ଚାଲିଛି ବେଆଇନ ପଥର ଚାଲାଣ

ଭେଡେନ ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍‌ ଚାଲିଛି। କେତେକ ପ୍ରଶାସନିକ କର୍ମଚାରୀ ପଥର ମାଫିଆଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି। ବିନା ନିଲାମରେ ବେଧଡ଼କ ପଥରଖାଦାନ ଗୁଡ଼ିକରେ ଉଚ୍ଚଶକ୍ତି ସମ୍ପନ୍ନ ଡ଼ିନାମାଇଟ ବିସ୍ଫୋରଣ କରି ବଡ଼ ବଡ଼ ବ୍ରେକର ଜରିଆରେ ପଥର ଉତ୍ତୋଳନ କରାଯାଉଛି। ଏହା ପ୍ରତିଦିନ ଟ୍ରାକ୍ଟର, ହାଇୱା ଯୋଗେ ଶହ ଶହ ଟ୍ରିପ୍‌ କ୍ରଶରଗୁଡ଼ିକୁ ଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିପାରିନାହିଁ।
ପ୍ରକାଶ ଯେ, ସରକାରଙ୍କ ମାଇନ୍ସ ଅଧିନିୟମ ଅନୁସାରେ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହ ମଧ୍ୟରେ ତହସିଲ ଅନ୍ତର୍ଗତ ବାଲି, ମାଟି, ମୋରମ, ପଥର ଆଦି ସୈରାତ୍‌ ଉତ୍ସଗୁଡ଼ିକୁ ବର୍ଷିକିଆ କିମ୍ବା ଲିଜ୍‌ ସୂତ୍ରରେ ନିଲାମ ଦିଆଯାଇଥାଏ। ମାତ୍ର ଚଳିତବର୍ଷ ଏପ୍ରିଲ ମାସ ଶେଷ ହେବା ଉପରେ ଥିବାବେଳେ ଏପଯର୍‌ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି। ଏହା ମାଫିଆଙ୍କ ପାଇଁ ସୁଯୋଗ ଆଣିଦେଇଛି। ବିଶେଷ କରି ଗଣ୍ଡତୁରୁମ ରାଜସ୍ବ ସର୍କଲର ଗଣ୍ଡତୁରୁମ, ଭାଙ୍ଗକୁଦ, କେଶ୍ରିପାଲି, ଟିହିକିପାଲି, ଭାଲୁପାଲି, ସାରସପାଲି ଆଦି ଗ୍ରାମରେ ଥିବା ପଥରଖାଦାନ ଗୁଡ଼ିକରେ ବେଧଡ଼କ ପଥର ଉତ୍ତୋଳନ ଚାଲିଛି। ଏପରିକି ମାଫିଆମାନେ ମହାନଦୀ ଗର୍ଭରେ ଥିବା ପଥରକୁ ମଧ୍ୟ ସେମାନେ ଛାଡୁନାହାନ୍ତି। ସେହିପରି ଗଣ୍ଡତୁରୁମ, ମହୁଲପାଲି, କମ୍ପପାଲି, ଭୂତଲୋଡ଼, କମଗାଁ, ଉଦେପୁର, ଧୁବେନପାଲି, ବରଗାଁ, ଅଛାଣ୍ଡପାଲି, କୁତ୍‌ପାଲି ଆଦି ଗ୍ରାମରେ ଥିବା ବାଲିଘାଟରୁ ହାଇୱା, ଟ୍ରାକ୍ଟର ଯୋଗେ ବାଲି ବୋଝେଇ ହୋଇ ପ୍ରତିଦିନ ଶହ ଶହ ଟ୍ରିପ ସମ୍ବଲପୁର ଏବଂ ବରଗଡ଼ ପଟକୁ ଚୋରାଚାଲାଣ ହେଉଛି। ଏ ସମ୍ପର୍କରେ ଭେଡ଼େନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ, ଆମେ ଏହି ସୈରାତ ଉତ୍ସଗୁଡ଼ିକର ନିଲାମ ପାଇଁ ସରକାରଙ୍କ ଖଣି ଓ ପ୍ରଦୂଷଣ ବିଭାଗକୁ ଜଣାଇଛୁ। ମାତ୍ର ଏପର୍ଯ୍ୟନ୍ତ ସେଠାରୁ କୌଣସି ଅର୍ଡର ଆସିନାହିଁ। ତେବେ ଯେଉଁଠି ବି ଏହି ବେନିୟମ କାରବାର ଚାଲିଛି ଆମେ ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବୁ ବୋଲି ତହସିଲଦାର ମୁଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri