Posted inଜାତୀୟ

ଆଧାର କାର୍ଡର ବେଆଇନ ବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)କୁ କ୍ଷମତା ପ୍ରଦାନ କରିଛନ୍ତି। ଯେଉଁମାନେ ଆଧାର ଅନ୍ତର୍ଗତ ନୀତି ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଏହି ଜରିମାନା ଲାଗୁ ହେବ।

ଏହି ଆଇନ ପାର୍ଲାମେଣ୍ଟରେ ପାରିତ ହେବାର ପ୍ରାୟ ଦୁଇ ବର୍ଷ ପରେ ଭାରତ ସରକାର ଏହି ନିୟମ ସମ୍ପର୍କିତ ଅଧିସୂଚନା ଜାରି କରିଛନ୍ତି। ସୂଚିତ କରିଛନ୍ତି। ଏହା ଅନ୍ତର୍ଗତ, ୟୁଆଇଡିଏଆଇ ଆଧାର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀ ନିଯୁକ୍ତ କରିପାରିବେ। ଏଥିସହ ଦୋଷୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ।

ନଭେମ୍ବର ୨ ରେ, ସରକାର ୟୁଆଇଡିଏଆଇର ଜରିମାନା ଅଧିନିୟମ-୨୦୨୧ର ବିଜ୍ଞପ୍ତି ଜାରି କରଛନ୍ତି। ଏହା ଅନୁସାରେ, ୟୁଆଇଡିଏଆଇ ଅଧିନିୟମ କିମ୍ବା ୟୁଆଇଡିଏଆଇର ନିର୍ଦ୍ଦେଶନାମା ପାଳନ ନ କଲେ ଅଭିଯୋଗ କରା ଯାଇପାରିବ। ୟୁଆଇଡିଏଆଇ ଦ୍ୱାରା ନିଯୁକ୍ତ ଅଧିକାରୀ ଏଭଳି ମାମଲାର ବିଚାର କରିବେ। ଦୋଷୀ ସଂସ୍ଥା ଅବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଦଣ୍ଡାଦେଶ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୦।୮: ଚନ୍ଦ୍ରୟାନ-୨ ମଙ୍ଗଳବାର ଭାରତୀୟ ସମୟ ପୂର୍ବାହ୍ନ ୯ଟା ୨ରେ ଚନ୍ଦ୍ରର କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)...

ପ୍ରେମିକଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଖାଇବାକୁ ଦେଉଥିଲେ ପ୍ରେମିକା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୦।୬: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ, ତେବେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସେ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌...

ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି...

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ...

ସୀମାକୁ ଆସିବାକୁ ଚେଷ୍ଟା କଲେ ଫେରି ପାରିବନି ପାକିସ୍ତାନ: ରାଜନାଥ

ସୁରଟ,୧୫।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ପାକିସ୍ତାନ ଉପରେ ଖୁବ୍‌ ଗର୍ଜିଛନ୍ତି। ରାଜନାଥ କହିଛନ୍ତି...

ମହାରାଷ୍ଟ୍ରରେ ୧୧୪ କରୋନା ଯୋଦ୍ଧା ପଜିଟିଭ

ମୁମ୍ବାଇ,୧୦ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଏଠାରେ ଗୋଟିଏ ଦିନରେ ୪୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ...

୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୫ ମୃତ, କାରଣ ଅସ୍ପଷ୍ଟ

ବେଙ୍ଗାଲୁରୁ,୧୮ ।୯: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଏକ ଘଟଣା ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ବ୍ୟାଦରହଲ୍ଲୀ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ...

ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଫୁଟିଲା ବୋମା

କୋଲକାତା,୨୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ସୋମବାର ବର୍ଡଓ୍ବାନ୍‌ ସହରର ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ...

Advertisement
Archives

Model This Week