ସୀମା ଲଂଘିଛି ବୈତରଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ, ମାନୁଆଲ ପରିବର୍ତ୍ତେ ମେଶିନ ବ୍ୟବହାର

ଯାଜପୁର ଅଫିସ,୨୫।୧୨: ବ୍ୟାସନଗର ତହସିଲ ଅଧୀନ ସାଆଁଳାଠାରୁ ଦଶରଥପୁର ତହସିଲର ଧରମପୁର ପର୍ଯ୍ୟନ୍ତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ ସୀମା ଲଂଘିଛି। ଏପରିକି ବୈତରଣୀ ନଦୀବନ୍ଧକୁ କାଟି ବାଲି ପରିବହନ ହେଉଥିବାରୁ ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତହସିଲ ପ୍ରଶାସନ ପକ୍ଷରୁ ବାଲି ଉତ୍ତୋଳନ ପାଇଁ ମାନୁଆଲ ଅନୁମତି ମିଳିଥିବାବେଳେ ସମସ୍ତ ବାଲିଘାଟରେ ମେଶନ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଶାସକ ଦଳର ଜଣେ ନେତାଙ୍କ ସୁରକ୍ଷାରେ ଲିଜ୍‌ଧାରୀମାନେ ଅନୁମୋଦନଠାରୁ ବହୁ ଅଧିକ ପରିମାଣ ବାଲି ପ୍ରୋକଲିନ ମେଶିନରେ ଉତ୍ତୋଳନ କରି ବିନା ଟ୍ରାନଜିଟ ଫର୍ମରେ ପରିବହନ ଓ ବିକ୍ରି କରୁଛନ୍ତି। ଫଳରେ ତହସିଲ ପ୍ରଶାସନ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କ ବିରୋଧରେ ଲିଜ୍‌ ରଦ୍ଦ, ବେଆଇନ ଚାଲାଣ କରୁଥିବା ଗାଡି ଜବତ, ଜରିମାନା ଆଦାୟ ଆଦି କରିପାରୁନାହିଁ। ଅନ୍ୟପକ୍ଷେ ଓଭରଲୋଡିଂ ବାଲି ପରିବହନ ଯୋଗୁ ଆଖପାଖ ଗ୍ରାମର ରାସ୍ତାଗୁଡିକ ନଷ୍ଟ ହେବା ସହ ଗମନାଗମନ ଅନୁପଯୋଗ ହୋଇପଡୁଛି। ଏନେଇ ଗ୍ରାମ୍ୟ ନିର୍ମାଣ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ କିଛି ସୁଫଳ ମିଳିପାରୁନାହିଁ।

ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀରେ ୬ଟି ବାଲିଘାଟକୁ ୫ ବର୍ଷିଆ ଲିଜ୍‌ ଦିଆଯାଇଛି। ଏଥିରେ ସାଆଁଳା-୨ ବାଲିଘାଟରୁ ୨୮,୪୩୦ ଘନମିଟର, ମୁକୁନ୍ଦପୁର-୧ ବାଲିଘାଟରୁ ୧୦,୦୪୦ ଘନମିଟର, ସାଲବା ବାଲିଘାଟରୁ ୧୬,୭୩୦ ଘନମିଟର, ରଣପାଳ ବାଲିଘାଟରୁ ୫,୫୨୦ ଘନମିଟର, ଧନତ୍ରୀ ବାଲିଘାଟରୁ ୯,୬୮୦ ଘନମିଟର ଓ ନିଶଙ୍ଖପୁର ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପ୍ରୋକଲିନ ମେଶିନ ବ୍ୟବହାର ହୋଇ ପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ଏହି ନିର୍ଦ୍ଦେଶକୁ କେହି ମାନୁନାହାନ୍ତି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ଜନବସତି ଦେଇ ଭାରିଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଖରାପ ହେଉଥିବା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଗତ ଅକ୍ଟୋବରରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ସହାୟତା ଲୋଡ଼ାଯାଇଥିଲା। ତେବେ ଉପରୋକ୍ତ ସରକାରୀ ପତ୍ର ଏବଂ ସ୍ଥାନୀୟ ଲୋକଙ୍କ ଚେତାବନୀ କିଛି କାମରେ ଲାଗି ନାହିଁ। ବରଂ ବେଆଇନ ଉତ୍ତୋଳନ ଏବଂ ପରିବହନ ବଢ଼ିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ଦଶରଥପୁର ବ୍ଲକ କସପା ପଞ୍ଚାୟତ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ଘାଟରେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଲୁଟ୍‌ ହେଉଛି। ଦଶରଥପୁର ତହସିଲ ପ୍ରଶାସନ ଏ ସମ୍ପର୍କରେ ଜାଣିଥିଲେ ସୁଦ୍ଧା ପାଟି ଖୋଲିପାରୁନାହାନ୍ତି। ଏହାଦ୍ୱାରା ନଦୀବନ୍ଧ ଦୁର୍ବଳ ହେବା ସହିତ ପ୍ରତିବର୍ଷ ବର୍ଷାଦିନେ ଘାଇ ସୃଷ୍ଟି ହୋଇ ଏହି ବ୍ଲକର ଜନସାଧାରଣ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଦଶରଥପୁର ବ୍ଲକ୍‌ କସପା ପଞ୍ଚାୟତର ପଲ୍ଲାସାହୀ ଘାଟ ଓ ଏହାର ଆଖପାଖ ନଦୀଶଯ୍ୟାରୁ ବାଲିମାଫିଆମାନେ ମେଶିନରେ ବାଲି ଉଠାଇ ଚୋରାଚାଲାଣ କରୁଛନ୍ତି। ବୈତରଣୀ ନଦୀର ଉଭୟ ପାର୍ଶ୍ୱ ତଥା ଯାଜପୁର ଓ ଭଦ୍ରକ ଜିଲା ଅଞ୍ଚଳରେ ଶତାଧିକ ଟ୍ରାକ୍ଟର ସହାୟତାରେ ବାଲି ଚାଲାଣ ହେଉଥିବାର ଦେଖାଯାଇଛି। ଏପରି କି ବୈତରଣୀ ନଦୀବନ୍ଧକୁ ଏକାଧିକ ସ୍ଥାନରେ କାଟି ରାସ୍ତା ନିର୍ମାଣ କରିଥିବା ଦେଖାଯାଇଛି। ପଲ୍ଲାସାହି ନିକଟରେ ଥିବା ବୈତରଣୀ ନଦୀର ପଲ୍ଲାସାହି-ହସନାବାଦ ସେତୁର ଅତି ନିକଟସ୍ଥ ଉଭୟ ପାର୍ଶ୍ୱରୁ ବୁ ପରିମାଣରେ ବେଆଇନ ଭାବେ ବାଲି ଉଠାଣ ହେଉଛି। ଫଳରେ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ସେତୁ ପ୍ରତି ବିପଦ ସୃଷ୍ଟି ହେବା ସହିତ ନଦୀବନ୍ଧ ଭାଙ୍ଗିବା ଆଶଙ୍କା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସଇରାତ ନିଲାମ ନ ହେବା ଏବଂ ନିଲାମ ସତ୍ତ୍ୱେ ଘାଟ ଖୋଲିବାରେ ବିଳମ୍ବ ହେତୁ ବାଲି ମାଫିଆମାନେ ଘାଟଗୁଡ଼ିକରୁ ବାଲି ଲୁଟ୍‌ କରିବାର ସୁଯୋଗ ପାଉଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ବାଲି ଉତ୍ତୋଳନ ନେଇ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଚଢାଉ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri