ବଢୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ବେଗୁନିଆ, ୨୬ା୬(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଓ ଖଣିରୁ ମାଙ୍କଡ଼ା ପଥର, ମୋରମ ଚୋରାଚାଲାଣ ବଢ଼ିଚାଲିଛି। ଏକାଧିକ ଖଣିକୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବ୍ଲାଷ୍ଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ। ଖୋର୍ଦ୍ଧା ଓ ବେଗୁନିଆ ବ୍ଲକରେ ୧୫୨ କ୍ରଶର ୟୁନିଟ୍‌ରୁ ୫୭ ସଂସ୍ଥାକୁ ବାଦ୍‌ ଦେଲେ ଅନ୍ୟ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପାହାଡ଼ ଖନନକୁ ଅନୁମତି ନ ଥିଲେ ମଧ୍ୟ ବ୍ଲାଷ୍ଟିଂ ଚାଲିଛି। ଫଳରେ ପରିବେଶ ଉପରେ ପ୍ରଭାବ ପଡୁଛି। ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ଗଳାବାଟ ସାଜିଥିବା ବେଳେ ଦୈନିକ ଟ୍ରକ୍‌ରେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ ହେଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।
ବେଗୁନିଆ ବ୍ଲକର ସିକୋ, ଦେଉଳି, ପରିଛଳ, ରାଉତପଡ଼ା ଆଦି ପଞ୍ଚାୟତ ଅଞ୍ଚଳରେ ଥିବା ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଛି। ଖଣି ମାଫିଆମାନେ କମ୍ପ୍ରେସର ସାହାଯ୍ୟରେ ଆମୋନିୟମ ସାର, ବାରୁଦ, ଡିନାମାଇଟ ଓ ଜିଲୋଟିନ୍‌ ବ୍ୟବହାର କରି ବ୍ଲାଷ୍ଟିଂ କରିଚାଲିଛନ୍ତି। ପରିଛଳ, ଖଡ଼ିପଦର ଏବଂ ଡଙ୍ଗରପଡ଼ା ମୌଜାରେ ଥିବା ପାହାଡ଼କୁ ମାଫିଆମାନେ ବ୍ଲାଷ୍ଟିଂ କରି ମାଟିରେ ମିଶାଇ ଦେବେ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ବେଗୁନିଆ ତହସିଲଦାର ପ୍ରଧାନ ଟୁଲ୍ଲୀ ଆମ୍ମା କୁହନ୍ତି, ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ହେଉଛି। ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖନନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ପୂର୍ବରୁ କ୍ଷୋଭ ପ୍ରକାଶ କରିଥିଲେ। ଚୋରାଚାଲାଣ ରୋକିବା ପାଇଁ ଖୋର୍ଦ୍ଧା ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ, ଖୋର୍ଦ୍ଧା ଏସ୍‌ପି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଖନନ କିପରି ବନ୍ଦ ହେବ, ପଥର ମାଫିଆଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କଠାରୁ ପରିବେଶ କ୍ଷତିଭରଣା ଆଦାୟ କରାଯିବ। ଖୋଳାଯାଇଥିବା ସ୍ଥାନର ପୁନରୁଦ୍ଧାର ପାଇଁ କମିଟି କାମ କରିବ ବୋଲି ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ବେଆଇନ ପଥର ଖନନ ରୋକିବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଦେଶକୁ ଦୀର୍ଘମାସ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି। ଲଘୁ ଖଣିଜ ଚୋରାଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରଶାସନ ପକ୍ଷରୁ ଚଢ଼ାଉ ସତ୍ତ୍ୱେ ରାତିରେ ଶହ ଶହ ଟ୍ରକ୍‌, ହାଇଓ୍ବାରେ ମୋରମ ଓ ମାଙ୍କଡ଼ା ପଥର ଚାଲାଣ ହେଉଛି। ପ୍ରଶାସନ ପକ୍ଷରୁ କେବଳ ବର୍ଷ ଶେଷ ଆଡ଼କୁ ରାଜସ୍ବ ଆଦାୟ ରେକର୍ଡ ହାସଲ ଲାଗି ଜରିମାନା କରାଯାଉଛି। ଅନ୍ୟ ସମୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରଶାସନ ଏବଂ ପୋଲିସ ବିଭାଗର କେତେଜଣ ଅଧିକାରୀ ଏହି ଚୋରାଚାଲାଣକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଲଘୁ ଖଣିଜ ଚୋରାଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ନିୟମ ଉଲ୍ଲଂଘନକାରୀଙ୍କ ଅନୁମତି ବାଜ୍ୟାପ୍ତ କରାଯାଉଥିବା ବେଳେ ବେଆଇନ ଖଣି ଉପରେ ଚଢ଼ାଉ ଜାରି ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri