ଚଣ୍ଡିଖୋଲ,୩।୫(ଡି.ଏନ୍.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୪ଟି ପଞ୍ଚାୟତରେ ବେଆଇନ ମାଙ୍କଡ଼ା ଖାଦାନ ଦୀର୍ଘ ଦିନ ଧରି ଚାଲିଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୩ ବେଆଇନ ଖାଦାନରେ ୧୪୪ଧାରା ଜାରି କରାଯିବା ସହ ନାଲିପତକା ମରାଯାଇଛି। ଏତିକିରେ ତହସିଲ କର୍ତ୍ତୃପକ୍ଷ କାମ ସାରି ଦେଇଛନ୍ତି।
ସୂଚନା ଥାଉକି, ଏହି ତହସିଲ ଅନ୍ତର୍ଗତ ବୈରୀ, ପାରିଆ, ସମିଆ ଓ ଶାଳପଡ଼ା ପଞ୍ଚାୟତରେ ୧୨ରୁ ଊର୍ଦ୍ଧ୍ୱ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଛି। ଦିନରେ ମାଙ୍କଡ଼ା ଖନନ କରାଯାଉଥିବା ବେଳେ ସନ୍ଧ୍ୟାପରେ ଟ୍ରକ୍ଯୋଗେ ବାହାରକୁ ଚାଲାଣ ହେଉଛି। ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲାକୁ ଏସବୁ ଚାଲାଣ କରାଯାଉଛି। ନିକଟରେ ବୈରୀ ଥାନା ଥିବାବେଳେ ପୋଲିସ ମଧ୍ୟ ଦେଖି ନ ଦେଖିଲା ପରି ଅଭିନୟ କରୁଛି। ଦୈନିକ ସନ୍ଧ୍ୟାପରେ ଛତିଆ କଳକଳା ରାସ୍ତା ଓ ଶାଳପଡ଼ା-ଦର୍ପଣୀ ରାସ୍ତା ଦେଇ ଟ୍ରକ୍ଗୁଡ଼ିକ ମାଙ୍କଡ଼ା ବୋଝେଇ କରି ଯାତାୟାତ କରୁଛନ୍ତି।
ଫେବୃୟାରୀ ପ୍ରଥମ ସପ୍ତାହରେ ଯାଜପୁର ରୋଡ୍ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ବୈରୀ ଥାନାକୁ ଯାଉଥିବାବେଳେ ରାସ୍ତାରେ ଆସୁଥିବା ଦୁଇଟି ମାଙ୍କଡ଼ା ପଥର ବୋଝେଇ ଟ୍ରକ୍କୁ ଅଟକାଇ ବୈରୀ ପୋଲିସ ଜିମା ଦେଇଥିଲେ। ଏହାପରେ ପୋଲିସ କିମ୍ବା ତହସିଲ ପ୍ରଶାସନ ଏହାକୁ ରୋକିବାରେ ସକ୍ଷମ ହୋଇନାହାନ୍ତି, ଯଦ୍ଦ୍ବାରା ବିପୁଳ ଟଙ୍କାର ରାଜସ୍ବ ହାନି ଘଟୁଥିବା ଜଣାପଡ଼ିଛି। ୧୫ ବର୍ଷ ତଳେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅଚାନକ ବେଆଇନ ମାଙ୍କଡ଼ା ଖାଦାନରେ ଚଢ଼ାଉ କରିଥିଲେ। ଏହି ସମୟରେ ବନବିଭାଗର ୬ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଏହାପରେ କିଛି ବର୍ଷ ବେଆଇନ ଖାଦାନ ବନ୍ଦ ହୋଇଯାଇଥିଲା। ଠିକ୍ ସେହିଭଳି ୨୦୨୧ରେ ପ୍ରଦୀପ କୁମାର ସେଠୀ ତହସିଲଦାର ଭାବେ ନିଯୁକ୍ତି ପାଇଲା ପରେ ସେ ମଧ୍ୟ ବିଭିନ୍ନ ସମୟରେ ଚଢ଼ାଉ କରିବା ଦ୍ୱାରା ବେଆଇନ ମାଙ୍କଡ଼ା କାଟୁଥିବା ମାଫିଆ ଖନନ ବନ୍ଦ କରିଦେଇଥିଲେ। ତାଙ୍କ ସମୟରେ ୫୦ରୁ ଊର୍ଦ୍ଧ୍ୱ ଟ୍ରକ୍ ଜବତ ହୋଇଥିଲା। ଏବେ ଆଖିଦୃଶିଆ ଚଢ଼ାଉ ନ ହେବା ଯୋଗୁ ବେଆଇନ ଖାଦାନ ଚାଲିଥିବାସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ମାଫିଆ କଟର ମେଶିନ ସାହାଯ୍ୟରେ ମାଙ୍କଡ଼ା କାଟି ଦିନସାରା ଗଚ୍ଛିତ ରଖୁଛନ୍ତି। ରାତି ହେଲେ ଏହାକୁ ବାହାରକୁ ଚାଲାଣ କରୁଛନ୍ତି। ତୁରନ୍ତ ଯାଜପୁର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ମାଙ୍କଡ଼ା ଖାଦାନ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ମୋର ଅନ୍ୟତ୍ର ବଦଳି ହୋଇଗଲାଣି। ମୋ ସମୟରେ କେତେକ ଖାଦାନରେ ଚଢ଼ାଉ କରି ୧୪୪ଧାରା ଜାରି କରିଛି। ଯେ ନୂଆ ତହସିଲଦାର ଆସିବେ ସେ କାର୍ଯ୍ୟନୁଷ୍ଠାନ ନେଇପାରିବେ।
Posted inHome Left, ଆମ ଜିଲା ଖବର, ଯାଜପୁର View All
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ଯେଉଁ ପିଚ୍ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍
କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ମ୍ୟାଚ୍ ଆର୍ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍ରେ ହେବ। ଏଣୁ ପିଚ୍ ଧିମା…
ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…
ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…
Archives

