ବେନିୟମ ବାଣ କାରବାର, ଲକ୍ଷାଧିକ ଟଙ୍କାର ବାଣ ଜବତ: ୭ ଜୁଆଡି ଗିରଫ

ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ)-ଦଶହରା ପୂର୍ବରୁ କାଳୀପୂଜା ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ପୂର୍ବ ଅପେକ୍ଷା ଜୁଆ ଖେଳ ବହୁତ ବଢ଼ିଥାଏ। ସେହିଭଳି ଏହି ସମୟରେ ବେନିୟମ ବାଣ ଦୋକାନ ମଧ୍ୟ ଶହ ଶହ ଖୋଲି ଥାଏ। ବେନିୟମ ବାଣ ଦୋକାନ ଦ୍ୱାରା ବାଣ ବିସ୍ଫୋରଣ ଘଟି ସାଧାରଣ ଲୋକଙ୍କ କ୍ଷତି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଜୁଆ ଖେଳ ଯୋଗୁ ଅନେକ ଲୋକ ଜୁଆରେ ସର୍ବସ୍ବ ହରାଇବା ପରେ ସେମାନେ ମାନସିକ ଦୁଶ୍ଚିନ୍ତାରେ ରହିଥାନ୍ତି। ଏଥିସହ ଏହି ସମୟରେ ଚୋରି ମଧ୍ୟ ବଢ଼ିଥାଏ। ତେଣୁ ବେନିୟମ ବାଣ କାରବାର ଓ ଜୁଆ ଖେଳକୁ ରୋକିବା ପାଇଁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଏହିଭଳି ବେନିୟମ କାରବାର ଚଢାଉ କରାଯାଉଛି ।

ଏହିଭଳି ଗୁରୁବାର ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ ପକ୍ଷରୁ ବାଙ୍କି ବଜାରରେ ଥିବା ସତ୍ୟ ମ୍ୟାଚ ସେଣ୍ଟର ଭଳି ଦୁଇଟି ସ୍ଥାନରେ ବେଆଇନ ଆତସବାଜି ବିରୋଧରେ ଚଢାଉ କରାଯାଇଛି । ଦୋକାନରୁ ପ୍ରାୟ ୫୦ ହଜାର ଟଙ୍କାର ବିଭିନ୍ନ ବର୍ଗର ଆତସବାଜି ଜବତ କରାଯାଇଛି । ସେହିଭଳି ମୁଖ୍ୟ ବଜାର ବେଲଗୁଣ୍ଠାରେ ଥିବା ସାହୁ ସିଜନ ଷ୍ଟୋର ନାମକ ଅନ୍ୟ ଏକ ଦୋକାନରେ ଚଢାଉ କରାଯାଇଛି। ସେଠାରେ ବେଆଇନ ଦଖଲ ଏବଂ ବିକ୍ରୟ ସମ୍ପର୍କିତ ପ୍ରାୟ ୪୦ ହଜାର ଟଙ୍କାର ବିଭିନ୍ନ ବର୍ଗର ଆତସବାଜି ଜବତ କରାଯାଇଛି। ଏଥିସହ ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବାଣ ଜବତ ହୋଇଛି।

ଏହି ସମ୍ପର୍କରେ ଥାନାରେ ବିସ୍ଫୋରକ ଆଇନ/ଧାରା ୫ ଅନୁଯାୟୀ ଓଡ଼ିଶା ଫାୟାରୱାକ୍ସ ଏବଂ ଲାଉଡସ୍ପିକର ନିୟନ୍ତ୍ରଣ ଆଇନରେ ଦୁଇଟି ମାମଲା ରୁଜୁ କରାଯାଇଛି।
ଅନ୍ୟପକ୍ଷରେ ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣକୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ୪୫୪୭୦ ଟଙ୍କା ଜବତ କରିଛି। ଏନେଇ ଭଞ୍ଜନଗର ଥାନାରେ ୧୦୭୮/୨୫ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ। ଗିରଫ ଅଭିଯୁକ୍ତମାନେ ହେଲେ କାଲିଆଗୁଡାର ଆରଏନ ସାଇଁ, ବାଙ୍କେଲେଡିର ଏମ ପ୍ରଧାନ, ଲୁଦୁଲୁଦିର ଏମ ଜେନା, ଏସ ନାୟକ, ଏମ ଷଡ଼ଙ୍ଗୀ, କୁଶପଲ୍ଲୀର ପି କେ ପଲେଇ ଓ କାଳିଆଗୁଡା ଗ୍ରାମର ପ୍ରଶାନ୍ତ ରାଉତ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri