ଔଷଧ ଦୋକାନରେ ବେଆଇନ କ୍ଲିନିକ

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଡାକ୍ତର ଅଭାବ ରହିଥିବାରୁ ରୋଗୀ ଚିକିତ୍ସା ନିମନ୍ତେ କଟକ, ଭୁବନେଶ୍ୱର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ କେତୋଟି ଔଷଧ ଦୋକାନୀ କଟକ, ଭୁବନେଶ୍ୱର ଓ ଅନ୍ୟ ଅଞ୍ଚଳରୁ ଡାକ୍ତର ଡକାଇ ନିଜ ନିଜର ଔଷଧ ଦୋକାନରେ କ୍ଲିନିକ କରି ଚିକିତ୍ସା କରାଇ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ସାଧାରଣ ରୋଗଟିଏ ହେଲେ ବି ଅତିକମ୍‌ରେ ହଜାରରୁ ଅଧିକ ଟଙ୍କାର ଔଷଧ ଦେଉଛନ୍ତି। ସେହିପରି ଲୋକଙ୍କ ସରଳତାର ସୁଯୋଗ ନେଇ କ୍ୱାକ୍‌ମାନେ ନିଜକୁ ଡାକ୍ତର ବୋଲି କହିବା ସହ ଗଁା ଗହଳିରେ ଘରୋଇ କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା ସେବା ନଁାରେ ଲୁଟୁଛନ୍ତି। ଏହାସହ ବାହାର ରାଜ୍ୟରୁ କେତେଜଣ ବ୍ୟକ୍ତି ଡାକ୍ତର ସାଜି ଲୋକଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅଧୀନରେ ଥିବା ଅଳପୁଆ, ତୁଳଶିଡିଆ, ଅଣ୍ଢରା, ଚନ୍ଦନନଗର, ସାନଜରିଆ, ବଡ଼ପଡ଼ା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ସ୍ବାସ୍ଥ୍ୟସେବା ମିଳୁ ନାହିଁ। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଉପରେ ଗ୍ରାମାଞ୍ଚଳର ରୋଗୀ ନିର୍ଭର କରିଥାନ୍ତି। ମାତ୍ର ଏହିି ଗ୍ରାମାଞ୍ଚଳ ଚିକିତ୍ସାଳୟରେ ଯେଉଁ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଛି ସେମାନେ ସପ୍ତାହରେ ୨ରୁ ୩ ଦିନ ଆସି ଅନ୍ୟ ଦିନଗୁଡ଼ିକରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦେଖିବାକୁ ମିଳୁନି। ଡାକ୍ତର ଅନୁପସ୍ଥିତ ରହୁଥିବାରୁ ରୋଗୀମାନେ କ୍ୱାକ୍‌ଙ୍କ ଉପରେ ନିର୍ଭର କରୁଛନ୍ତି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡ ଓ ଗ୍ରାମାଞ୍ଚଳ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନାହଁି ା ଫଳରେ ଲୋକମାନେ ବାଧ୍ୟ ହୋଇ କ୍ୱାକ୍‌ଙ୍କ ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ କ୍ୱାକ୍‌ମାନେ ସକ୍ରିୟ ହୋଇଉଠିଛନ୍ତି। ଏପରି କି କ୍ୱାକ୍‌ମାନେ ଦୋକାନ ଖୋଲି ରୋଗୀଙ୍କୁ ଚିକିତ୍ସା କରିବା ସହ ସେଠାରେ ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗ ହେଉଛି। ସେମାନଙ୍କର ସେପରି ଶିକ୍ଷାଗତ ଯୋଗ୍ୟତା ନ ଥିବାରୁ ଚିକିତ୍ସିତ ରୋଗୀ ଅଧିକାଂଶ ସମୟରେ ଭଲ ହେବା ପରିବର୍ତ୍ତେ ମୃତ୍ୟୁମୁଖରେ ପଡୁଥିବା ନଜିର ରହିଛି। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି କେତେଜଣ ବ୍ୟକ୍ତି ନକଲି ଔଷଧ ଦୋକାନ ସହ ବେଆଇନ କ୍ଲିନିକ୍‌ ଖୋଲି ରୋଗୀମାନଙ୍କୁ ମୋଟା ଅଙ୍କରେ ଲୁଟୁଛନ୍ତି। ଏହି କ୍ଲିନିକ୍‌ରେ ରୋଗୀ ଚିକିତ୍ସିତ ହେଲେ ସର୍ବନିମ୍ନ ଡାକ୍ତର ଫି, ବିଭିନ୍ନ ପରୀକ୍ଷା ଓ ଔଷଧ ବାବଦକୁ ହଜାରରୁ ଦେଢ଼ ହଜାର ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ବିଭିନ୍ନ ଡାକ୍ତରଙ୍କ ନାମ ବ୍ୟାନର ଲଗାଇ ପ୍ରଚାର ଗାଡ଼ି ବୁଲାଇ କଟକ ବଡ଼ ମେଡିକାଲ ଡାକ୍ତରଙ୍କ ନାମ ନେଇ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନଁାରେ ଲୁଟି ବିତ୍ତଶାଳୀ ହେଉଛନ୍ତି। ସରକାରୀ ଡାକ୍ତରଖାନାକୁ ଯଦି କେହି ଡାକ୍ତର ପୋଷ୍ଟିଂ ହେଲେ ତେବେ ତାଙ୍କ ବିରୋଧରେ ଲୋକଙ୍କୁ ମତାଇ ରଖାଇ ଦେଉନାହାନ୍ତି। ବିନା ଲାଇସେନ୍ସରେ ରୋଗୀ ସେବା ଓ ଔଷଧ ଦୋକାନ ଖୋଲୁଥିବା ଉକ୍ତ କ୍ୱାକ୍‌ମାନଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାର ପ୍ରମୁଖ କାରଣ ହେଉଛି ଡ୍ରଗ୍ସ ଇନ୍ସପେକ୍ଟର ଓ ଉପରିସ୍ଥ ଅଧିକାରୀ ନିୟମିତ ଏହି ଅଞ୍ଚଳକୁ ପରିଦର୍ଶନରେ ଆସୁନାହାନ୍ତି। ମୋଟାମୋଟି ଭାବେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଏହି ଅଞ୍ଚଳର ସ୍ବାସ୍ଥ୍ୟାବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା ସହ କ୍ୱାକ୍‌ମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ। ଅପରପକ୍ଷରେ ଡାକ୍ତରଖାନା ଉପରେ ଦୈନିକ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ପାଇଁ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ କଟକ ରେଫର କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍‌ଓ ଡା. ଅନିତ ପଟ୍ଟନାୟକଙ୍କୁ ପଚାରିବାରେ ଏଭଳି ସମସ୍ୟା ଉପରେ ଲିଖିତ ଅଭିଯୋଗ ଆସିଲେ ତନଖି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri