ ବଞ୍ଚିବେ । ଯଦି ବଞ୍ଚିବେ ତେବେ ସେ କ’ଣ ସାରା ଜୀବନ ପାରାଲାଇଜ୍‌ଡ ହୋଇ ରହିବେ । ହେଲେ ଏସବୁ ପ୍ରଶ୍ନର ଯେମିତି କିଛି ଉତ୍ତର ନ ଥିଲା । ଏପଟେ ଚେହେରାବି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା ।
ନିକଟରେ ଅନୁ ଏକ ସାକ୍ଷାତକାରରେ ବିଗତ ଦିନର କଥାକୁ ବୟାନ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବାସ୍ତବରେ ମୋ ଶରୀର ବୋଧହୁଏ ଏକ ଲକ୍ଷ ଖଣ୍ଡ ହୋଇଯାଇଥିଲା । ତେବେ ହାଡ ଓ ଶରୀରକୁ ଠିକ୍ କରିବାକୁ ମୋତେ ଅନେକ ସର୍ଜରୀ କରିବାକୁ ପଡିଛି । ଭାଙ୍ଗି ଯାଇଥିବା ହାଡକୁ ଠିକ୍ କରିବା ବଡି ଫଙ୍କସନ ନର୍ମାଲ କରିବାକୁ ଏସବୁ ସର୍ଜରୀ କରାଯାଇଛି । ତେବେ ଚେହେରା ବଦଳି ଯାଇଥିବାରୁ ସମସ୍ତେ ମୋତେ କସମେଟିକ ସର୍ଜରୀ କରିବାକୁ କହିଥିଲେ । ହେଲେ ମୁଁ ଏହା କରି ନ ଥିଲି । ଏବେ ଲୋକେ ଭାବୁଛନ୍ତି ମୁଁ ସର୍ଜରୀ କରିଛି ବୋଲି କାରଣ ମୋ ଚେହେରା ଏବେ ବଦଳି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri