ଅଚଳାବସ୍ଥା ଜାରି, ୨୨ ଶୁଣାଣି ପରେ ପରିବର୍ତ୍ତନ ଆଶା

ସମ୍ବଲପୁର,୨୧ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିଙ୍କୁ ବାହାର କରିଦେବା ଭଳି ଘଟଣା ପରେ ସ୍ଥିତି ଅଣାୟତ୍ତ ହୋଇପଡିଥିଲା। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି କୋର୍ଟ କାର୍ଯ୍ୟ ସ୍ବାଭାବିକ କରିବା ସହ ଲୋକଙ୍କ ସମସ୍ୟା ଯେଭଳି ନ ହେବ ସେ ନେଇ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପାଳନ କରିବାକୁ ଯାଇ କୋର୍ଟ, ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସତ୍ତ୍ୱେ ମଙ୍ଗଳବାର ଅଚଳାବସ୍ଥା ଜାରି ରହିଥିବା ଦେଖିବାକୁ ମିଳିଛି। ବିଚାରପତି, କର୍ମଚାରୀ ଓ ଅଧିକାରୀମାନେ ଆସି କୋର୍ଟ କାର୍ଯ୍ୟ କରୁଛନ୍ତି। କିନ୍ତୁ ଓକିଲ ନ ଥିବାରୁ ମହକିଲମାନେ ଫେରି ଯାଉଛନ୍ତି। ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ଓକିଲମାନଙ୍କ ଜାମିନର ଶୁଣାଣି ଆସନ୍ତା ୨୨ ତାରିଖରେ ହେବାକୁ ସ୍ଥିର ହୋଇଛି। ଏହି ଶୁଣାଣିକୁ ଓକିଲମାନେ ଅପେକ୍ଷା କରିଛନ୍ତି। କେବଳ ଓକିଲ ନୁହନ୍ତି, ଆନ୍ଦୋଳନକୁ ସମର୍ଥନ କରୁଥିବା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ କୋର୍ଟ ରାୟକୁ ଅପେକ୍ଷା କରିଛନ୍ତି।
ଅଭିଯୁକ୍ତ ଓକିଲମାନଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ ଶର୍ମା କହିଛନ୍ତି, ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଖାରଜ ହେବା ପରେ ଜିଲାଜଜ୍‌ କୋର୍ଟରେ ଆବେଦନ କରାଯାଇଛି। ମହକିଲଙ୍କ ପକ୍ଷରୁ ସମସ୍ତ ଦସ୍ତାବିଜ ଦେଇ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ୨୨ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଜାମିନ ଦେବା କୋର୍ଟଙ୍କ ହାତରେ ରହିଥାଏ। ଅନ୍ୟ ୮ ଜଣଙ୍କ ଜାମିନ ମଧ୍ୟ ଏସ୍‌ଡିଜେଏମ୍‌ କୋର୍ଟରେ ଖାରଜ ହୋଇଥିଲା। ସେମାନଙ୍କ ଜାମିନ ପାଇଁ ଉପରକୋର୍ଟରେ ଆବେଦନ କରାଯିବ ବୋଲି କହିଥିଲେ। ଅନ୍ୟପଟେ ପୂର୍ବତନ ଜିଲାପାଳଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଥିବା ଜିଲା ଓକିଲସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲା ସିଏସି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କୁ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା। ୧୪୪ ଧାରା ଲାଗୁ ହୋଇଥିବାରୁ ମଙ୍ଗଳବାର କୋର୍ଟ ପରିସର ଖାଁ ଖାଁ ଲାଗୁଥିଲା। ପୋଲିସ ଛାଉଣିର ଭୟ ଓ ଓକିଲଙ୍କ ଅନୁପସ୍ଥିତି ଯୋଗୁ ଲୋକମାନେ ଆସୁ ନ ଥିଲେ। ଅଳ୍ପକିଛି ଲୋକ ଆସୁଥିଲେ ମଧ୍ୟ ଫେରି ଯାଉଥିଲେ। ଘଟଣାରେ ଜିଲା ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କୁ ବିସିଆଇ ପକ୍ଷରୁ ନିଲମ୍ବନ କରାଯାଇଥିଲା। ପରେ ୫୪ ଜଣଙ୍କୁ ବାଦ୍‌ଦେଇ ଅନ୍ୟ ଓକିଲମାନଙ୍କ ନିଲମ୍ବନ ଆଦେଶକୁ ଗତ ୧୪ ତାରିଖରେ ପ୍ରତ୍ୟାହୃତ କରାଯାଇଥିଲା। ଏହା ପରେ ମଧ୍ୟ ଜିଲା ଓକିଲ ସଂଘର ଅନ୍ୟ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରୁ ନାହାନ୍ତି। ଓକିଲମାନେ ଜେଲରେ ଅଛନ୍ତି। ସେମାନେ ବାହାରକୁ ଆସିବା ପରେ ବୈଠକରେ ଆଲୋଚନା କରି ସ୍ଥିର ନ ହେବା ପର୍ଯ୍ୟନ୍ତ ବାର୍‌ର କୌଣସି ସଦସ୍ୟ ଯୋଗ ଦେବେ ନାହିିଁ ବୋଲି ସେମାନେ କହୁଛନ୍ତି। ଅନ୍ୟପଟେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୩୭ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୮ଜଣ କିନ୍ନର, ଜଣେ ସାଧାରଣ ଲୋକ ଓ ୨୮ଜଣ ଓକିଲ ଅଛନ୍ତି। ଭିଡିଓ ଓ ତଥ୍ୟ ପ୍ରମାଣ ସଂଗ୍ରହ କରି ପୋଲିସ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ସମ୍ବଲପୁର କଚେରି ଛକରେ ଆନ୍ଦୋଳନ ଚାଲିଥିଲା। ବିଚାରପତିମାନେ କୋର୍ଟ ଭିତରେ ଥିବା ଜାଣି ଆନ୍ଦୋଳନକାରୀ ଭିତରକୁ ଧସେଇ ପଶିଥିଲେ। କୋର୍ଟରେ ଭଙ୍ଗାରୁଜା କରିବା, ବିଚାରପତିମାନଙ୍କୁ ବାହାର କରିବା ସହ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ଓ ଧନୁପାଲି ଥାନାରେ କେସ୍‌ ନଂ.୪୬୦, ୪୮୦, ୭୭୯ ଓ ୮୮୧/୨୨ରେ ମୋଟ ୪ ଗୋଟି ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri