IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର ପରିମାଣ ବହୁତ ଅଧିକ ରହିବ । ଦୁଇ ଦିନ ହେଲା ବର୍ଷା ହେଉଛି, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବର୍ଷିବା ନେଇ ସେ ସୂଚନା ଦେଇଛନ୍ତି ।

MD ଡିଜିଙ୍କ କହିବା ଅନୁସାରେ, ସମୁଦ୍ର ଥିବା ପର୍ଯ୍ୟନ୍ତ ଶକ୍ତିଶାଳୀ ରହିବ ଗଭୀର ଅବପାତ । ସ୍ଥଳ ଭାଗକୁ ଆସିଲେ ବି ଧିରେ ଧିରେ ଦୁର୍ବଳ ହେବ, ତେଣୁ ଅଧିକ ବର୍ଷିବ । ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ । ଉପକୂଳ ଛୁଇଁବା ପାଇଁ ଆହୁରି ପ୍ରାୟ ୭ ଘଣ୍ଟା ସମୟ ଲାଗିବ । ତେବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କୋରାପୁଟ, ମାଲକାନଗିରି, ରାୟଗଡ଼ା ଉପରେ ବେଶୀ ପ୍ରଭାବ ପଡ଼ିବ । ବୁଧବାର ଏବଂ ଗୁରୁବାର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ଦିନ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ତେବେ ପ୍ରବଳ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି ।

 

Dharitri – Odisha’s No.1 Odia Daily

Share