ବ୍ରାହ୍ମଣୀ ନଦୀପଠାରୁ ବେଆଇନ ମାଟିବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୨ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାରେ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଉ ଥିଲେ ମଧ୍ୟ ବିଭିନ୍ନ ନଦୀ ସଇରାତରୁ ବାଲି ଉଠାଣ ହେଉଛି। ପରିବେଶ ମଞ୍ଜୁରୀ ପ୍ରତି କାହାରି ନିଘା ନ ଥିବା ବେଳେ ରାଜସ୍ବ ଆଦାୟକୁ ବି ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଅଳଭା ସଇରାତରୁ ବାଲି ଉଠାଣ ହେଉଛି। ସମୁଦାୟ ୧ ହେକ୍ଟର ଆୟତନରେ ବାଲି ଉଠାଣ କରାଯାଉଥିବା ବେଳେ ଜିଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି।
ସାମାଜିକ କର୍ମୀ ମିଟୁ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ପାଳଠାରେ ଥିବା ସରକାରୀ ଜମିରୁ ବେଧଡକ ଭାବେ ଶତାଧିକ ଟ୍ରିପ ହାଇୱାରେ ମାଟିବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ଅଳଭା ଗ୍ରାମବାସୀ ଅଭିଯୋଗ କରିବା ସହ ଏହା ଉତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ଅଳଭା ବ୍ରାହ୍ମଣୀ ନଦୀପଠାରୁ ହାଇୱାରେ ହଜାର ହଜାର ଟ୍ରିପ ବାଲିମାଟି ଉଠାଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ମାମଲା ରୁଜୁ କରାଯାଇ ସମ୍ପୂର୍ଣ୍ଣ ମାଟି ଉଠାଣକୁ ବନ୍ଦ କରାଯାଇଛି। ମାତ୍ର ଏହାର ୧ କିମି ପରେ ବେଆଇନ ଭାବେ ଜେସିବି ଲଗାଇ ହାଇଓ୍ବାରେ ବ୍ୟବସାୟୀମାନେ ମାଟି ଉଠାଉଛନ୍ତି। ହେଲେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରୁ ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନ ଥାଇ ହଜାର ହଜାର ଟ୍ରକ ବାଲି ଓ ମାଟି ଉଠା ଯାଉଛି। ଏହି ବେଆଇନ ବାଲି ଉଠାଣ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲୁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଅଭିଯୋଗରେ ଜିଲାପାଳ, ଜିଲା ମାଇନିଂ ଅଫିସର ଓ ଏସ୍‌ପିଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ। ଏହି ରିପୋର୍ଟ ସତ୍ୟପାଠ ଜରିଆରେ ଏନଜିଟି ନିକଟରେ ପ୍ରଦାନ କରାଯାଇଥିଲା। ତେବେ ଜିଲାପାଳ ଓ ଏସ୍‌ପିଙ୍କ ସତ୍ୟପାଠ ଆଧାରରେ ବେଆଇନ ବାଲି ଉଠ।ଣ ବନ୍ଦ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବେଆଇନ ବାଲି ଉଠାଣ କାରିମାନଙ୍କଠାରୁ ୫ କୋଟି ଟଙ୍କ। ଜରିମାନା ଆଦାୟ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଜରିମାନା ଆଦାୟ ହୋଇ ନ ଥିବା କୁହାଯାଉଥିବା ବେଳେ ଅଳଭା ନିକଟ ବାଲି ଓ ମାଟି ଖାଦାନ ବନ୍ଦ ରହିଥିଲା। ମାତ୍ର ଏବେ ବାଲି ବ୍ୟବସାୟୀମାନେ ଅଳଭା ପାଳରୁ ପ୍ରଶାସନକୁ ଚ୍ୟାଲେଞ୍ଚ କରି ପୁଣି ମାଟିବାଲି ଉଠାଣ କରୁଛନ୍ତି। ଯାହାକି ଉତିକଣ ବନ୍ୟା ନିୟନ୍ତ୍ରଣ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରୁ , ଏନଜିଟି ନିର୍ଦ୍ଦେଶ ଅନୁସାରେ ବ୍ରହ୍ମଣୀ ନଦୀର ପଠା ଅଳଭାଠାରୁ ବାଲିମାଟି ଉଠାଣ ବନ୍ଦ ଅଛି। ଯଦି କେହି ସେଠାରୁ ମାଟି ଉଠାଉଥିବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri