ଭେଜାଲ ସାମଗ୍ରୀ ଓ ନକଲି ମାନସିକତା

ଡ. ଅଜୟ କୁମାର ନନ୍ଦ

ବିଭିନ୍ନ ଉପାୟରେ ନାଁ କମାଇବା ସହିତ ଯେନତେନ ପ୍ରକାରରେ ସମ୍ପତ୍ତି ହାତେଇବାର କଳାକୌଶଳ ଆମଦାନୀ କରିବାରେ ପ୍ରାୟ କିଛି ଲୋକ ବ୍ୟସ୍ତ ବିବ୍ରତ। ମୋଟା ଅଙ୍କର ରୋଜଗାର କରିବାର ତରିକା ଏବେ ସମସ୍ତଙ୍କ ମୁଣ୍ଡରେ ବସା ବାନ୍ଧିଛି। ଏଥିପାଇଁ ସମୟର ଘୋର ଅଭାବ ପରିଲକ୍ଷିତ ହେଉଛି ଘରଠାରୁ ବାହାର ପର୍ଯ୍ୟନ୍ତ। ଏମିତିକି ନିଜ ମା’ବାପାଙ୍କ ପାଇଁ ସମୟଟିକେ ଦେଇପାରୁନି ତା’ର ପୁଅ। ଆଗେ ମନୁଷ୍ୟ ଦେଖୁଥିଲା ସଚଳ ଚରାଚର ଦୁନିଆ ଓ ପରସ୍ପର ଭିତରେ ଥିଲା କେବଳ ନିଃସ୍ବାର୍ଥପର ଭଲପାଇବା। ମିଳୁଥିଲା ଶାନ୍ତି, ମୈତ୍ରୀ, ପ୍ରେମ ଭଳି ଐଶ୍ୱରିକ ଆନନ୍ଦ ଓ ଲଭୁଥିଲା ସୃଷ୍ଟିର ଶୁଦ୍ଧ, ମୁକ୍ତ, ନିର୍ମଳ ପାଣିପବନ । ଅନାୟାସରେ ଭୋଗ କରୁଥିଲା ପ୍ରକୃତିର ଗନ୍ତାଘରର ଅସଲ ସମ୍ପଦ। ବର୍ତ୍ତମାନର ବସ୍ତୁବାଦୀ ମନୁଷ୍ୟ କିନ୍ତୁ ଅସଲି ବ୍ୟତିରେକ ଖୋଜୁଛି ନକଲି। ଯାହା କବଳରେ ଛନ୍ଦିହୋଇ ମଣିଷ କରିଚାଲିଛି ରାସାୟନିକ ତାଣ୍ଡବ। ନକଲି, ଭେଜାଲ, ଅପମିଶ୍ରଣ ଆଦି ନକାରାତ୍ମକ ଉଦ୍ଦେଶ୍ୟକୁ ନେଇ ରଚନା କରୁଛି ‘ମୃତ୍ୟୁ ବିଭୀଷିକା’ ନାଟକ ମନୁଷ୍ୟ ଜାତି ପାଇଁ। ନାଟକଟି କେବେହେଲେ ରୁଦ୍ଧିମନ୍ତ ହେବ ନାହିଁ ଚିରକାଳକୁ। କାହିଁକିନା ନାଟକର ନାୟକ ଓ ଖଳନାୟକ ଜଣେ ମଣିଷ ଓ ତା’ର କ୍ରୂର ଭାବନା। ଅର୍ଥାତ୍‌ ଯିଏ ନକଲି ଜିନିଷ ଉଦ୍ଭାବନ କରୁଛି ସିଏ ମଧ୍ୟ ଭକ୍ଷଣ କରୁଛି। ବର୍ତ୍ତମାନ ଅସାଧୁ ରୋଜଗାରର ଉତ୍କୃଷ୍ଟ ଉପାୟଟି ହେଉଛି ନକଲି, ଭେଜାଲ ବା ଅପମିଶ୍ରଣ ପଦ୍ଧତି।
କମ୍‌ ଖର୍ଚ୍ଚରେ ନିକୃଷ୍ଟ ଧରଣର ଉତ୍ପାଦରେ ଅସଲି ବ୍ରାଣ୍ଡ୍‌ର ଲେଭଲ୍‌ ଲଗାଇ ଉପଭୋକ୍ତାଙ୍କଠାରୁ ଭଲ ଦି’ ପଇସା ରୋଜଗାର କରିବା ମୋହରେ ସମସ୍ତେ ଅନ୍ଧ। ‘ଆପେ ବଞ୍ଚତ୍ଲେ ବାପର ନାଁ’ର ପଥରେ ସମସ୍ତେ ପଥିକ। ବର୍ତ୍ତମାନ ଜବତ ହୋଇଥିବା ଅନେକ ନକଲି କାରଖାନା ଖୋଦ୍‌ ସରକାରଙ୍କ ନାକ ତଳେ ଥିବା ସହରରୁ। ତାହା ପୁଣି କଟକ, ବ୍ରହ୍ମପୁର ଓ ରାଜଧାନୀ ଭୁବନେଶ୍ୱର ତଳି ଅଞ୍ଚଳରୁ। ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ଘିଅ, ତେଲ, ମସଲା, ସୋୟାବଡି, ପାନ-ମସଲା, ଆଚାର, ସିମେଣ୍ଟ ଇତ୍ୟାଦି ସବୁଥିରେ ଅପମିଶ୍ରଣ। ଅପମିଶ୍ରଣ ପଦାର୍ଥ ଭିତରେ ପୋଡ଼ା ମୋବିଲ, ବିଭିନ୍ନ ପ୍ରକାର ରଙ୍ଗ, ଇଟାଗୁଣ୍ଡ, ନାମୀ କମ୍ପାନୀର ଖୋଳ ଇତ୍ୟାଦି ଜବତ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ସକାଳର ପ୍ରଥମ ଦିନଚର୍ଯ୍ୟାରେ ଆମେ ଭକ୍ଷଣ କରୁ ବିଷ। ତାହା ଆରମ୍ଭ ହୁଏ ଦାନ୍ତଘଷା ପାଉଡର ବା ପେଷ୍ଟରୁ। ଦାନ୍ତଘଷା ପାଉଡରରେ ଇଟାଗୁଣ୍ଡ ସାଙ୍ଗକୁ ବିଷାକ୍ତ ରାସାୟନିକ ଦ୍ରବ୍ୟ, ଯାହା ରକ୍ତରେ ମିଶି ଅନେକ ରୋଗର କାରଣ ହୁଏ। ଆମ ରାଜ୍ୟର ଲୋକଙ୍କ ରୁଚି ଓ ଚାହିଦାକୁ ଆଖି ଆଗରେ ରଖି ଗାଈ ବା ମଇଁଷି କ୍ଷୀରରେ ପ୍ରସ୍ତୁତ ହେଉଥିବା ଶୁଦ୍ଧ ପନିର ବଦଳରେ କିଛି ଅସାଧୁ ବ୍ୟବସାୟୀ ଯୋଗାଉଛନ୍ତି ସିନ୍ଥେଟିକ ପନିର। ବର୍ଷବର୍ଷ ଧରି ଚାଲିଛି ବେଧଡ଼କ ନକଲି ବେପାର। ବର୍ତ୍ତମାନ ସରକାରଙ୍କ ଧରପଗଡ଼ରେ ବିଭିନ୍ନ ଅପମିଶ୍ରଣ କାରଖାନାରୁ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ପୋଡ଼ା ମୋବିଲ, ପଚା କଖାରୁ, ପୋକ ସାଲୁବାଲୁ ପଚା ଟମାଟୋ, ବିଭିନ୍ନ ପ୍ରକାରର ରଙ୍ଗ ଓ ରାସାୟନିକ ଦ୍ରବ୍ୟ ଅପମିଶ୍ରଣ ବ୍ୟବସ୍ଥାକୁ ଅଧିକ ତାଜା କରିଛି। ଡେରିରେ ହେଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗିବା ଅନେକଙ୍କୁ ଆଶ୍ୱସ୍ତ କରିଛି। ବର୍ଷବର୍ଷ ଧରି ଲୋକେ ଏପରି ଜିନିଷ ଖାଇ କେତେ ଯେ ରୋଗକୁ ଆମନ୍ତ୍ରଣ କରିଥିବେ, ଏଥିରୁ ସ୍ପଷ୍ଟ ଅନୁମେୟ। ଉପଭୋକ୍ତା ବ୍ୟବହାର କରୁଥିବା ଜିନିଷର ୯୦% ସାମଗ୍ରୀ ନକଲି ବର୍ଗର। ମଣିଷ ଯଦି ମଣିଷର ଶତ୍ରୁ ହେବ, ତେବେ ପ୍ରଶ୍ନ ଉଠୁଛି ବଞ୍ଚତ୍ବା କମିତି? କାହାକୁ ନେଇ ବଞ୍ଚତ୍ବା? କାହା ସହିତ ବଞ୍ଚତ୍ବା? ବର୍ଷବର୍ଷ ଧରି ନକଲି କାରଖାନାରେ ଅପମିଶ୍ରଣ ସାମଗ୍ରୀ ତିଆରି ହୋଇ ଦାମିକା କମ୍ପାନୀ ଖୋଳରେ ବଜାରରେ ବିକ୍ରି ହେବା କ’ଣ ସରକାରଙ୍କ ଅଗୋଚରରେ ସମ୍ପାଦନ ହେଉଛି? ଯଦି ହଁ , ତେବେ ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଢେର ଅସନ୍ତୋଷ ରହିବ। ସରକାରୀ କଳର ପାରଦର୍ଶିତାକୁ ଚ୍ୟାଲେଞ୍ଜ କରିବା ସହିତ ଆଇନ କାନୁନର ଗଳା ବାଟ ଦେଇ ଅସାଧୁ ଗୋଷ୍ଠୀ ସମାଜର ଅଶେଷ କ୍ଷତି ସାଧନ କରୁଛନ୍ତି। ଏମାନେ ବାସ୍ତବରେ ଦେଶଦ୍ରୋହୀ।
ଘିଅ, ମହୁ, ହଳଦୀ, ଡାଲି, ପନିପରିବାରେ ଭରିରହିଛି ବିଷ। ଆମେ ତାକୁ ଖାଇ କ’ଣ ଦୀର୍ଘାୟୁ ହେବା? ଶରୀରରେ ନାନା ରୋଗ ବ୍ୟାଧି ନେଇ ମୃତ୍ୟୁକୁ ଆମନ୍ତ୍ରଣ କରିବା ସାର ହେବ। ପରସ୍ପରକୁ ଦୋଷାରୋପ କଲେ ଚଳିବନାହିଁ। ଅସାଧୁ କାରବାରକୁ ଭଣ୍ଡୁର କରିବା ପାଇଁ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଏକାନ୍ତ କାମ୍ୟ। ପ୍ରଥମରେ ତ୍ରୈମାସିକ ଭିତ୍ତିରେ ନିଜନିଜ ପଞ୍ଚାୟତରେ ଥିବା କଳ କାରଖାନା ବା କୁଟୀରଶିଳ୍ପର ବିସ୍ତୃତ ତଥ୍ୟ ସରପଞ୍ଚଙ୍କ ସହଯୋଗରେ ସାର୍ବଜନୀନ କରାଯାଉ। ଦ୍ୱିତୀୟରେ ଯୁବବର୍ଗମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ସେମାନଙ୍କୁ କୃଷି, ମତ୍ସ୍ୟ, ପଶୁପାଳନ ସହିତ ଅନ୍ୟାନ୍ୟ ରୋଜଗାର ଭିତ୍ତିକ ବୃତ୍ତିରେ ପ୍ରୋତ୍ସାହନ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ତର୍ଜମା କରି ଅଧିକ ଉତ୍ସାହିତ କରାଯାଉ। ତୃତୀୟରେ ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟର କିଣାବିକା ଉପରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରି ଅଧିକ ବିକ୍ରି ହେଉଥିବା ରାସାୟନିକ ଦ୍ରବ୍ୟ ବ୍ୟବହାର ଉପରେ ତର୍ଜମା କରାଯାଉ। ଚତୁର୍ଥରେ ଯୁବବର୍ଗଙ୍କୁ ନିଜନିଜ ଅଞ୍ଚଳରେ ହେଉଥିବା ଚୋରା କାରବାର ବା ଅପମିଶ୍ରଣ କାରବାର ଧରାଇବାକୁ ସରକାରୀ ସହାୟତା ବା ପୁରସ୍କାର ବ୍ୟବସ୍ଥା କରାଯିବା ଦରକାର। ପଞ୍ଚମରେ ଆଇନକୁ କଡ଼ାକଡ଼ି ପାଳନ କରିବା ସହିତ ଅପମିଶ୍ରଣକାରୀଙ୍କୁ କଠୋର ଦଣ୍ଡବିଧାନ କରାଯାଉ। ଫଳରେ ଅସାଧୁ ଗୋଷ୍ଠୀଙ୍କ ମୂଳୋତ୍ପାଟନ କରିବାରେ ଏହା ସହାୟକ ହେବା ସହିତ ସମସ୍ତେ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବେ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri