ଅରଖକୁଦ ସୈରାତରୁ ବେଆଇନ ବାଲି ଚାଲାଣ

ନାଉଗାଁ,୧୨।୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ୬ଟି ବାଲି ସୈରାତକୁ ୨୦୨୦ ଡିସେମ୍ବର ୧୬ରେ ନିଲାମ କରାଯାଇଛି। ଏହି ଘାଟ ମଧ୍ୟରେ ରହିଛି ଶିଖର, ଏରେଡା, ବଛାଳୋ, ଅରଖକୁଦ, ଅଲଣା-୨ ଓ ଗଳଦାରୀ ବାଲି ସୈରାତ। ଏହି ବାଲି ସୈରାତଗୁଡିକ ନିଲାମଧାରୀମାନେ ନେଇଥିବା ବେଳେ ଏରେଡା ବାଲିଘାଟ ନେଇଥିବା ନିଲାମଧାରୀ ଉକ୍ତ ଘାଟରୁ ଓହରିଯିବାକୁ ଲିଖିତ ଭାବେ ତହସିଲକୁ ଜଣାଇଛନ୍ତି। ଏହି ଘାଟକୁ ଛାଡ଼ି ଦେଲେ ଅନ୍ୟ ୫ ଘାଟ ପାଇଁ ଆବଶ୍ୟକ କାଗଜପତ୍ର ହୋଇ ନ ଥିବାରୁ ସୈରାତଗୁଡିକରୁ ବାଲି ଉଠାଣ ବନ୍ଦ ରହିଛି। କିନ୍ତୁ ବେଆଇନ ଭାବେ କିଛିଦିନ ହେବ ଅରଖକୁଦ ବାଲି ସୈରାତରୁ ବାଲି ଚୋରା ଚାଲାଣ କରାଯାଇଛି। କିଛିଦିନ ତଳେ ବାଲି ଚୋରାଚାଲାଣକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏପରି କି ବାଲି ଉଠାଉଥିବା ଜେସିବି ଓ ଟ୍ରାକ୍ଟର ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଥିଲା। ଖବରପାଇ ତହସିଲ କାର୍ଯ୍ୟାଳୟରୁ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଓ ଥାନାଧିକାରୀ ଭରତ ବେହେରା ବୋଲି ସୈରାତ ନିକଟକୁ ଯାଇଥିଲେ। ଜେସିବିକୁ ଥାନାରେ ଅଟକ ରଖି ଜରିମାନା ଆଦାୟ କରି ଛାଡି ଦେଇଥିଲେ। ପରେ ଉକ୍ତ ବାଲି ସୈରାତ ନେଇଥିବା ନିଲାମଧାରୀ ମନଇଚ୍ଛା ବାଲି ଉଠାଉଥିବା ଦେଖିବାକୁ ମିଳିଛି। ଏପରି କି ଦିନ ଦ୍ୱିପ୍ରହରରେ ଶତାଧିକ ବାଲି ଗାଡି ଯାଉଥିବା ବେଳେ ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ନିଲାମଧାରୀମାନେ ବାଲି ବିକ୍ରି କରିବାକୁ ମାଇନିଂ ପ୍ଲାନ, ପରିବେଶ ମଞ୍ଜୁରୀ ସହ ଧାର୍ଯ୍ୟ କରାଯାଇଥିବା ଅର୍ଥ ଆଦି ତହସିଲରେ ଜମା ଦେବାକୁ ପଡିବ। ପରେ ତହସିଲ ପକ୍ଷରୁ ବାଲି ସୈରାତଗୁଡିକୁ ମାପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବା ସହ ‘ଆର’ ଫର୍ମ ପ୍ରଦାନ କରାଯିବା ପରେ ନିଲାମଧାରୀଙ୍କୁ ବାଲି ଉଠାଇବାକୁ ତହସିଲ ପକ୍ଷରୁ ଅନୁମତି ପ୍ରଦାନ କରାଯିବ। କିନ୍ତୁ ସୈରାତଗୁଡିକର ଏହିସବୁ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲିଛି। ଏ ପର୍ଯ୍ୟନ୍ତ ତହସିଲ ପକ୍ଷରୁ ବାଲି ଉଠାଇବାକୁ କୌଣସି ନିର୍ଦ୍ଦେଶ ପ୍ରଦାନ କରାଯାଇନାହିଁ। କେତେଜଣ ନିଲାମଧାରୀ ବାଲି ସୈରାତ ସିକ୍ୟୁରିଟ୍‌ ଅର୍ଥ ପ୍ରଦାନ କରିଥିବା ବେଳେ ଆବଶ୍ୟକ କାଗଜପତ୍ର ପ୍ରଦାନ କରିନାହାନ୍ତି। କିନ୍ତୁ ଅରଖକୁଦ ବାଲି ସୈରାତର ଏ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ହୋଇ ନ ଥିବା ବେଳେ ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରଦାନ କରାଯାଇନାହିଁ। କିନ୍ତୁ ଘାଟରୁ ବାଲି ଚୋରାଚାଲାଣ କରାଯାଉଛି। ପ୍ରଶାସନକୁ ହାତରେ ରଖି ବେଧଡକ ଭାବେ ଉକ୍ତ ଘାଟରୁ ବାଲି ଉଠାଯାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନିଲାମଧାରୀ ମନଇଚ୍ଛା ନଦୀ ପଠା ଖୋଳୁଥିବାରୁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ଜଣାଯାଇଛି। ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି। ଏ ସଂକ୍ରାନ୍ତର ତହସିଲଦାର ଜେ. କଳ୍ପନାକୁ ପଚାରିବାରେ ଆଗରୁ ନିଲାମଧାରୀ ବାଲି ଉଠାଉଥିଲେ। ଚଢ଼ାଉ ପରେ ଟ୍ରାକ୍ଟର ଓ ଜେସିବିକୁ ଜବତ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଯଦି ପୁଣି ବାଲି ଉଠାଯାଉଥିବ ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?