ଭିଜିଲାନ୍ସ ଜାଲରେ ବେଆଇନ କଳାପଥର ପରିବହନ

ଯାଜପୁର ଅଫିସ,୧୦ା୯: ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କଲେଜ ରୋଡ୍‌ ନିକଟରେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ୍‌ ପକ୍ଷରୁ ଚଢ଼ାଉ କରାଯାଇ ୨୫ ଲକ୍ଷ ୨୪ ହଜାର ଟଙ୍କାର କଳାପଥର ସମେତ ଏକ ହାଇୱା ଜବତ ହୋଇଛି। କଳାପଥର ଜଙ୍ଗଲ ଜମିରୁ ଉତ୍ତୋଳନ ହୋଇ ଚୋରାଚାଲାଣ ହୋଇଥିବା ସୂଚନା ମିଳିଛି। ଏହାବାଦ୍‌ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରୁ ୧ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ୨୪ ସିଏଫ୍‌ଟି ଶାଗୁଆନ କାଠ ଜବତ କରାଯାଇଛି। ତେବେ ଏଥିରେ ସମ୍ପୃକ୍ତ କାଠମିଲ୍‌ ମାଲିକ ସୁରେନ୍ଦ୍ର କୁମାର ମହାରଣାଙ୍କୁ ଗିରଫ କରାଯାଇଛି। ଏହି କ୍ରମରେ କଟକ ଫରେଷ୍ଟ ଡିିଭିଜନ ଅଧୀନ ଡାଳିଯୋଡ଼ା ରେଞ୍ଜରେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ ୨୦୦୪ ଓ ୨୦୧୬ର ଧାରା-୪ ଅନୁଯାୟୀ ୧୭ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ସେହିପରି କେନ୍ଦ୍ରାପଡ଼ା ରେଞ୍ଜରେ ଓଟିଟି ଆଇନ-୧୯୮୦ର ଉଲ୍ଲଂଘନରେ ୧୧/୨୦୨୨-୨୩ରେ ମାମଲା ରୁଜୁ କରି ଉଭୟ ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲା ଡାଳିଯୋଡ଼ା ରେଞ୍ଜ ଅଧୀନ କୁସୁନପୁର, ବଳରାମପୁର ଆଦି ଜଙ୍ଗଲ ଜମିରୁ ବିପୁଳ ପରିମାଣରେ ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି। ଏହି ଜଙ୍ଗଲ ଜମିରୁ ଦୈନିକ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗାଡିରେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ବିନା ଟ୍ରାନ୍‌ଜିଟ୍‌ ପାସ୍‌ କିମ୍ବା ନକଲି ଟ୍ରାନ୍‌ଜିଟ୍‌ ପାସ୍‌ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଳିଙ୍ଗନଗର, ସୁକିନ୍ଦା, କେନ୍ଦୁଝର ଆଦି ଅଞ୍ଚଳକୁ ପରିବହନ ହେଉଛି। ଏପରିକି ଓଭରଲୋଡିଂ ପରିବହନ ହେଉଥିଲେ ହେଁ ଚଣ୍ଡିଖୋଲ ପରିବହନ ବିଭାଗ ମାସିକ ଚାନ୍ଦା ନେଇ ଆଖି ବୁଜିଦେଉଛି। ଏହି ବେଆଇନ କାରବାରରେ ଜଙ୍ଗଲ, ପୋଲିସ, ପରିବହନ ଓ ରାଜସ୍ବ ବିଭାଗର କେତେଜଣ ଅଧିକାରୀ, କର୍ମଚାରୀ ସହଯୋଗ କରି ଆସୁଛନ୍ତି। ପୂର୍ବରୁ ଏହା ବିରୋଧରେ ବଳରାମପୁରଗଡ଼ ବାସିନ୍ଦା ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଲୋକଙ୍କ ଜୀବନଚର୍ଯ୍ୟା ପ୍ରଭାବିତ ହେଉଥିବା ଦଶର୍ର୍ାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ କଳେବଳେ କୌଶଳେ ଜଙ୍ଗଲ ଜମିରୁ ବେଆଇନ କଳାପଥର ଉତ୍ତୋଳନ ହେବା ସହ ତାହା ଅଣାୟତ୍ତ ହେବାରେ ଲାଗିଛି। କଟକ ଭିଜିଲାନ୍ସ ବିଭାଗର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଆଗକୁ ଏହା ଜାରି ରହିଲେ ଅଞ୍ଚଳର ସବୁଜିମା ସୁରକ୍ଷିତ ରହି ପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri