ପଥର ଖଣିରେ ଚାଲିଛି ବେଆଇନ ବ୍ଲାଷ୍ଟିଂ

ଜମନକିରା,୧୭ା୧(ଡି.ଏନ.ଏ.): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ କୁଇଲାରିଯୋର ପଥର ଖଣିରେ ଗତ କିଛିମାସ ହେବ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଓ କ୍ରଶିଂ ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, କୁଇଲାରିଜୋର ଗାଁ ନିକଟରେ ଅନେକ ପଥରଖଣି ରହିଛି। ୨୦୨୧ ମସିହାରେ ଜଣେ ବ୍ୟକ୍ତି ଏହାକୁ ୩ ବର୍ଷ ଲାଗି ଲିଜ୍‌ ନେଇଛନ୍ତି। ନିୟମ ଅନୁସାରେ ବ୍ଲାଷ୍ଟିଂ ପାଇଁ ପରିବେଶ ପ୍ରଦୂଷଣ ବୋର୍ଡର ସ୍ବତନ୍ତ୍ର ଅନୁମତି ଦରକାର। ପଥର କ୍ରଶିଂ ହେଉଥିବା ଅଞ୍ଚଳରେ ପରିବେଶ ସନ୍ତୁଳନ ପାଇଁ ପାଣି ସିଞ୍ଚନ, ବୃକ୍ଷ ରୋପଣ କରିବା, ଗାଁ ଓ ବସ୍ତିଠାରୁ ଅଧାକିଲୋମିଟର ଦୂରରେ ଖନନ, ରାଜରାସ୍ତାଠାରୁ ଅତି କମରେ ୫ଶହ ମିଟର ଦୂରତାରେ ପଥର କ୍ରଶିଂ କରିବା କଥା। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। କେତେଜଣ ପ୍ରଶାସନିକ ଅଧିକାରୀଙ୍କୁ ହାତବାରିଶି କରି କିମ୍ବା ସେମାନଙ୍କୁ ସୁହାଇଲା ଭଳି ସମ୍ପୃକ୍ତ ବ୍ୟକ୍ତିମାନେ ଏଭଳି ବେଆଇନ କାମ କରିଚାଲିଛନ୍ତି। ଏହାଦ୍ବାରା ଖଣି ଚାରିପଟେ ଥିବା ଏକର ଏକର ଜମି ପ୍ରଭାବିତ ହେଉଛି। ଲୋକଙ୍କ କଷ୍ଟୋପାର୍ଜିତ ଅମଳ ଜମିରେ ହିଁ ନଷ୍ଟ ହୋଇଯାଉଛି। କୁଇଲାରିଯୋର ଗାଁ ଲୋକେ ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହାକୁ ବନ୍ଦ ନ କଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜମନକିରା ତହସିଲଦାର ବ୍ରଜ କିଶୋର ସାହୁଙ୍କୁ ପଚାରିବାରୁ ସେ ଲିଜ୍‌ରେ ନେଇଥିବା କଥାକୁ ସ୍ବୀକାର କରିଥିଲେ ମଧ୍ୟ ପଥର ବ୍ଲାଷ୍ଟିଂ ଓ କ୍ରଶିଂ ହେଉଥିବା ବିଷୟରେ ଧାରଣା ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮ମା୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ୟୁପିରେ ଏସ୍‌ପି-କଂଗ୍ରେସ ପାଇଁ ଅଡ଼ୁଆ ହେଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୮।୭: ଭାରତୀୟ ଜନତା ପାର୍ଟିର ନେତା ତଥା ଓଡ଼ିଶାର ସମ୍ବଲପୁରରୁ ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri