ଦିଗାମ୍ବରପୁର ଛକରେ ବେଆଇନ ଚିପ୍ସ, ମୋରମ ୟାର୍ଡ

କଳିଙ୍ଗନଗର,୬ା୨(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ଚିପ୍ସ ଓ ମୋରମ ପାହାଡ଼ ଭଳି ଗଦା ହୋଇଛି। ତେବେ ଏଠାରୁ ନକଲି ଟ୍ରାନ୍‌ଜିଟ ପାସ୍‌ (ଟିପି) ଦ୍ୱାରା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ ଏସବୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଦାନଗଦି ତହସିଲ ଅଫିସ୍‌ରେ ମାତ୍ର ୧ ଲକ୍ଷ ଟଙ୍କା ରାଜସ୍ବ ଜମା କରି ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚିପ୍ସ ଓ ମୋରମ ଲୁଟ୍‌ ହେଉଛି। ଏଥିରୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ମୋଟାଅଙ୍କର ହାତଗୁଞ୍ଜା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅଭିଯୋଗ ହେଉଛି।

ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ମନୋହରପୁର ଓ ଯଖପୁରା ମୌଜାରୁ ପ୍ରାୟ ୬ ମାସ ହେବ ପ୍ରଶାସନର ଜାଣତରେ ମୋରମ ଲୁଟ୍‌ ହୋଇ ଆସୁଛି। ଦିଗାମ୍ବରପୁର ଛକଠାରେ ପାହାଡ଼ ଭଳି ମୋରମ ଓ ଚିପ୍ସ ଗଚ୍ଛିତ ରଖି ୟାର୍ଡ କରାଯାଇଛି। ଏହା ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନକୁ ଉଲ୍ଲଂଘନ କରୁଥିଲେ ହେଁ ସମ୍ପୃକ୍ତ ଅଧିକାରୀମାନେ ଓଲଟା ଖଣିଜ ଲୁଟେରାଙ୍କ ସହଯୋଗୀ ପାଲଟିଛନ୍ତି। ଫଳରେ ଆଖପାଖ ଅଞ୍ଚଳବାସୀ ନାହିଁ ନ ଥିବା ପ୍ରଦୂଷଣର ଶିକାର ହେଉଛନ୍ତି। ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ, ରାହାଡପୁର, କୁସୁନପୁର, ବିଛାଖଣ୍ଡି, ବାଜବାଟି, ଚଢେଇଧରା ପ୍ରଭୃତି ପାହାଡ଼ ପାଦଦେଶରେ ଏବେ ବି ଶତାଧିକ ବେଆଇନ କ୍ରଶର ଗଢ଼ିଉଠିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସିଲ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ସେହିସବୁ ପଦକ୍ଷେପ କେବଳ ସ୍ଥାନ ଓ ମାଲିକ ଚିହ୍ନଟ କରି ବଟି ଆଦାୟ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି। ଏହି କାରଣରୁ କ୍ଲଷ୍ଟର ୟୁନିଟ୍‌କୁ ମଧ୍ୟ ଜିଲା ପ୍ରଶାସନ ଜାଣିଶୁଣି ବିଭିନ୍ନ ଆଳ କରି ସମୟ ଗଢ଼ାଇ ଚାଲିଛନ୍ତି । ଏହାର ସୁଯୋଗରେ ବ୍ୟବସାୟୀମାନେ ବେଆଇନ କଳାପଥର ଖାଦାନ ସାଙ୍ଗକୁ କ୍ରଶର ସ୍ଥାପନ କରି ସରକାରଙ୍କ ବିପୁଳ ରାଜସ୍ବ ହାନି କରି ଚାଲିଛନ୍ତି। ଏହିସବୁ ବେଆଇନ କ୍ରଶରଗୁଡ଼ିକରୁ ଦୈନିକ ହାଇୱା ଗାଡିରେ ଓଭରଲୋଡିଂ ହୋଇ ଶତାଧିକ ଟ୍ରିପ୍‌ ଦିଗାମ୍ବରପୁର ଛକ ୟାର୍ଡକୁ ସ୍ଥାନାନ୍ତର କରାଯାଉଛି। ଏହି ୟାର୍ଡକୁ କେତେଜଣ ପ୍ରଭାବଶାଳୀ ପରିଚାଳନା କରୁଥିବାରୁ ଜିଲା ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହିଁି। ଏହି ବେଆଇନ କାର୍ଯ୍ୟରେ ଜେନାପୁର, ଯଖପୁରା ଓ କଳିଙ୍ଗନଗର ଥାନା ପୋଲିସ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହେଉଛିି। କାରଖାନା କାର୍ଯ୍ୟ ଲାଗି ବିକ୍ରି ହୋଇଥିବା ଚିପ୍ସ ବାବଦ ଅତୀତର ଟିପିଗୁଡ଼ିକୁ ତଦନ୍ତ କରାଗଲେ ସମସ୍ତ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri