ସବୁଜ ବିପ୍ଳବର ପ୍ରଭାବ

ଜୟତି ଘୋଷ

 

ବିଶ୍ୱରେ ୩,୯୦,୦୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ ଠାବ କରାଯାଇଛି। ସେଗୁଡ଼ିକ ମଧ୍ୟରୁ କେବଳ ୩ଟି ଯଥା ଧାନ, ମକା ଓ ଗହମ ଆମ ଖାଦ୍ୟରେ ରହୁଥିବା ଉଦ୍ଭିଦଭିତ୍ତିକ କ୍ୟାଲୋରିର ପ୍ରାୟ ୬୦ ପ୍ରତିଶତ ଭରଣା କରେ। ଏହି ତିନୋଟି ଶସ୍ୟର ପ୍ରାଧାନ୍ୟ ମୁଖ୍ୟତଃ ପ୍ରମୁଖ ପ୍ରଯୁକ୍ତିଗତ ପ୍ରଗତି ଯୋଗୁ ସମ୍ଭବ ହୋଇପାରିଛି। ବିଶେଷକରି ୧୯୬୦ ଦଶକର ସବୁଜ ବିପ୍ଳବ ସମୟରେ ଅଧିକ ଅମଳକ୍ଷମ କିସମ (ଏଚ୍‌ଓ୍ବାଇଭି)ର ଧାନ ଓ ଗହମ ବିକଶିତ କରାଯାଇଥିଲା ଏବଂ ଏଥିରୁ ବିପୁଳ ଲାଭ ମିଳିଛି। ଏହା ମୁଖ୍ୟତଃ ଖାଦ୍ୟ ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିଛି ଏବଂ ଅନେକ ଶହ କୋଟି ଲୋକଙ୍କୁ କ୍ଷୁଧାମୁକ୍ତ କରିପାରିଛି। ଉଲ୍ଲେଖଯୋଗ୍ୟ, ଏଚ୍‌ଓ୍ବାଇଭି ବିହନଗଡ଼ିକ ଯୋଗୁ ଉତ୍ପାଦନ ବୃଦ୍ଧି ହୋଇଛି ସତ, କିନ୍ତୁ ଚାଷ ପ୍ରକ୍ରିୟାକୁ ଦେଖିଲେ ଏହା ଅନ୍ୟ ସମସ୍ୟାସବୁ ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ଅଧିକ ଅମଳକ୍ଷମ ବିହନର ଉତ୍ପାଦନ ଜଳସେଚନ ଉପଲବ୍ଧତା ଏବଂ ବିଭିନ୍ନ ରାସାୟନିକ ପଦାର୍ଥ ବିଶେଷକରି ସାର ଏବଂ କୀଟନାଶକ ପ୍ରୟୋଗ ଉପରେ ବେଶି ନିର୍ଭର କରେ। ଫଳସ୍ବରୂପ ଏଚ୍‌ଓ୍ବାଇଭି ବିହନରେ ଚାଷ କରିବା ଦ୍ୱାରା କେନାଲ ଜଳସେଚନର ଅତ୍ୟଧିକ ବ୍ୟବହାର କରିବାକୁ ପଡ଼ୁଛି । ଏପରିକି ଅଧିକ ଅମଳକ୍ଷମ ବିହନ ପାଇଁ ଅର୍ଦ୍ଧଶୁଷ୍କ ଅଞ୍ଚଳରେ କୃଷକମାନେ ଭୂତଳ ଜଳସେଚନ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ପାରମ୍ପରିକ ବିହନ ବଦଳରେ ଏଚ୍‌ଓ୍ବାଇଭି ଭିତ୍ତିକ କୃଷି ଦ୍ୱାରା ଯବକ୍ଷାରଜାନ ଆଧାରିତ ସାର ପ୍ରୟୋଗ ଅତ୍ୟଧିକ ବୃଦ୍ଧିପାଇଛି।
ଏଚ୍‌ଓ୍ବାଇଭି ବିହନରେ ଚାଷ କଲେ ସେଥିରେ ରୋଗପୋକର ଅଧିକ ବିପଦ ରହିଛି। ସେହି ସବୁ ବିହନକୁ ନେଇ ଏକକ ଚାଷ (ଏକାବେଳକେ ଜମିରେ ଗୋଟିଏ ପ୍ରକାର ଚାଷ) କରିବାର ଅଭ୍ୟାସ କାରଣରୁ ବାରମ୍ବାର ରୋଗ ପୋକ ସଂକ୍ରମଣ ହେବା ଦେଖାଯାଏ ଓ ତାହା ଏବେ ବ୍ୟାପକ ହୋଇଛି। ଚାଷରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହୃତ ହୁଏ। ଏହି କାରଣରୁ କୀଟନାଶକ ଓ ରାସାୟନିକ ସାରର ସୂକ୍ଷ୍ମ ବିଷାକ୍ତ ତତ୍ତ୍ୱ ବା ଉପାଦାନ ଉଦ୍ଭିଦ ଏବଂ ଶସ୍ୟରେ ରହିଯାଏ। ଏହିସବୁ କେମିକାଲଗୁଡ଼ିକ ପ୍ରତି କୀଟମାନଙ୍କଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଦ୍ୱାରା ନୂତନ ବୈଷୟିକ ସମାଧାନ ଖୋଜିବା ଆବଶ୍ୟକ ପଡ଼ିଲା। ଫଳରେ ପ୍ରାକୃତିକ ରୂପେ କୀଟକୁ ପ୍ରତିରୋଧ କରିବାକୁ ଜେନେଟିକାଲି ମଡ଼ିଫାଏଡ (ଜିଏମ୍‌) ଶସ୍ୟ ସୃଷ୍ଟି କରାଗଲା। ଯଦିଓ ଏହି ଟେକ୍ନୋଲୋଜିଗୁଡିକ ଦ୍ୱାରା ଅଧିକ ଜମିରୁ ଯେତିକି ଅମଳ ହୁଏ କମ୍‌ ଜମିରେ ସେତିକି ହୋଇପାରୁଛି, ତଥାପି ଚାଷ ପାଇଁ ଆବଶ୍ୟକ ସଂସାଧନ ଏବଂ ବଜାରଗୁଡିକ ଉପଲବ୍ଧ ହେଉନାହିଁ। ଫଳସ୍ବରୂପ କୃଷକଙ୍କ ଲାଭ କମ୍‌ ବେଶି ହେଉଛି ଏବଂ କୃଷି ଅସମାନତା ବୃଦ୍ଧିପାଉଛି। ଏହି ଆହ୍ବାନଗୁଡିକ ବିପଜ୍ଜନକ ନ ଥିଲେ ମଧ୍ୟ ବିଶେଷଜ୍ଞମାନେ ଅଧିକ ଅମଳକ୍ଷମ ଫସଲରେ ରହୁଥିବା ପୋଷକ ତତ୍ତ୍ୱର ଅବନତି ବିଷୟକୁ ନେଇ ଏବେ ଅଧିକ ଚିନ୍ତିତ। ଉଦାହରଣସ୍ବରୂପ, ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ସବୁଜ ବିପ୍ଳବ ଭାରତକୁ ଖାଦ୍ୟ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲେ ମଧ୍ୟ ଏହା ଦେଶର ପୋଷକ ସୁରକ୍ଷାକୁ ଦୁର୍ବଳ କରିଛି।
୧୯୬୦ ଦଶକରୁ ୨୦୧୮ ପର୍ଯ୍ୟନ୍ତ ଭାରତରେ ବିକଶିତ ତଥା ଚାଷ କରାଯାଇଥିବା ପ୍ରାୟ ୧,୫୦୦ କିସରର ଧାନ ଓ ଗହମର ଗୁଣବତ୍ତା ଏବଂ ସମ୍ଭାବ୍ୟ ବିଷାକ୍ତଗୁଣକୁ ନେଇ ଗବେଷକମାନେ ଅନୁଧ୍ୟାନ କରିଛନ୍ତି। ସେମାନେ ସୂଚିତ କରିଛନ୍ତି ଯେ, ଏଚ୍‌ଓ୍ବାଇଭି କୈନ୍ଦ୍ରିକ ବ୍ରିଡିଂ ପ୍ରୋଗ୍ରାମଗୁଡ଼ିକର ଦୀର୍ଘମିଆଦୀ ପ୍ରଭାବ ରହିଛି। ଏଥିରେ ଖାଦ୍ୟର ପ୍ରାକୃତିକ ପୋଷକ ଓ ଶକ୍ତି ମାତ୍ରା ଅତ୍ୟଧିକ ହ୍ରାସ ହେବା ସହ ବିଷାକ୍ତ ପଦାର୍ଥର ପରିମାଣ ଅଧିକ ରହୁଛି। ଏହି ସବୁ ଶସ୍ୟର ପୋଷକ ବୃଦ୍ଧି କରିବା ଯଦିଓ ମୁଖ୍ୟ ଲକ୍ଷ୍ୟ ଥିଲା, ତଥାପି ଅଧିକ ଅମଳ ଉପରେ ଗୁରୁତ୍ୱ ଦେବା ଦ୍ୱାରା ସେଗୁଡ଼ିକର ପୋଷକ ଉପାଦେୟତା ଯଥେଷ୍ଟ ହ୍ରାସ ପାଇଛି। ଉଲ୍ଲେଖନୀୟ ଯେ, ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଖାଦ୍ୟଶସ୍ୟ ଧାନ ଓ ଗହମରେ ଜିଙ୍କ୍‌ ଓ ଆଇରନ୍‌ ଭଳି ଅତି ଦରକାରୀ ପୋଷକତତ୍ତ୍ୱ ଅତ୍ୟଧିକ ହ୍ରାସ ପାଇଛି। ବିଶେଷକରି, ଧାନରେ ଜିଙ୍କ୍‌ ୩୩ ପ୍ରତିଶତ ଓ ଆଇରନ ୨୭ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ଗହମରେ ଜିଙ୍କ୍‌ ୩୦ ପ୍ରତିଶତ ହ୍ରାସ ହୋଇଥିବାବେଳେ ଆଇରନ ୧୯ ପ୍ରତିଶତ କମିଛି। ଏପରିକି ସବୁଠୁ ଖରାପ ଆର୍ସେନିକ ସ୍ତର ଧାନରେ ୧,୪୯୩ ପ୍ରତିଶତ ବୃଦ୍ଧି ପାଇଛି। ସିଦ୍ଧାନ୍ତରେ କୁହାଯାଇଛି ଯେ, ଯେଉଁମାନେ ଏହିସବୁ ଖାଦ୍ୟଶସ୍ୟ ଖାଆନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘମିଆଦୀ ପ୍ରଭାବ ପଡ଼ିଥାଏ। ବିଶେଷକରି ଗବେଷକମାନେ ଦୃଢ଼ ପ୍ରମାଣ ଦର୍ଶାଇଛନ୍ତି ଯେ, ଧାତବ ବିଷାକ୍ତ ପଦାର୍ଥକୁ ଖାଇଲେ ଫୁସ୍‌ଫୁସ୍‌ କର୍କଟ କିମ୍ବା ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟାଜନିତ ରୋଗ, ହୃଦ୍‌ରୋଗ, ହାଇପରକେରାଟୋସିସ, ବୃକ୍‌କ ରୋଗ ଓ ଅସ୍ଥି ଦୁର୍ବଳତା ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଧାନ ଓ ଗହମର ବ୍ୟବହାର ବୃଦ୍ଧି (ଯାହା ସବୁଜ ବିପ୍ଳବର ଲକ୍ଷ୍ୟ)ଭାରତର ଏବକାର ରୋଗଜନିତ ବୋଝକୁ ଆହୁରି ବଢ଼ାଇଦେଇପାରେ । ଗୁରୁତ୍ୱପୂର୍ଣ୍ଣ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଏଚ୍‌ଓ୍ବାଇଭି ଉପରେ ଅଧିକ ନିର୍ଭର କରୁଥିବା ଅନ୍ୟାନ୍ୟ ଦେଶ କ୍ଷେତ୍ରରେ ଏହା ମଧ୍ୟ ସତ। ଉଦାହରଣ ସ୍ବରୂପ, ଆଫ୍ରିକାରେ ଏକ ସବୁଜ ବିପ୍ଳବ ପାଇଁ ସମ୍ପ୍ରତି ପୁନର୍ବାର କରାଯାଇଥିବା ବୁଝାମଣା କୃଷିର ପୁରୁଣା ଓଦ୍ୟୋଗିକ ମଡେଲକୁ ପ୍ରୋତ୍ସାହିତ କରିବାରେ ଲାଗିଛି, ଯାହା ଇପ୍‌ସିତ ପୋଷକ ଲାଭ ଦେବାରେ ବିଫଳ ହୋଇଛି। ମୁଁ ପୂର୍ବରୁ ଯୁକ୍ତି କରିସାରିଛି ଯେ, ଏକକ ଚାଷକୁ ଆଧାର କରି ପୁଷ୍ଟିକର ଖାଦ୍ୟକୁ କେବଳ କ୍ୟାଲୋରି ଉପଯୋଗ ଦୃଷ୍ଟିରୁ ବିିଚାର କରାଯିବା ଉଚିତ ନୁହେଁ। ଏକ ବିବିଧ ଖାଦ୍ୟର ସର୍ବୋଚ୍ଚ ପୁଷ୍ଟିକର ଗୁଣବତ୍ତା ବର୍ତ୍ତମାନ ବହୁଳ ଭାବରେ ସ୍ବୀକୃତ ହୋଇଛି। ଏହା ହାସଲ କରିବା ଲାଗି କେବଳ ପ୍ରଯୁକ୍ତି ନୂତନତ୍ୱ ଦରକାର ତାହା ନୁହେଁ, ବରଂ ସ୍ଥାନୀୟ ପରିବେଶ ଏବଂ ଜଳବାୟୁ ପାଇଁ ଅନୁକୂଳ ବିଭିନ୍ନ ଫସଲକୁ ଚାଷ କରିବା ଦିଗରେ ଧ୍ୟାନ ଦେବା ଉଚିତ। ଏହାସହ ପୋଷକ ପରିମାଣରେ ଉନ୍ନତି ଆଣିବା ଲାଗି ଏହି ଉପାୟ ଖାଦ୍ୟ ଉତ୍ପାଦନ ଚକ୍ରରେ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରି ଏକ ପରିବେଶ ଉପଯୋଗୀ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ।
ଭାରତର ଅନୁଭବ ବିକାଶଶୀଳ ଦେଶଗୁଡ଼ିକୁ ଏକ ସତର୍କ ସୂଚନା ଦିଏ। ଭାରତ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହା ଅଧିକ ସ୍ପଷ୍ଟ ହେବାରେ ଲାଗିଛି ଯେ, ସୀମିତ ଜମିରେ ବହୁବିଧ ଚାଷ ଉପରେ ଆଧାରିତ କୃଷି ପ୍ରଣାଳୀ ଗ୍ରହଣ କରିବା ହେଉଛି ଖାଦ୍ୟ ପ୍ରଣାଳୀଗୁଡ଼ିକର ବିକାଶ ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ। ଏହା ଉଭୟ ପରିବେଶ ଉପଯୋଗୀ ଓ ପୁଷ୍ଟିକର ।
କିନ୍ତୁ ଏଥିପାଇଁ ମୁଖ୍ୟତଃ ବୃହତ୍‌ କୃଷି ବ୍ୟବସାୟର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଶୋଷଣକାରୀ ବାଣିଜି୍ୟକୀକରଣଠାରୁ ଦୂରେଇ ରହି ପ୍ରକୃତ ଖାଦ୍ୟ ଉତ୍ପାଦକ ଏବଂ ଉପଭୋକ୍ତାଙ୍କୁ ଲାଭ ଦେବା ଭଳି ମଡେଲ ଗ୍ରହଣ କରିବା ଆବଶ୍ୟକ।
ପ୍ରାଧ୍ୟାପିକା(ଅର୍ଥନୀତି), ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟ୍‌ସ ଆମହର୍ଷ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri