ହାଇକୋର୍ଟରେ ବେଆଇନ ବାଲିଉଠା ମାମଲା: ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର, ପରବର୍ତ୍ତି ଶୁଣାଣି…

କଟକ,୫ା୨:(କାର୍ତ୍ତିକ ସାହୁ): ବାଲିଘାଟ ଚାଲିବାର ଆବଶ୍ୟକତା ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ରାଜ୍ୟ ସରକାର ସୋମବାର ଅବଗତ କରାଇଛନ୍ତି। ବାଲିଘାଟରୁ ମେଶିିନ୍‌ ଦ୍ୱାରା ବାଲି ଉତ୍ତୋଳନ କରିବାର ପ୍ରଚଳିତ ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ରାଜ୍ୟ ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ବାଲିଘାଟ କିପରି ଭାବେ ଚାଲିବା ଦରକାର ସେ ବିଷୟରେ ମତ ରଖିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ଶୁଣାଣି ନିମନ୍ତେ ମଙ୍ଗଳବାରକୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ ଯେ, କଟକ ସହର ସମେତ ବିଭିନ୍ନ ନଦୀପଠାରୁ ବେଆଇନ ବାଲି ଉଠାଣ ଓ ପରିବହନ କରାଯାଉଥିବା ନେଇ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ଜେନା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ବେଆଇନ ବାଲି ଉଠାଣ ଯୋଗୁ ରାଜସ୍ବ ଚୋରି ହେଉଥିବା ସେ ଆବେଦନରେ ଦର୍ଶାଇଥିଲେ। ଲିଜ୍‌ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ବାର୍ଥକୁ ଆଖି ବୁଜିଦେଇଛି। ରାତି ୧୦ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାଲି ପରିବହନ କରାଯିବାର ନିୟମ ଥିବା ବେଳେ ସବୁ ସମୟରେ ବାଲି ପରିବହନ କରାଯାଉଛି। ବାଲି ପରିବହନ ସମୟରେ ରାସ୍ତାରେ ଗଦା ଗଦା ବାଲି ପଡ଼ିରହୁଛି। ଏହାଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡିସେମ୍ବର ୧୯ ତାରିଖ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ବାଲି ଉଠାଣ ଉପରେ ଏକ ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଉକ୍ତ ସତ୍ୟପାଠ ଅନୁସାରେ ୧୪ଟି ବାଲିଘାଟକୁ ବନ୍ଦ କରାଯାଇଛି। ଏଥିସହ କୌଣସି ବାଲିଘାଟ ଚାଲୁ ନାହିଁ ବୋଲି ଦର୍ଶାଇଥିଲେ। ହେଲେ ଡିସେମ୍ବର ୨୧ ତାରିଖରେ ବାଲି ଉଠାଣ ଉପରେ ଏକ ବିଜ୍ଞପ୍ତି ଜାରି କରିଥିଲା ରାଜ୍ୟ ଖଣି ବିଭାଗ। ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ଖଣି ବିଭାଗ ଅନୁମତି ଦେଇଥିଲା ଏନେଇ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାଲିଘାଟରୁ ମେଶିିନ ଦ୍ୱାରା ବାଲି ଉଠାଇବାର ନିୟମ ନଥିବା ବେଳେ ଖଣିବିଭାଗ ମେକାନିକାଲ ଭାବେ ବାଲି ଉତ୍ତୋଳନ କରିବାକୁ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ହେଲେ ମେକାନିକାଲ ଉପାୟରେ କେମିତି ବାଲି ଉଠାଇବେ ତାହା ସ୍ପଷ୍ଟ କରିନଥିଲେ। ଫଳରେ ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଜାନୁୟାରୀ ୧୦ ତାରିଖ ଦିନ ମେଶିିନ ବ୍ୟବହାର କରି ବାଲି ଉଠାଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ମେଶିିନ ଦ୍ୱାରା ବାଲିଘାଟରୁ ବାଲି ଉତ୍ତୋଳନ କରିବାର ନିୟମ ଓ ବିଧିବ୍ୟବସ୍ଥା ସଂକ୍ରାନ୍ତରେ ସୋମବାର ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ, ସିଦ୍ଧାନ୍ତ କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri