କ୍ରେଡିଟ୍‌ ରେଟିଂ ପ୍ରଭାବ

ମାଳଦ୍ୱୀପର ପ୍ରବାଳ ଦ୍ୱୀପପୁଞ୍ଜ ଓ ପାଚେରି ଏବେ ବିପଦରେ। ମାଳଦ୍ୱୀପରେ ୮୦% ଲୋକ ସମୁଦ୍ର ପତ୍ତନରୁ ମାତ୍ର ୧ ମିଟର ଉଚ୍ଚରେ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ହେଲେ ଅନେକ ଦ୍ୱୀପ ବାସ ଅନୁପଯୋଗୀ ହୋଇଯାଇପାରେ। ଏହି ଶତାବ୍ଦୀ ଶେଷ ସୁଦ୍ଧା ସେଠାରେ ୫ ଲକ୍ଷ ଲୋକ ସ୍ଥାନାନ୍ତର ହେବା ସମ୍ଭାବନା ମଧ୍ୟ ଅଛି। ତେବେ ମାଳଦ୍ୱୀପ ଏହି ବିପଦକୁ ସାମ୍ନା କରିବା ଲାଗି ପ୍ରବାଳ ପାଚେରିର ପୁନରୁଦ୍ଧାରଠାରୁ ଆରମ୍ଭକରି ଭାସମାନ ସୌରଶକ୍ତି ବ୍ୟବସ୍ଥା ଯାଏ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛି। କିନ୍ତୁ ପ୍ରବାଳକୁ ବଞ୍ଚାଇବା ଏତେ ସହଜ ନୁହେଁ। ବ୍ୟାପକ ପର୍ଯ୍ୟଟନ ଭିତ୍ତିଭୂମିରୁ ମାଳଦ୍ୱୀପ ଅତ୍ୟଧିକ ଆୟ କରେ। କିନ୍ତୁ ଅନ୍ୟ ଦେଶଗୁଡ଼ିକ ଭଳି ଏହା କୋଭିଡ୍‌-୧୯ ମହାମାରୀରେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା ଓ ଏହାର ପର୍ଯ୍ୟଟନ ଅଟକିଯାଇଥିଲା। ୨୦୨୧ରେ କରୋନା କଟକଣା କୋହଳ ହେବା ପରେ ପର୍ଯ୍ୟଟନ ପୁନର୍ବାର ଫେରିଥିଲା ଓ ଆର୍ଥିକ ପୁନରୁଦ୍ଧାର ଶୀଘ୍ର ହୋଇପାରିଥିଲା । କିନ୍ତୁ ସେହି ପୁନରୁଦ୍ଧାର ଦୁଇଟି କ୍ରମାଗତ କ୍ରେଡିଟ୍‌ ରେଟିଂ (ଋଣ କରୁଥିବା ଦେଶଗୁଡ଼ିକର ଏକ ଆକଳନ ଯାହା ସମୟାନୁସାରେ ପରିିଶୋଧ କରିବାକୁ ସକ୍ଷମତାକୁ ନିର୍ଦ୍ଧାରିତ କରେ) ହ୍ରାସ ଦ୍ୱାରା ବାଧାପ୍ରାପ୍ତ ହେଲା ।
ପ୍ରଥମେ ମୁଡିସ୍‌ ଏବଂ ପରେ ଫିଚ୍‌ ଦ୍ୱାରା ଏହା କରାଗଲା। ଏହାଫଳରେ ସୁଧ ହାର ଓ ଅନ୍ୟାନ୍ୟ ଖର୍ଚ୍ଚ ଅଧିକ ବୃଦ୍ଧି ପାଇଲା ।
ପରିଣାମ ସ୍ବରୂପ ମାଳଦ୍ୱୀପକୁ ଅନ୍ତଃରାଷ୍ଟ୍ରୀୟ ବଜାରରୁ ବାହାରକରି ଦିଆଯାଇଛି। ୨୦୨୧ ପରଠାରୁ ବିକାଶ କାର୍ଯ୍ୟକ୍ରମ ପାଣ୍ଠି ପାଇଁ ଏହାକୁ ଗୋଟିଏ ହେଲେ ବି ବଣ୍ଡ୍‌ ଦିଆଯାଇନାହିଁ।
କେବଳ ମାଳଦ୍ୱୀପ ନୁହେଁ,ମହାମାରୀ ସମୟରେ ଜଳବାୟୁ ପରିବର୍ତ୍ତନ ବିପଦରେ ଥିବା ୧୬ଟି ସ୍ମଲ୍‌ ଆଇଲାଣ୍ଡ ଡେଭଲପିଂ ଷ୍ଟେଟ୍ସ (ଏସ୍‌ଆଇଡିଏସ୍‌) ମଧ୍ୟରୁ ୧୧ଟିକୁ ମଧ୍ୟ କ୍ରେଡିଟ ରେଟିଂ ଏଜେନ୍ସି ମୁଡିସ୍‌, ଫିଚ୍‌ ଓ ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ ମଧ୍ୟରୁ ଅତିକମ୍‌ରେ ଗୋଟିଏ ଦ୍ୱାରା ନକାରାମତ୍କ କିମ୍ବା ନିମ୍ନମାନର ରେଟିଂକୁ ସାମ୍ନା କରିବାକୁ ପଡ଼ିଛି। ବାସ୍ତବରେ ଏହା ଆର୍ଥିକ ବିକାଶ ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ପଦକ୍ଷେପ ପାଇଁ ଏକ ବଡ଼ ବିପର୍ଯ୍ୟୟ ।
ଏକ ଦେଶର ଋଣ ପ୍ରାପ୍ୟ ଯୋଗ୍ୟତାର ଶେଷ ମାପାଙ୍କ ଭାବରେ କ୍ରେଡିଟ ରେଟିଂର ବ୍ୟବହାର ଦୀର୍ଘଦିନରୁ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ଗ୍ରହଣ କରାଯାଇଛି;ବିଶେଷକରି ଗ୍ଲୋବାଲ ସାଉଥ୍‌ରେ। ତେବେ କ୍ରେଡିଟ୍‌ ରେଟିଂ ହ୍ରାସର ଏକ ବିରାଟ ପ୍ରଭାବ ରହିଥିଲେ ମଧ୍ୟ କ୍ରେଡିଟ୍‌ ରେଟିଂ ଇଣ୍ଡଷ୍ଟ୍ରି ନିଜେ ସ୍ବଚ୍ଛ କିମ୍ବା ପ୍ରତିଯୋଗୀ ହୋଇପାରିନାହିଁ। ନିକଟରେ ୟୁଏନ୍‌ଡିଇଏସ୍‌ଏ (ଜାତିସଂଘ ଆର୍ଥିକ ଓ ସାମାଜିକ ବ୍ୟାପାର ବିଭାଗ)ର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମହାମାରୀ ସମୟରେ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକର କ୍ରେଡିଟ୍‌ ରେଟିଂ ମୋଟ ୧୨୫ ପଏଣ୍ଟ କମିଥିଲାବେଳେ ବିକଶିତ ଦେଶଗୁଡ଼ିକ ଋଣ ଉପରେ ଖୁବ୍‌ ଶୀଘ୍ର ଚୁକ୍ତି କରାଯାଇଥିଲା ଓ ସେମାନଙ୍କର ରେଟିଂ କେବଳ ୬ ପଏଣ୍ଟ ହ୍ରାସ କରାଯାଇଥିଲା। ଏହା ସମ୍ଭବତଃ ଏକ ଆଂଶିକ ସତ୍ୟକୁ ପ୍ରତିଫଳିତ କରିଛି ଯେ,୩ଟି ବୃହତ୍‌ କାର୍ବନ ରେଟିଂ ସଂସ୍ଥା ଗ୍ଲୋବାଲ ନର୍ଥକୁ ନିୟନ୍ତ୍ରଣ କରିଥିଲେ। ତେବେ ରେଟିଂ ନିଷ୍ପତ୍ତିରେ ବହୁସମୟରେ ବିଚାରଗତ ପକ୍ଷପାତ ଲକ୍ଷ୍ୟ କରାଯାଏ। ଋଣ ପରିଶୋଧ କରିବାରେ ସରକାରଙ୍କ ଦକ୍ଷତା ମୂଲ୍ୟାୟନ ପରୋକ୍ଷରେ ଜଳବାୟୁ ସମ୍ବନ୍ଧୀୟ ବିପଦକୁ ଆୟତ୍ତ କରିଥାଏ। କିନ୍ତୁ ସ୍ଥାୟୀ ଋଣର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଥିବା ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନ ମୁକାବିଲାର ପ୍ରୟାସକୁ ଅଣଦେଖା କରାଯାଉଛି।
ଏସ୍‌ଆଇଡିଏସ୍‌ଗୁଡ଼ିକ ବିଶ୍ୱରେ ସବୁଠୁ ଋଣଗ୍ରସ୍ତ ଦେଶ। ୨୦୨୦ରେ ଜିଡିପିରେ ସେମାନଙ୍କ ସାର୍ବଜନୀନ ଋଣ ହାର ଥିଲା ୮୨.୫% ଏବଂ ୨୦୨୫ ଯାଏ ୭୦%ରୁ ଅଧିକ ରଖିବାକୁ ସ୍ଥିର କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ କାରଣ କାହିଁକି? ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ୨୦୧୮ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଜଳବାୟୁ ବିପଦ ଋଣର ହାରାହାରି ସୁଧକୁ ପୂର୍ବ ଦଶନ୍ଧି ତୁଳନାରେ ୧୧୭ ଆଧାର ପଏଣ୍ଟ ବୃଦ୍ଧି କରିଛି ଏବଂ ସେମାନଙ୍କୁ ଅତିରିକ୍ତ ସୁଧ ୪୦ ବିଲିୟନ ଡଲାର ଦେବାକୁ ବାଧ୍ୟ କରିଛି। ଆଉ କେତେକେ ପୂର୍ବାନୁମାନ କରିଛନ୍ତି , ଆସନ୍ତା ଦଶନ୍ଧି ମଧ୍ୟରେ ଏହା ୧୪୬-୧୬୮ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ଏହା ଏସ୍‌ଆଇଡିଏସ୍‌ ପାଇଁ ବିପଜ୍ଜନକ ହେବ। ଯଦି ଏହି ଦେଶଗୁଡିକ ଜଳ ପତ୍ତନ ବୃଦ୍ଧିଜନିତ ବିପଦରୁ ମୁକ୍ତହେବାକୁ ଚାହାନ୍ତି, ତେବେ ସେମାନେ ନିରନ୍ତର ଅଭିବୃଦ୍ଧି ଏବଂ ନାଗରିକ, ଭିତ୍ତିଭୂମି, ଶକ୍ତି ଓ ଖାଦ୍ୟ ସୁରକ୍ଷା ବିକାଶ କ୍ଷେତ୍ରରେ ବିନିଯୋଗ କରିବାକୁ ସକ୍ଷମ ହେବା ଦରକାର। କିନ୍ତୁ ସେମାନଙ୍କର ସୁଧ ଖର୍ଚ୍ଚ ବହୁ ଅଧିକ। ବିଶ୍ୱସ୍ତରରେ ଜଳବାୟୁ ମୁକାବିଲା ପାଇଁ ଚୁକ୍ତିନାମା ମାଧ୍ୟମରେ ପ୍ରଦାନ କରାଯାଇଥିବା ଅର୍ଥଠାରୁ ଏହା ବହୁ ଅଧିକ। ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ, ଏସ୍‌ଆଇଡିଏସ୍‌ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରି ସେମାନଙ୍କର ସ୍ଥିରତାକୁ ଦୃଢ କରିବା ପାଇଁ ବିକାଶ ଏବଂ ଜଳବାୟୁ ପାଣ୍ଠିରୁ ୯.୪୨ ବିଲିୟନ ଡଲାର ପାଇଲା ଏବଂ ବାହ୍ୟ ଋଣଦାତାମାନଙ୍କୁ ୨୬.୬ ବିଲିୟନ ଡଲାର ପ୍ରଦାନ କଲା।
ଉଲ୍ଲେଖଯୋଗ୍ୟ, ଜି୨୦ର କମନ ଫ୍ରେମ୍‌ୱାର୍କ ଫର୍‌ ଡେବିଟ ଟ୍ରିଟ୍‌ମେଣ୍ଟରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକ ରେଟିଂ ହ୍ରାସ୍‌ଜନିତ ବିପଦର ସମ୍ମୁଖୀନ ହେଉଛନ୍ତି । ତେବେ ଆଶ୍ଚର୍ଯ୍ୟ ଯେ, କେବଳ ୩ଟି ଯୋଗ୍ୟ ଦେଶ କମନ ଫ୍ରେମ୍‌ୱାର୍କ ଅଧୀନରେ ରିଲିଫ ପାଇଁ ଆବେଦନ କରିଛନ୍ତି। କମ୍‌ ରେଟିଂରେ ଥିବା ଦେଶଗୁଡ଼ିକ ସେମାନଙ୍କର ଋଣର ପୁନଃ ବୁଝାମଣା କରିବାକୁ ଚେଷ୍ଟା କରନ୍ତି, ଯାହାର ପ୍ରାୟ ଅଧା ପ୍ରାଇଭେଟ ବଣ୍ଡ୍‌ ହୋଲ୍ଡରଙ୍କ ଦ୍ୱାରା କରାଯାଇଥାଏ । ଏହା ଏକ ଭୟଙ୍କର ଝଟକା। କାରଣ ଏହା ସେମାନଙ୍କର ଏବଂ ଅନ୍ତର୍ଜାତୀୟ ଋଣ ବଜାର ମଧ୍ୟରେ ପୂର୍ବରୁ ରହିଥିବା ପ୍ରତିବନ୍ଧକକୁ ଆହୁରି ଦୃଢ କରିଥାଏ। ସୁରକ୍ଷିତ, ସମୃଦ୍ଧ ଓ ଜଳବାୟୁ ସହନୀୟ ଦେଶଗୁଡ଼ିକ ଅନ୍ୟ ଦେଶଗୁଡ଼ିକ ତୁଳନାରେ ନିଶ୍ଚିତ ଭାବେ ଭଲ। ଏପରିକି ଏମାନେ ପ୍ରାଇଭେଟ୍‌ ଋଣଦାତା ଏବଂ ବିକଶିତ ଦେଶଗୁଡ଼ିକଠାରୁ ମଧ୍ୟ ଉତ୍ତମ। ଏମାନେ ଅସ୍ଥିର ଓ ଋଣବୋଝରେ ବୁଡ଼ିଯାଇଥିବା ତଥା ଅତ୍ୟଧିକ ପରିବେଶଗତ ବିସ୍ଥାପନ ଓ ମାନବୀୟ କ୍ଷତି ସହୁଥିବା ଦେଶଗୁଡ଼ିକଠାରୁ ବି ଭଲ। କ୍ରେଡିଟ୍‌ ରେଟିଂ ଯଦି ଏକ ବଜାର ପରିମାପକ ଭାବେ ରହେ ତେବେ ସେମାନଙ୍କୁ ପାରଦର୍ଶୀ, ନିଷ୍ପକ୍ଷ ଏବଂ ସୃଜନାମତ୍କ କରାଯିବା ଦରକାର।
ଶେଷରେ ଜାତିସଂଘ ମାନବ ଅଧିକାର ଆୟୋଗ ସଙ୍କଟ ସମୟରେ କ୍ରେଡିଟ ରେଟିଂ ସ୍ଥଗିତ ରଖିବା ପାଇଁ ଆହ୍ବାନ ଦେଇଛି। ପରିବର୍ତ୍ତନଶୀଳ ମୌଳିକତାକୁ ନିୟନ୍ତ୍ରଣ କରିବାକୁ ବଜାରକୁ ଅନୁମତି ଦେବା ପାଇଁ ସିଆର୍‌ଏଗୁଡିକ ମଧ୍ୟ ଅସ୍ଥିରତା ସମୟରେ ଆର୍ଥିକ ସମୀକ୍ଷାଗୁଡିକୁ ପ୍ରକାଶ ନ କାରିବା ଉଚିତ। ସିଆର୍‌ଏର ଆଦର୍ଶଗତ ପକ୍ଷପାତ ଏବଂ ସ୍ବଚ୍ଛତାର ଅଭାବକୁ ବିକେନ୍ଦ୍ରୀକରଣ କିମ୍ବା ଆଞ୍ଚଳିକ ଅବା ବହୁପକ୍ଷୀୟ ରେଟିଂ ଏଜେନ୍ସି ଗଠନକରି ସମାଧାନ କରାଯାଇପାରିବ । ଶେଷରେ, ଜଳବାୟୁ ବିପଦର ମୁକାବିଲାର ପ୍ରୟାସ କିପରି ସେମାନଙ୍କ ପଦ୍ଧତି ସହ ଖାପ ଖାଇବ ସେ ସମ୍ପର୍କରେ ସିଆର୍‌ଏଗୁଡ଼ିକ ମାର୍ଗଦର୍ଶନ କରିବା ଆବଶ୍ୟକ।
ଯେହେତୁ ଡୋଡ୍ଡ-ଫ୍ରାଙ୍କ୍‌ ଆକ୍ଟ ମାଧ୍ୟମରେ ୨୦୦୮ ବିଶ୍ୱ ଆର୍ଥିକ ସଙ୍କଟ ପରେ ଯୁକ୍ତରାଷ୍ଟ୍ରରେ କ୍ରେଡିଟ୍‌-ରେଟିଂ ବ୍ୟବସ୍ଥାରେ ସଂସ୍କାର କରାଯାଇଥିଲା, ବର୍ତ୍ତମାନ ଏସ୍‌ଆଇଡିଏସ୍‌ ସମ୍ମୁଖୀନ ହେଉଥିବା ଆହ୍ବାନକୁ ଦୃଷ୍ଟିରେ ରଖି ସିଆର୍‌ଏଗୁଡ଼ିକୁ ଉନ୍ନତ କରିବାକୁ ହେବ। ଜଳବାୟୁ ସଙ୍କଟ ସହ ଜଡ଼ିତ ଅଗ୍ନିକାଣ୍ଡ ଏବଂ ବନ୍ୟା ସୃଷ୍ଟି କରିବାରେ ସେମାନଙ୍କର କୌଣସି ହାତ ନ ଥିଲା। ଏହି ଦେଶଗୁଡିକ ଦଣ୍ଡ ପାଇବାକୁ ନୁହେଁ, ବରଂ ସମର୍ଥନ ପାଇବାକୁ ଯୋଗ୍ୟ।

  • ଏମିଲି ଓ୍ବିଲକିନଶନ, ବରିଷ୍ଠ ଗବେଷକ | କାନ୍ନି ଓ୍ବିଗନାରାଜା, ଜାତିସଂଘ ସହକାରୀ ମହାସଚିବ

Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri