ବେଆଇନ ଚିଙ୍ଗୁଡ଼ିଘେରି ଫସଲ ଉଜାଡୁଛି

ରାଜକନିକା, ୧ା୩(ଡି.ଏନ୍‌.ଏ.): ଗଁାଠାରୁ ସହର ଏବେ ଲାଭାନ୍ବିତ ଚାଷ କରିବାକୁ ଆଗ୍ରହ ପ୍ରକାଶ ପାଉଛି। ଚାଷୀମାନେ ଏବେ ଚିଙ୍ଗୁଡ଼ି ଚାଷକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ହେଲେ ଚିଙ୍ଗୁଡ଼ି ଚାଷ ହେବା ଦ୍ୱାରା ଅନ୍ୟ ଚାଷ ପ୍ରଭାବିତ ହେବା ସହ ଉଜୁଡ଼ି ଯାଉଥିବା ଦେଖିବାକୁ ମିଳିଛି। ଚିଙ୍ଗୁଡ଼ି ଚାଷ ହେବା ଦ୍ୱାରା ମୁଖ୍ୟତଃ ସାରଦ ଧାନ, ଡାଳୁଅ ଧାନ, ମୁଗ, ବିରି, ସୂର୍ଯ୍ୟମୁଖୀ, ଆଳୁ, ପନିପରିବା, ବାଦାମ ଓ ଆହୁରି ଅନେକ ଚାଷ କ୍ଷତିଗ୍ରସ୍ତ ହେଉଛିୟ। ଏହି ଚିଙ୍ଗୁଡ଼ି ଚାଷ ପାଇଁ ବ୍ୟବହୃତ ରସାୟନିକ ପଦାର୍ଥଗୁଡ଼ିକ ଜଳରେ ମିଶି ନଦୀ, ନାଳ ଓ ମଧୁର ଜଳକୁ ନଷ୍ଟ କରି ଦେଉଥିବା କେନ୍ଦ୍ରପଡ଼ା ଜିଲା ରାଜକନିକା ବ୍ଲକର ହାଟସାହି ପଞ୍ଚାୟତର ଚାଷୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିକାର କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସୁମନ୍ତ ଦାସ, ବାବାଜୀ ଚରଣ ଜେନା, ଗୋଲେଖ ଆର୍ଜ୍ୟ, ଚୌଧୁରୀ ପଢିହାରୀ, ଅଦୈତ୍ୟ ମଳିକ, କମଳା ଦାସ, ଶଶୀକାନ୍ତ ନାୟକ, ପ୍ରତାପ ମଳିକ, ସିନା ରାଉତ, ମନ୍ମଥ ବଳ, ସନ୍ତୋଷ ନାୟକ, ବୀରକିଶୋର ବେହେରା, ଉମାକାନ୍ତ ବେଉରିଆ, ପ୍ରଦୀପ୍ତ ନାୟକ କହିଛନ୍ତି।
ହାଟସାହି ପଞ୍ଚାୟତର ଚାଷୀଙ୍କ ଅଭିଯୋଗ ଅନୁସାରେ ସାରଦ ଧାନ ଚାଷ ଉଜୁଡ଼ି ଯିବା ପରେ, ଡାଳୁଅ ଧାନ ଉପରେ ନିର୍ଭର କରିଥାନ୍ତି। ଲୁଣିଆ ନାଳ, ବରଗଡ଼ିଆ ନାଳ, ଖୋପରାଡ଼ିଆ ନାଳ, ବାଇଶମାଣିଆ ନାଳ, ଗଗନାପାଟ ନାଳର ଜଳକୁ ବ୍ୟବହାର କରି ଚାଷୀ ସମସ୍ତ ପ୍ରକାର ଚାଷ କରିଥାନ୍ତି। କିନ୍ତୁ ଗଢି ଉଠିଥିବା ଚିଙ୍ଗୁଡ଼ି ଘେରିଗୁଡ଼ିକରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ପାଣିରେ ମିଶାଯାଉଛି। ସେହି ଜଳକୁ ପମ୍ପ ବା ନାଳକାଟି ଅନ୍ୟ ଜମିକୁ ଛଡ଼ାଯିବା ଫଳରେ ଜମିରେ ହୋଇଥିବା ସମସ୍ତ ଫସଲଗୁଡ଼ିକୁ ନଷ୍ଟ ହେବା ସହ ଜମିର ଉର୍ବରତାକୁ ନଷ୍ଟ କରିଦେଉଛି। ମାଟି ଉପରେ ନାଲିରଙ୍ଗର ପଟୁ ପରି ଦିଶୁଛି। ଫସଲଗୁଡ଼ିକ ନଷ୍ଟ ହେବା ଫଳରେ ବର୍ଷକର ଦାନା ଉଜୁଡ଼ି ଯାଉଛି ବୋଲି ଅଭିଯୋଗ ହେଉଛି। ଏ ବାବଦରେ ଅନେକଥର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହିଁ। ଏହାକୁ ନେଇ ପଞ୍ଚାୟତର ଚାଷୀମାନେ ମେଳି ବାନ୍ଧିଛନ୍ତି। ରାସାୟନିକ ଯୁକ୍ତ ଜଳ ପ୍ରଭାବରୁ ଡାଳୁଅ ଧାନ ଗଛଗୁଡ଼ିକ ନଷ୍ଟ ହେବା ସହ ଆଳୁ, ସୂର୍ଯ୍ୟମୁଖୀ ଗଛ ମରି ଜାଳ ସଦୃଶ ଦେଖାଯାଉଛି। ସେହିପରି ମୁଗ, ବିରି, ବାଦାମ ଚାଷ ଉଜୁଡ଼ି ଯିବାକୁ ବସିଲାଣି। ହାତ ଗଣତି ଅଳ୍ପ ଚାଷୀ ଚିଙ୍ଗୁଡ଼ି ଚାଷ କରି ଲାଭବାନ ହେଉଥିବା ବେଳେ, ଚାଷକରି ଜୀବିକା ନିର୍ବାହ କରୁଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ତପତ୍ରତା ପୂର୍ବକ ଏହି ପଞ୍ଚାୟତରେ ଗଢି ଉଠିଥିବା ବେଆଇନ୍‌ ଚିଙ୍ଗୁଡ଼ି ଘେରିଗୁଡ଼ିକୁ ଉଚ୍ଛେଦ ନ କରାଯାଏ ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମୀ ଉର୍ବରତା କମିବା ସହ ଚାଷୀକୂଳ ହତାସ ହୋଇଯିବେ। ଏହାକୁ ନେଇ ଚାଷୀମାନେ ଆଗାମୀଦିନରେ ଆନ୍ଦୋଳୋନାମତ୍କ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri