Posted inଜାତୀୟ

ଇମାମଙ୍କୁ ହତ୍ୟା, ମସ୍‌ଜିଦରେ ନିଆଁ

ଗୁରୁଗ୍ରାମ/ଚଣ୍ଡିଗଡ଼,୨ା୮: ହରିୟାଣାର ନୁହରେ ସୋମବାର ଅପରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରାବେଳେ ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ସଂଘର୍ଷ ଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ଲୋକେ ଗୁରୁଗ୍ରାମର ସେକ୍ଟର ୫୭ରେ ଥିବା ଅଞ୍ଜୁମନ ଜାମା ମସ୍‌ଜିଦରେ ନିଆଁ ଲଗାଇଦେଇଛନ୍ତି। ସେମାନଙ୍କ ଗୁଳିମାଡ଼ରେ ମସ୍‌ଜିଦ୍‌ର ଇମାମଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ପୂର୍ବରୁ ଦଙ୍ଗାକାରୀଙ୍କ ଗୁଳିରେ ୨ ଜଣ ହୋମଗାର୍ଡଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। ମୃତ ହୋମଗାର୍ଡ ହେଲେ ନୀରଜ ଏବଂ ଗୁରସେବକ। ସେମାନେ ଖେଡ଼ାଲିଦୌଲା ଥାନାରେ ନିଯୁକ୍ତ ହୋଇଥିଲେ। ହିଂସାକାଣ୍ଡରେ ଆହତ ୭୦ ଜଣଙ୍କ ମଧ୍ୟରେ ୧୦ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ମଙ୍ଗଳବାର ନୁହରେ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ମାମଲାରେ ପୋଲିସ ୪୪ଟି ଏତଲା ଦାଏର କରିବା ସହ ୭୦ ଜଣଙ୍କୁ ଗିରଫ କରିଛି। ହିଂସାକାଣ୍ଡ ବେଳେ ଉତ୍ତ୍ୟକ୍ତ ଲୋକେ ୧୨୦ ଗାଡ଼ି ଭାଙ୍ଗିଛନ୍ତି। ସେଥିରୁ ପୋଲିସ ଗାଡ଼ି ସମେତ ୫୦ ଗାଡ଼ିକୁ ଜାଳିଦିଆଯାଇଛି। ନୁହଠାରୁ ୪୦ କିଲୋମିଟର ଦୂର ବାଦଶାହପୁରରେ ହିଂସାକାଣ୍ଡ ପହଞ୍ଚତ୍ଛି। ସେଠାରେ ଉତ୍ତ୍ୟକ୍ତ ଲୋକେ ଧର୍ମୀୟ ସ୍ଲୋଗାନ ଦେଇ ରେଷ୍ଟୁରାଣ୍ଟ ଓ ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ଅନେକ ଦୋକାନ ଓ ଝୁମ୍ପୁଡ଼ି ଘର ଜଳିଯାଇଛି। ଦଙ୍ଗାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର କହିଛନ୍ତି।
ନୁହ ଏବଂ ସୋହନାରେ ଉତ୍ତେଜନା ଲାଗିରହିଥିଲେ ମଧ୍ୟ ମଙ୍ଗଳବାର କୌଣସି ହିଂସାକାଣ୍ଡ ଘଟିନାହିଁ। ହିଂସାଗ୍ରସ୍ତ ଅଞ୍ଚଳରେ ୧୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ୩୦ କମ୍ପାନୀ ରାଜ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ହିଂସାକାଣ୍ଡକୁ ମୁଖ୍ୟମନ୍ତ୍ରୀ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପ୍ରତିବର୍ଷ ଭଳି ଏଥର କରାଯାଉଥିବା ଶାନ୍ତିପୂର୍ଣ୍ଣ ସାମାଜିକ ଯାତ୍ରା ଉପରେ କେତେକ ଲୋକ ଆକ୍ରମଣ କରିଥିଲେ। ସେମାନେ ପୋଲିସକୁ ମଧ୍ୟ ଟାର୍ଗେଟ କରିଥିଲେ। ଶାନ୍ତି ଓ ଆଇନ ଶୃଙ୍ଖଳା ଭଣ୍ଡୁର କରିବା ଲାଗି ଏହା ନିଶ୍ଚିତ ଭାବେ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଖଟ୍ଟାର କହିଛନ୍ତି। ନୁହ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ୍‌ କହିଛନ୍ତି। ଏହି ଜିଲାରେ ଦୁଇ ସମ୍ପ୍ରଦାୟ ଦୀର୍ଘବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିଆସୁଥିଲେ। ହିଂସାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଥିବା ସେ କହିଛନ୍ତି। ଶାନ୍ତି ଫେରାଇ ଆଣିବା ଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ଉଭୟ ସମ୍ପ୍ରଦାୟର ନେତାମାନଙ୍କ ସହ ଆଲୋଚନା ଚାଲିଛି। ସୋହନା, ପଟୌଦି, ମାନେସାର ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri