ଭିଜିଲାନ୍ସ ଜାଲରେ ବେଆଇନ କଳାପଥର ପରିବହନ

ଯାଜପୁର ଅଫିସ,୧୦ା୯: ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କଲେଜ ରୋଡ୍‌ ନିକଟରେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ୍‌ ପକ୍ଷରୁ ଚଢ଼ାଉ କରାଯାଇ ୨୫ ଲକ୍ଷ ୨୪ ହଜାର ଟଙ୍କାର କଳାପଥର ସମେତ ଏକ ହାଇୱା ଜବତ ହୋଇଛି। କଳାପଥର ଜଙ୍ଗଲ ଜମିରୁ ଉତ୍ତୋଳନ ହୋଇ ଚୋରାଚାଲାଣ ହୋଇଥିବା ସୂଚନା ମିଳିଛି। ଏହାବାଦ୍‌ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରୁ ୧ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ୨୪ ସିଏଫ୍‌ଟି ଶାଗୁଆନ କାଠ ଜବତ କରାଯାଇଛି। ତେବେ ଏଥିରେ ସମ୍ପୃକ୍ତ କାଠମିଲ୍‌ ମାଲିକ ସୁରେନ୍ଦ୍ର କୁମାର ମହାରଣାଙ୍କୁ ଗିରଫ କରାଯାଇଛି। ଏହି କ୍ରମରେ କଟକ ଫରେଷ୍ଟ ଡିିଭିଜନ ଅଧୀନ ଡାଳିଯୋଡ଼ା ରେଞ୍ଜରେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ ୨୦୦୪ ଓ ୨୦୧୬ର ଧାରା-୪ ଅନୁଯାୟୀ ୧୭ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ସେହିପରି କେନ୍ଦ୍ରାପଡ଼ା ରେଞ୍ଜରେ ଓଟିଟି ଆଇନ-୧୯୮୦ର ଉଲ୍ଲଂଘନରେ ୧୧/୨୦୨୨-୨୩ରେ ମାମଲା ରୁଜୁ କରି ଉଭୟ ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲା ଡାଳିଯୋଡ଼ା ରେଞ୍ଜ ଅଧୀନ କୁସୁନପୁର, ବଳରାମପୁର ଆଦି ଜଙ୍ଗଲ ଜମିରୁ ବିପୁଳ ପରିମାଣରେ ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି। ଏହି ଜଙ୍ଗଲ ଜମିରୁ ଦୈନିକ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗାଡିରେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ବିନା ଟ୍ରାନ୍‌ଜିଟ୍‌ ପାସ୍‌ କିମ୍ବା ନକଲି ଟ୍ରାନ୍‌ଜିଟ୍‌ ପାସ୍‌ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଳିଙ୍ଗନଗର, ସୁକିନ୍ଦା, କେନ୍ଦୁଝର ଆଦି ଅଞ୍ଚଳକୁ ପରିବହନ ହେଉଛି। ଏପରିକି ଓଭରଲୋଡିଂ ପରିବହନ ହେଉଥିଲେ ହେଁ ଚଣ୍ଡିଖୋଲ ପରିବହନ ବିଭାଗ ମାସିକ ଚାନ୍ଦା ନେଇ ଆଖି ବୁଜିଦେଉଛି। ଏହି ବେଆଇନ କାରବାରରେ ଜଙ୍ଗଲ, ପୋଲିସ, ପରିବହନ ଓ ରାଜସ୍ବ ବିଭାଗର କେତେଜଣ ଅଧିକାରୀ, କର୍ମଚାରୀ ସହଯୋଗ କରି ଆସୁଛନ୍ତି। ପୂର୍ବରୁ ଏହା ବିରୋଧରେ ବଳରାମପୁରଗଡ଼ ବାସିନ୍ଦା ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଲୋକଙ୍କ ଜୀବନଚର୍ଯ୍ୟା ପ୍ରଭାବିତ ହେଉଥିବା ଦଶର୍ର୍ାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ କଳେବଳେ କୌଶଳେ ଜଙ୍ଗଲ ଜମିରୁ ବେଆଇନ କଳାପଥର ଉତ୍ତୋଳନ ହେବା ସହ ତାହା ଅଣାୟତ୍ତ ହେବାରେ ଲାଗିଛି। କଟକ ଭିଜିଲାନ୍ସ ବିଭାଗର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଆଗକୁ ଏହା ଜାରି ରହିଲେ ଅଞ୍ଚଳର ସବୁଜିମା ସୁରକ୍ଷିତ ରହି ପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri