ବିଦ୍ୟାଳୟ ପରିସରରୁ ବେଆଇନ ଗଛକଟା

ଜଳେଶ୍ୱର,୨୮।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ନାମ୍ପୋ ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରୁ ବେଆଇନ୍‌ ଭାବେ ଗଛକଟା, ଭଙ୍ଗା ଇଟା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ରବିବାର କେତେଜଣ ଅଭିଭାବକ ଏକ ଖବରଦାତା ସମ୍ମିଳନୀ ଡାକି ଏନେଇ ଅଭିଯୋଗ କରିଛନ୍ତି। ଏବେ ବିଦ୍ୟାଳୟରେ ୫-ଟି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍କୁଲ ପରିସରରୁ ଗଛକଟା ସମ୍ପର୍କରେ ପୂର୍ବତନ ଛାତ୍ରସଂଘ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ଗୋପାଳ କୃଷ୍ଣ ଜେନା, ବିଦୁଭୂଷଣ ଦାସ, ଅକ୍ଷୟ କୁମାର ଜେନା, ସେକ୍‌ ଅବଦୁଲ ସାଦ୍ଦିକ, ଜୟଶ୍ରୀ ଜେନା, ନିର୍ମଳ ଲୋଚନ ଭୂୟାଁ, ପ୍ରଫୁଲ୍ଲ କୁମାର ଦାସ, ପ୍ରଶାନ୍ତ କୁମାର ହେମ୍ବ୍ରମ, କନ୍ଦା ମାରାଣ୍ଡି, କାଜଲ ହେମ୍ବ୍ରମ, କାହ୍ନୁଚରଣ ଦାସ, ସୁଶାନ୍ତ ଦାସ ଅଧିକାରୀ, ତାରାକାନ୍ତ ଦାସ, ଆନୁଆର୍‌ ସାହା ପ୍ରମୁଖ ଭଙ୍ଗା ଯାଇଥିବା ବିଦ୍ୟାଳୟ କୋଠରୀର ଘର ତିଆରି ସାମଗ୍ରୀ ବିକ୍ରି ଓ ବିଭିନ୍ନ ଗଛ କଟାଯାଇଥିବା ବେଆଇନ୍‌ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେମାନେ ଜଙ୍ଗଲ ବିଭାଗ, ଶିକ୍ଷା ବିଭାଗ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଥିଲେ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆସନ୍ତା ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ସେମାନେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?