ମୃତ୍ୟୁ ସମୟ, ପୋଲିସ ତଥ୍ୟରେ ତାଳମେଳ ନାହିଁ

ବୀରେନ୍ଦ୍ର ଝାଙ୍କର
ବଲାଙ୍ଗୀର ଅଫିସ, ୨୧ା୧୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଉପକାରାଗାରରେ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ମଙ୍ଗଳବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମମିତା ହତ୍ୟା ମାମଲାର ଶୁଣାଣି ହେବାକୁ ଥିବାରୁ ଗୋବିନ୍ଦ ସାହୁଙ୍କୁ ପୋଲିସ ଏସ୍କର୍ଟ ଟିମ୍‌ କଣ୍ଟାବାଞ୍ଜି ଉପକାରାଗାରକୁ ନେବାକୁ ଯାଇଥିଲେ ବୋଲି କୁହାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟା ପରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏସ୍କର୍ଟ ଟିମ୍‌ ଉପକାରାଗାରରେ ପହଞ୍ଚତ୍ବା ପରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା କୁହାଯାଇଛି। ତେବେ ମୃତକଙ୍କ ପରିଧାନକୁ ଲକ୍ଷ୍ୟ କଲେ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଗୋବିନ୍ଦ ଏକ କଳାରଙ୍ଗର ଟ୍ରାଉଜର ଏବଂ ଏକ ନୀଳରଙ୍ଗର ଶୀତବସ୍ତ୍ର (ଜ୍ୟାକେଟ୍‌) ପିନ୍ଧିଛନ୍ତି। ଅର୍ଥାତ୍‌ କୋର୍ଟକୁ ଆସିବା ପାଇଁ ଗୋବିନ୍ଦ ପ୍ରସ୍ତୁତ ହୋଇ ନ ଥିଲେ। ଯଦି ପ୍ରସ୍ତୁତ ହୋଇ ନ ଥିଲେ, ତେବେ କଣ୍ଟାବାଞ୍ଜି ଉପକାରାଗାରକୁ ପୋଲିସ ପ୍ରକୃତରେ କେତେବେଳେ ପହଞ୍ଚତ୍ଥିଲା ଏବଂ ଗୋବିନ୍ଦ କେତେବେଳେ ଆତ୍ମହତ୍ୟା କଲେ ବୋଲି ସନ୍ଦେହ ହେଉଛି। ଗୋବିନ୍ଦ କଳାରଙ୍ଗର ଟ୍ରାଉଜର ପିନ୍ଧିଥିବାରୁ ପୋଲିସ ପହଞ୍ଚତ୍ବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିତ୍ବା ସନ୍ଦେହ କରାଯାଉଛି। ବେକରେ ଗାମୁଛା ଫାଶ ପକାଇ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ସ୍ଥାନ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳୁନାହିଁ। ଜେଲ ଭିତର ରନ୍ଧାଘର ପାଖ ଏକ ଗଛରେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। ପରେ ଜେଲ ଭିତର ଡାଇନିଂ ହଲ ଝରକା ରେଲିଂରେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ସାକ୍ଷୀଙ୍କୁ ଧମକ ଘଟଣାର ୨ ଅଭିଯୁକ୍ତ ଜେଲରେ ଥିଲେ
ମମିତା ମେହେର ହତ୍ୟା ମାମଲାର ଶୁଣାଣି ଚାଲିଥିବାବେଳେ ଗତ ନଭେମ୍ବର ୩୦ରେ ମହାଲିଙ୍ଗର ଜଣେ ସାକ୍ଷୀ ସାକ୍ଷ୍ୟ ଦେବାକୁ କଣ୍ଟାବାଞ୍ଜି ଆସି ଗୋବିନ୍ଦ ସାହୁ ଓ ତାଙ୍କର ଦୁଇ ସମର୍ଥକ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପର୍ଦ୍ଦା ଦେଇ କୋର୍ଟ ଭିତରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଏଭଳି ଅଭିଯୋଗ ପରେ କଣ୍ଟାବାଞ୍ଜି ପୋଲିସ ଧମକ ଦେଇଥିବା ଦୁଇ ଅଭିଯୁକ୍ତ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଏବଂ ଶିକ୍ଷକ କୃତି ଚନ୍ଦନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ମଧ୍ୟ କଣ୍ଟାବାଞ୍ଜି ଜେଲରେ ଥିଲେ। ପୂର୍ବରୁ ସହଯୋଗୀ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡି ମଧ୍ୟ ଜେଲରେ ଅଛନ୍ତି। ଏମାନଙ୍କ ଉପସ୍ଥିତି ସତ୍ତ୍ୱେ ଏଭଳି କ’ଣ ହେଲା ଯେ, ଗୋବିନ୍ଦ ଆତ୍ମହତ୍ୟା କଲେ ବୁଝାପଡୁନାହିଁ। ଜେଲ ଭିତରେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ସୁଷମା ଅଭିଯୋଗ କରିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି।
ଜେଲ ସେଲ୍‌ରୁ ଗୋବିନ୍ଦ କେତେବେଳେ ବାହାରିଲେ
କଣ୍ଟାବାଞ୍ଜି ସବ୍‌ଜେଲରେ ସ୍ବତନ୍ତ୍ର ସେଲ୍‌ ନାହିଁ। ଦୁଇଟି ସାଧାରଣ ସେଲ୍‌ ରହିଛି। ଏହା ଭିତରେ ୬୭ଜଣ କଏଦୀ ରହିଛନ୍ତି। ଏହାରି ଭିତରେ ଗୋବିନ୍ଦ ସାହୁ ରହିଥିଲେ। ସମସ୍ତଙ୍କ ଭିତରୁ ବାହାରି ସେ କିଭଳି ଆତ୍ମହତ୍ୟା କଲେ ଏବଂ ଜେଲ କର୍ତ୍ତୃପକ୍ଷ ସୂଚନା ପାଇଲେ ନାହିଁ ଏହାକୁ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ମଙ୍ଗଳବାର କୋର୍ଟରେ ଶୁଣାଣି ଥିବାରୁ ସେ ପ୍ରସ୍ତୁତ ହୋଇ କୋର୍ଟ ଯିବା କଥା। ଏଣୁ ତାଙ୍କୁ ସକାଳୁ ୱାର୍ଡର ସୂଚନା ଦେଇଥିବେ। ଏହାସତ୍ତ୍ୱେ ସେ କିଭଳି ଭାବେ ସେଲରୁ ଖସି ଡାଇନିଂ ହଲ ପଟକୁ ଯାଇ ଗାମୁଛାରେ ଜୀବନ ହାରିଲେ ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏଣୁ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାକୁ ନେଇ ଅଧିକ ଜାଣିବାକୁ ଲୋକେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri