ଜଗତ୍‌ସିଂହପୁର ଅଫିସ,୬ା୨: ତ୍ରିସ୍ତରୀୟ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ରଘୁନାଥପୁର ୧ନଂ. ଜିଲା ପରିଷଦ ଜୋନ ଭଳି ୨ନଂ. ଜୋନ୍‌ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି। ୨୦୧୭ ନିର୍ବାଚନରେ ଏହି ଜୋନରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ବିଜେଡି ପ୍ରାର୍ଥୀଙ୍କଠାରୁ ଭାଜପା ପ୍ରାର୍ଥୀ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିଲେ। ସେତେବେଳେ ପ୍ରଥମେ ଭାଜପା ପ୍ରାର୍ଥୀ ଜିତି ଯାଇଥିବା ପ୍ରଚାର ହୋଇଥିଲା। କିନ୍ତୁ ପରେ ବିଜେଡି ପ୍ରାର୍ଥୀ କମ୍‌ ଭୋଟ ବ୍ୟବଧାନରେ ଜିତିବା ଖବର ନିଆରା ପରିବେଶ ସୃଷ୍ଟି କରିଥିଲା। ଏଥର ଜୋନରେ ବିଜେଡି, ଭାଜପା, କଂଗ୍ରେସ ଓ ବିଏସ୍‌ପିରୁ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ଭାଜପା ଓ ବିଜେଡି ମଧ୍ୟରେ ଟକ୍କର ହେବାର ଆଭାସ ମିଳିଛି। ବିଜେଡି ରାଜ୍ୟ ସରକାର ଓ ଭାଜପା କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ଭୋଟ ହାତେଇବା ପାଇଁ ରଣନୀତି ଆପଣାଉଛନ୍ତି।

ରଘୁନାଥପୁର ୨ନଂ. ଜୋନ୍‌ଟି ଗତଥର ଅଣସଂରକ୍ଷିତ ଥିବାବେଳେ ଏଥର ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହି ଜୋନ କହିଲେ ଅଢେଇକୂଳ, ଚିକିଣିଆ, ରେଢ଼ୁଆ, ରାଢ଼ଙ୍ଗ, ପୁରୁଣାବସନ୍ତ, ଏରଡ଼ଙ୍ଗ, ଛପଡ଼ା, ବିଦ୍ୟାଧରପୁର, ତଅଁରା ଓ ସାଦେଇପୁର ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନରେ ଭୋଟର ସଂଖ୍ୟା ୩୨,୭୧୧ ଥିଲା। କିନ୍ତୁ ଏଥର ଅଧିକ ୧୯୯୯ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଏହି ଜୋନରୁ ଭାଜପା ପ୍ରାର୍ଥୀ ମାନସ କୁମାର ମହାପାତ୍ରଙ୍କୁ ୧୨୦୧୨ ଖଣ୍ଡ ଅର୍ଥାତ୍‌ ମୋଟ ମତଦାନର ୩୬.୭୨% ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ଡେଜାଲିନ ମହାପାତ୍ରଙ୍କ ସପକ୍ଷରେ ୧୨,୦୮୪ ଖଣ୍ଡ ଅର୍ଥାତ୍‌ ୩୬.୯୪% ଭୋଟ ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଦେବୀପ୍ରସାଦ ମହାରଣାଙ୍କୁ ୧,୪୫୭ ଖଣ୍ଡ ଅର୍ଥାତ୍‌ ୪.୪୫% ଭୋଟ ମିଳିଥିଲା। ଉକ୍ତ ନିର୍ବାଚନରେ ଭାଜପା ପ୍ରାର୍ଥୀ ମହାପାତ୍ରଙ୍କଠାରୁ ବିଜେଡିର ମହାପାତ୍ର ଅଧିକ ୭୨ ଖଣ୍ଡ ଭୋଟ ପାଇଥିଲେ। ଜିଲାରେ ବିଜେଡି ସପକ୍ଷରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଯାଇଥିଲେ ସୁଦ୍ଧା ରଘୁନାଥପୁର ୨ନଂ. ଜୋନରେ ଯେଉଁଭଳି କଡ଼ା ଟକ୍କର ହୋଇଥିଲା ତାହା ଦଳୀୟ ନେତୃତ୍ୱଙ୍କୁ ବିସ୍ମିତ କରିଥିଲା। ତେଣୁ ଚଳିତ ନିର୍ବାଚନରେ ଉଭୟ ବିଜେଡି ଓ ଭାଜପା ନେତୃତ୍ୱ ଜୋନକୁ ହାତେଇବା ପାଇଁ ପୂରା ଦମ୍‌ ଲଗାଇଛନ୍ତି। ଉଭୟ ଦଳର ନେତାମାନେ ନୂଆ ରଣନୀତି ଆପଣାଉଛନ୍ତି। ଏଥର ବିଜେଡିରୁ ଇତିଶ୍ରୀ ମଲ୍ଲିକ, ଭାଜପାରୁ ଲିପିକା ମଲ୍ଲିକ, କଂଗ୍ରେସରୁ କନକଲତା ସେଠୀ ଓ ବିଏସ୍‌ପିରୁ ସଚିତ୍ରା ଭୋଇ ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ସେଠୀ କହିଛନ୍ତି, ସେ ସ୍ନାତକ କରିବାପରେ ବିଏଡ୍‌ କରୁଛନ୍ତି। ତାଙ୍କ ସ୍ବାମୀ ବିଭିନ୍ନ ସଂସ୍ଥା ସହ ଜଡ଼ିତ। ଏପରି କି ଏକାଧିକ କ୍ଲବର ସଭାପତି ଓ ସମ୍ପାଦକ ରହିଛନ୍ତି। ଓମଫେଡ୍‌ ସୋସାଇଟିର ସଭାପତି ମଧ୍ୟ ଅଛନ୍ତି। ଏନେଇ ସବୁ ପଞ୍ଚାୟତରେ ଭଲ ସମର୍ଥନ ମିଳୁଥିଲେ ସୁଦ୍ଧା ଚିକିଣିଆ, ରେଢ଼ୁଆ ଓ ପୁରୁଣାବସନ୍ତ ପଞ୍ଚାୟତରେ ଅଧିକ ଭୋଟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଭାଜପା ନେତା ଆଡଭୋକେଟ୍‌ ରାଜକିଶୋର ବେହେରା କହିଛନ୍ତି, ଗତଥର ଖୁବ କମ୍‌ ଭୋଟରେ ଭାଜପା ପ୍ରାର୍ଥୀ ହାରିଯାଇଥିଲେ ମଧ୍ୟ ଏଥର ସେଭଳି ହେବନି। ଦଳୀୟ ପ୍ରାର୍ଥୀ ଲିପିକା ସ୍ନାତକ କରିଛନ୍ତି। ତାଙ୍କ ସ୍ବାମୀ ଦଳର ଏହି ଜୋନ୍‌ ଲାଗି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଛନ୍ତି। ଜୋନରେ ପତିଆରା ଭଲ ରହିଛି। ଜୋନ୍‌ର ସବୁ ପଞ୍ଚାୟତରେ ଭଲ ସ୍ଥିତି ଥିବାବେଳେ ସାଦେଇପୁର ଓ ଅଢେଇକୂଳ ଆଦି ପଞ୍ଚାୟତରେ ଅଧିକ ଭୋଟ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ପ୍ରାର୍ଥୀ ଇତିଶ୍ରୀ କହିଛନ୍ତି, ବିଜେଡି ସରକାର ଅମଳରେ ରାଜ୍ୟରେ ବିକାଶର ଧାରା ଜାରି ରହିଥିବାରୁ ଲୋକେ ଆଶ୍ୱସ୍ତ ଅଛନ୍ତି। ସେ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ଗତଥର ପରି ଏଥର ମଧ୍ୟ ଜନମତ ବିଜେଡି ପ୍ରାର୍ଥୀ ହିସାବରେ ତାଙ୍କ ସପକ୍ଷରେ ଯିବ। ସମସ୍ତ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଥିବା ବେଳେ ଆଗକୁ ସମୀକରଣ କ’ଣ କହୁଛି ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର

କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?