ଔଷଧ ଦୋକାନରେ ବେଆଇନ କ୍ଲିନିକ

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଡାକ୍ତର ଅଭାବ ରହିଥିବାରୁ ରୋଗୀ ଚିକିତ୍ସା ନିମନ୍ତେ କଟକ, ଭୁବନେଶ୍ୱର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ କେତୋଟି ଔଷଧ ଦୋକାନୀ କଟକ, ଭୁବନେଶ୍ୱର ଓ ଅନ୍ୟ ଅଞ୍ଚଳରୁ ଡାକ୍ତର ଡକାଇ ନିଜ ନିଜର ଔଷଧ ଦୋକାନରେ କ୍ଲିନିକ କରି ଚିକିତ୍ସା କରାଇ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ସାଧାରଣ ରୋଗଟିଏ ହେଲେ ବି ଅତିକମ୍‌ରେ ହଜାରରୁ ଅଧିକ ଟଙ୍କାର ଔଷଧ ଦେଉଛନ୍ତି। ସେହିପରି ଲୋକଙ୍କ ସରଳତାର ସୁଯୋଗ ନେଇ କ୍ୱାକ୍‌ମାନେ ନିଜକୁ ଡାକ୍ତର ବୋଲି କହିବା ସହ ଗଁା ଗହଳିରେ ଘରୋଇ କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା ସେବା ନଁାରେ ଲୁଟୁଛନ୍ତି। ଏହାସହ ବାହାର ରାଜ୍ୟରୁ କେତେଜଣ ବ୍ୟକ୍ତି ଡାକ୍ତର ସାଜି ଲୋକଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅଧୀନରେ ଥିବା ଅଳପୁଆ, ତୁଳଶିଡିଆ, ଅଣ୍ଢରା, ଚନ୍ଦନନଗର, ସାନଜରିଆ, ବଡ଼ପଡ଼ା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ସ୍ବାସ୍ଥ୍ୟସେବା ମିଳୁ ନାହିଁ। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଉପରେ ଗ୍ରାମାଞ୍ଚଳର ରୋଗୀ ନିର୍ଭର କରିଥାନ୍ତି। ମାତ୍ର ଏହିି ଗ୍ରାମାଞ୍ଚଳ ଚିକିତ୍ସାଳୟରେ ଯେଉଁ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଛି ସେମାନେ ସପ୍ତାହରେ ୨ରୁ ୩ ଦିନ ଆସି ଅନ୍ୟ ଦିନଗୁଡ଼ିକରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦେଖିବାକୁ ମିଳୁନି। ଡାକ୍ତର ଅନୁପସ୍ଥିତ ରହୁଥିବାରୁ ରୋଗୀମାନେ କ୍ୱାକ୍‌ଙ୍କ ଉପରେ ନିର୍ଭର କରୁଛନ୍ତି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡ ଓ ଗ୍ରାମାଞ୍ଚଳ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନାହଁି ା ଫଳରେ ଲୋକମାନେ ବାଧ୍ୟ ହୋଇ କ୍ୱାକ୍‌ଙ୍କ ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ କ୍ୱାକ୍‌ମାନେ ସକ୍ରିୟ ହୋଇଉଠିଛନ୍ତି। ଏପରି କି କ୍ୱାକ୍‌ମାନେ ଦୋକାନ ଖୋଲି ରୋଗୀଙ୍କୁ ଚିକିତ୍ସା କରିବା ସହ ସେଠାରେ ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗ ହେଉଛି। ସେମାନଙ୍କର ସେପରି ଶିକ୍ଷାଗତ ଯୋଗ୍ୟତା ନ ଥିବାରୁ ଚିକିତ୍ସିତ ରୋଗୀ ଅଧିକାଂଶ ସମୟରେ ଭଲ ହେବା ପରିବର୍ତ୍ତେ ମୃତ୍ୟୁମୁଖରେ ପଡୁଥିବା ନଜିର ରହିଛି। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି କେତେଜଣ ବ୍ୟକ୍ତି ନକଲି ଔଷଧ ଦୋକାନ ସହ ବେଆଇନ କ୍ଲିନିକ୍‌ ଖୋଲି ରୋଗୀମାନଙ୍କୁ ମୋଟା ଅଙ୍କରେ ଲୁଟୁଛନ୍ତି। ଏହି କ୍ଲିନିକ୍‌ରେ ରୋଗୀ ଚିକିତ୍ସିତ ହେଲେ ସର୍ବନିମ୍ନ ଡାକ୍ତର ଫି, ବିଭିନ୍ନ ପରୀକ୍ଷା ଓ ଔଷଧ ବାବଦକୁ ହଜାରରୁ ଦେଢ଼ ହଜାର ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ବିଭିନ୍ନ ଡାକ୍ତରଙ୍କ ନାମ ବ୍ୟାନର ଲଗାଇ ପ୍ରଚାର ଗାଡ଼ି ବୁଲାଇ କଟକ ବଡ଼ ମେଡିକାଲ ଡାକ୍ତରଙ୍କ ନାମ ନେଇ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନଁାରେ ଲୁଟି ବିତ୍ତଶାଳୀ ହେଉଛନ୍ତି। ସରକାରୀ ଡାକ୍ତରଖାନାକୁ ଯଦି କେହି ଡାକ୍ତର ପୋଷ୍ଟିଂ ହେଲେ ତେବେ ତାଙ୍କ ବିରୋଧରେ ଲୋକଙ୍କୁ ମତାଇ ରଖାଇ ଦେଉନାହାନ୍ତି। ବିନା ଲାଇସେନ୍ସରେ ରୋଗୀ ସେବା ଓ ଔଷଧ ଦୋକାନ ଖୋଲୁଥିବା ଉକ୍ତ କ୍ୱାକ୍‌ମାନଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାର ପ୍ରମୁଖ କାରଣ ହେଉଛି ଡ୍ରଗ୍ସ ଇନ୍ସପେକ୍ଟର ଓ ଉପରିସ୍ଥ ଅଧିକାରୀ ନିୟମିତ ଏହି ଅଞ୍ଚଳକୁ ପରିଦର୍ଶନରେ ଆସୁନାହାନ୍ତି। ମୋଟାମୋଟି ଭାବେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଏହି ଅଞ୍ଚଳର ସ୍ବାସ୍ଥ୍ୟାବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା ସହ କ୍ୱାକ୍‌ମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ। ଅପରପକ୍ଷରେ ଡାକ୍ତରଖାନା ଉପରେ ଦୈନିକ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ପାଇଁ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ କଟକ ରେଫର କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍‌ଓ ଡା. ଅନିତ ପଟ୍ଟନାୟକଙ୍କୁ ପଚାରିବାରେ ଏଭଳି ସମସ୍ୟା ଉପରେ ଲିଖିତ ଅଭିଯୋଗ ଆସିଲେ ତନଖି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?