ସୀମା ଲଂଘିଛି ବୈତରଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ, ମାନୁଆଲ ପରିବର୍ତ୍ତେ ମେଶିନ ବ୍ୟବହାର

ଯାଜପୁର ଅଫିସ,୨୫।୧୨: ବ୍ୟାସନଗର ତହସିଲ ଅଧୀନ ସାଆଁଳାଠାରୁ ଦଶରଥପୁର ତହସିଲର ଧରମପୁର ପର୍ଯ୍ୟନ୍ତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ ସୀମା ଲଂଘିଛି। ଏପରିକି ବୈତରଣୀ ନଦୀବନ୍ଧକୁ କାଟି ବାଲି ପରିବହନ ହେଉଥିବାରୁ ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତହସିଲ ପ୍ରଶାସନ ପକ୍ଷରୁ ବାଲି ଉତ୍ତୋଳନ ପାଇଁ ମାନୁଆଲ ଅନୁମତି ମିଳିଥିବାବେଳେ ସମସ୍ତ ବାଲିଘାଟରେ ମେଶନ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଶାସକ ଦଳର ଜଣେ ନେତାଙ୍କ ସୁରକ୍ଷାରେ ଲିଜ୍‌ଧାରୀମାନେ ଅନୁମୋଦନଠାରୁ ବହୁ ଅଧିକ ପରିମାଣ ବାଲି ପ୍ରୋକଲିନ ମେଶିନରେ ଉତ୍ତୋଳନ କରି ବିନା ଟ୍ରାନଜିଟ ଫର୍ମରେ ପରିବହନ ଓ ବିକ୍ରି କରୁଛନ୍ତି। ଫଳରେ ତହସିଲ ପ୍ରଶାସନ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କ ବିରୋଧରେ ଲିଜ୍‌ ରଦ୍ଦ, ବେଆଇନ ଚାଲାଣ କରୁଥିବା ଗାଡି ଜବତ, ଜରିମାନା ଆଦାୟ ଆଦି କରିପାରୁନାହିଁ। ଅନ୍ୟପକ୍ଷେ ଓଭରଲୋଡିଂ ବାଲି ପରିବହନ ଯୋଗୁ ଆଖପାଖ ଗ୍ରାମର ରାସ୍ତାଗୁଡିକ ନଷ୍ଟ ହେବା ସହ ଗମନାଗମନ ଅନୁପଯୋଗ ହୋଇପଡୁଛି। ଏନେଇ ଗ୍ରାମ୍ୟ ନିର୍ମାଣ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ କିଛି ସୁଫଳ ମିଳିପାରୁନାହିଁ।

ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀରେ ୬ଟି ବାଲିଘାଟକୁ ୫ ବର୍ଷିଆ ଲିଜ୍‌ ଦିଆଯାଇଛି। ଏଥିରେ ସାଆଁଳା-୨ ବାଲିଘାଟରୁ ୨୮,୪୩୦ ଘନମିଟର, ମୁକୁନ୍ଦପୁର-୧ ବାଲିଘାଟରୁ ୧୦,୦୪୦ ଘନମିଟର, ସାଲବା ବାଲିଘାଟରୁ ୧୬,୭୩୦ ଘନମିଟର, ରଣପାଳ ବାଲିଘାଟରୁ ୫,୫୨୦ ଘନମିଟର, ଧନତ୍ରୀ ବାଲିଘାଟରୁ ୯,୬୮୦ ଘନମିଟର ଓ ନିଶଙ୍ଖପୁର ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପ୍ରୋକଲିନ ମେଶିନ ବ୍ୟବହାର ହୋଇ ପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ଏହି ନିର୍ଦ୍ଦେଶକୁ କେହି ମାନୁନାହାନ୍ତି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ଜନବସତି ଦେଇ ଭାରିଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଖରାପ ହେଉଥିବା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଗତ ଅକ୍ଟୋବରରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ସହାୟତା ଲୋଡ଼ାଯାଇଥିଲା। ତେବେ ଉପରୋକ୍ତ ସରକାରୀ ପତ୍ର ଏବଂ ସ୍ଥାନୀୟ ଲୋକଙ୍କ ଚେତାବନୀ କିଛି କାମରେ ଲାଗି ନାହିଁ। ବରଂ ବେଆଇନ ଉତ୍ତୋଳନ ଏବଂ ପରିବହନ ବଢ଼ିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ଦଶରଥପୁର ବ୍ଲକ କସପା ପଞ୍ଚାୟତ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ଘାଟରେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଲୁଟ୍‌ ହେଉଛି। ଦଶରଥପୁର ତହସିଲ ପ୍ରଶାସନ ଏ ସମ୍ପର୍କରେ ଜାଣିଥିଲେ ସୁଦ୍ଧା ପାଟି ଖୋଲିପାରୁନାହାନ୍ତି। ଏହାଦ୍ୱାରା ନଦୀବନ୍ଧ ଦୁର୍ବଳ ହେବା ସହିତ ପ୍ରତିବର୍ଷ ବର୍ଷାଦିନେ ଘାଇ ସୃଷ୍ଟି ହୋଇ ଏହି ବ୍ଲକର ଜନସାଧାରଣ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଦଶରଥପୁର ବ୍ଲକ୍‌ କସପା ପଞ୍ଚାୟତର ପଲ୍ଲାସାହୀ ଘାଟ ଓ ଏହାର ଆଖପାଖ ନଦୀଶଯ୍ୟାରୁ ବାଲିମାଫିଆମାନେ ମେଶିନରେ ବାଲି ଉଠାଇ ଚୋରାଚାଲାଣ କରୁଛନ୍ତି। ବୈତରଣୀ ନଦୀର ଉଭୟ ପାର୍ଶ୍ୱ ତଥା ଯାଜପୁର ଓ ଭଦ୍ରକ ଜିଲା ଅଞ୍ଚଳରେ ଶତାଧିକ ଟ୍ରାକ୍ଟର ସହାୟତାରେ ବାଲି ଚାଲାଣ ହେଉଥିବାର ଦେଖାଯାଇଛି। ଏପରି କି ବୈତରଣୀ ନଦୀବନ୍ଧକୁ ଏକାଧିକ ସ୍ଥାନରେ କାଟି ରାସ୍ତା ନିର୍ମାଣ କରିଥିବା ଦେଖାଯାଇଛି। ପଲ୍ଲାସାହି ନିକଟରେ ଥିବା ବୈତରଣୀ ନଦୀର ପଲ୍ଲାସାହି-ହସନାବାଦ ସେତୁର ଅତି ନିକଟସ୍ଥ ଉଭୟ ପାର୍ଶ୍ୱରୁ ବୁ ପରିମାଣରେ ବେଆଇନ ଭାବେ ବାଲି ଉଠାଣ ହେଉଛି। ଫଳରେ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ସେତୁ ପ୍ରତି ବିପଦ ସୃଷ୍ଟି ହେବା ସହିତ ନଦୀବନ୍ଧ ଭାଙ୍ଗିବା ଆଶଙ୍କା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସଇରାତ ନିଲାମ ନ ହେବା ଏବଂ ନିଲାମ ସତ୍ତ୍ୱେ ଘାଟ ଖୋଲିବାରେ ବିଳମ୍ବ ହେତୁ ବାଲି ମାଫିଆମାନେ ଘାଟଗୁଡ଼ିକରୁ ବାଲି ଲୁଟ୍‌ କରିବାର ସୁଯୋଗ ପାଉଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ବାଲି ଉତ୍ତୋଳନ ନେଇ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଚଢାଉ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri