ବିରୂପା, ଗେଙ୍ଗୁଟି ନଦୀରୁ ବେଆଇନ ବାଲି ଚାଲାଣ

ଚଣ୍ଡିଖୋଲ,୨୦ା୬(ଡି.ଏନ୍‌.ଏ): ଦର୍ପଣ ତହସିଲ ଅଧୀନରେ ବିରୂପା, ଗେଙ୍ଗୁଟି ଓ କେଲୁଅ ନଦୀ ରହିଛି। ମାତ୍ର ବିରୂପା ଓ ଗେଙ୍ଗୁଟି ନଦୀରୁ ଏବେ ବ୍ୟାପକ ଭାବେ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ବିରୂପା ନଦୀର ରାମଦାସପୁର-୧ ଓ ରାମଦାସପୁର-୨ ବାଲିଘାଟକୁ ସରକାରୀ ଭାବେ ବାଲି ଉତ୍ତୋଳନ ପାଇଁ ନିଲାମ ଦିଆଯାଇଛି। ତେବେ ଏହାବାଦ ୨ଟି ନଦୀର ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ଚାଲୁଛି। ହଳଧରପୁରଠାରେ ଦିନ ଦ୍ୱିପ୍ରହରେ ବାଲିଉଠାଣ କରି ବିକ୍ରୟ କରାଯାଉଛି। ସେହିପରି ବିରୂପା ନଦୀର ଚାରିନଙ୍ଗଳ, କଳାଶ୍ରୀ, ନାନପୁରଠାରେ ବେଆଇନ ବାଲିଘାଟ ଚାଲୁଥିବା ବେଳେ ଗେଙ୍ଗୁଟି ନଦୀର ରାଧାଦେଈପୁର, ବାଙ୍ଗିରିପୋଷି, ବଡ଼ଘୁମୁରି, ବେଣାପୁର ଓ ଖଡ଼ଇଙ୍ଗଠାରେ ବେଆଇନ ବାଲିଘାଟ ଚାଲୁଛି।
ତହସିଲ ତରଫରୁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଥିଲେ ମଧ୍ୟ ବାଲି ମାଫିଆ ରାସ୍ତାକଡ଼ରେ ଜଗିରହି ବାଲିଚାଲାଣ କରୁଛନ୍ତି। ଏହାଦ୍ୱାରା ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ରାମଦାସପୁରଠାରେ ଦିଆଯାଇଥିବା ନିଲାମୀ ଘାଟରୁ କେବଳ ସରୁ ବାଲି ମିଳୁଛି। ତେଣୁ ରାସ୍ତା ଓ ଘର କାମ ପାଇଁ ମୋଟା ବାଲିର ଆବଶ୍ୟକତା ଥିବା ହେତୁ ବହୁସଂଖ୍ୟାରେ ଟ୍ରାକ୍ଟର ଓ ଟ୍ରକ୍‌ ଯୋଗେ ରାତିରେ ଏହି ଚୋରା କାରବାର ଚାଲିଛି। ହଳଧରପୁର ଦର୍ପଣ ତହସିଲର ଶେଷ ମୁଣ୍ଡ ହୋଇଥିବା ଯୋଗୁ ଏଠାରେ ଧରପଗଡ଼ କମ ହେଉଛି। ଯେଉଁଥିପାଇଁ ଚୋରାବାଲି ମାଫିଆ ଦିନ ଦ୍ୱିପ୍ରହରରେ ଟ୍ରାକ୍ଟର ଲଗାଇ ବାଲି ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ବାଲି ଚାଲାଣ ସମ୍ପର୍କିତ ଖବର ମିଳିଲେ ସଙ୍ଗେସଙ୍ଗେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ ଆଗକୁ ଏହି ଚଢ଼ାଉ ଜୋରଦାର ହେବ। ଏବେ ଦେଖିବାକୁ ଅପେକ୍ଷା ତହସିଲ ପ୍ରଶାସନ ବାଲି ଚୋରାଚାଲାଣ ରୋକିବାରେ ସଫଳ ହେଉଛି ନା ବିଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri