ଅବାଧରେ ଚାଲିଛି ବେଆଇନ ଗର୍ଭପାତ

ଜଗତ୍‌ସିଂହପୁର ଅଫିସ, ୪ା୬: ଜଗତ୍‌ସିଂହପୁର ଜିଲାରେ ଅବାଧରେ ଚାଲିଛି ବେଆଇନ ଗର୍ଭପାତ। ଜିଲା ସଦର ମହକୁମା ସମେତ ପାରାଦୀପ ଓ ଅନ୍ୟ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏଭଳି ଚାଲିଥିଲେ ସୁଦ୍ଧା ଅଙ୍କୁଶ ରହୁନି। ଜିଲାରେ ଅନେକ ବେଆଇନ ନର୍ସିଂହୋମ୍‌ ଓ କ୍ଲିନିକ୍‌ ରହିଛି। ଏସବୁରେ ବେଆଇନ ଗର୍ଭପାତ ସାଙ୍ଗକୁ ପ୍ରସବ କରାଯାଉଛି। ଏପରି କି ଅନେକ ସମୟରେ ନବଜାତ ଶିଶୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲେ ସୁଦ୍ଧା ବେଆଇନ ଗର୍ଭପାତ ରୋକାଯାଇ ପାରୁନାହିଁ।

୨ ବର୍ଷ ପୂର୍ବରୁ ଜିଲା ମୁଖ୍ୟାଳୟ ଚର୍ଚ୍ଚିକା ବଜାରସ୍ଥିତ ଏକ କ୍ଲିନିକ୍‌ରେ ବେଆଇନ ଗର୍ଭପାତ ଯୋଗୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଅନେକ କଥା ପଦାକୁ ଆସିଥିଲା। ତେବେ ଏହି ମାମଲାରେ ପୋଲିସ କ୍ଲିନିକ୍‌ ମାଲିକାଣୀଙ୍କ ସମେତ ଅନ୍ୟ ୨ ଜଣ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ପୂର୍ବରୁ ଅନୁରୂପ ଅଭିଯୋଗରେ କ୍ଲିନିକ୍‌ ମାଲିକାଣୀଙ୍କ ବିରୋଧରେ ମାମଲା ସହ ୨ଟି କୋଠରି ସିଲ୍‌ କରାଯାଇଥିଲା। ଏହାସତ୍ତ୍ବେ ବର୍ଷାଧିକ କାଳ ହେବ ସେଠାରେ ଏଭଳି ବେଆଇନ କାରବାର ଚାଲିଥିଲା। କେବଳ ଏହି କ୍ଲିନିକ୍‌ ନୁହେଁ, ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା କିଛି ନର୍ସିଂହୋମରେ ବେଆଇନ ଗର୍ଭପାତ କରାଯାଉଥିବା ଅତୀତରେ ଅଭିଯୋଗ ହୋଇଛି। ଜିଲାରେ ଏଭଳି ଏକାଧିକ କ୍ଲିନିକ୍‌ ଓ ନର୍ସିଂହୋମ୍‌ରେ ବେଆଇନ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଥିଯୋଗୁ ହସ୍ପିଟାଲ/ନର୍ସିଂହୋମ୍‌ ଭୟଶୂନ୍ୟ ହୋଇପଡ଼ିଛନ୍ତି। ସରକାରୀ ଭାବେ ପଞ୍ଜୀକୃତ ହସ୍ପିଟାଲ ତଥା ନର୍ସିଂହୋମ୍‌ଗୁଡିକ ମଧ୍ୟରୁ ହାତଗଣତି କେତୋଟିକୁ ବାଦ୍‌ ଦେଲେ ଅବଶିଷ୍ଟ ବେଆଇନ ଭାବେ ଚାଲିଛି। ଏପରିକି କିଛି କ୍ଲିନିକ୍‌ ମଧ୍ୟ ବିନା ପଞ୍ଜୀକରଣରେ ଚାଲିଛି। ଉକ୍ତ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଆଦିରେ ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀ, ଅଗ୍ନିଶମ ନିରାପତ୍ତା ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ନାହିଁ।
ଜଣେ ଡାକ୍ତରଙ୍କ କହିବାନୁଯାୟୀ, ଗର୍ଭନଷ୍ଟ କରିବା ପାଇଁ କିଛି କଟକଣା ରହିଛି। ଜରୁରୀ ଅନୁଭବ କଲେ ୧୨ ସପ୍ତାହ ଭିତରେ ବିବାହିତ ମହିଳାଙ୍କ ଗର୍ଭନଷ୍ଟ କରାଯାଇପାରିବ। ଏହାବାଦ୍‌ ମହିଳା କିମ୍ବା ପେଟରେ ଥିବା ପିଲାର ଅବସ୍ଥା ଜଟିଳ ଥିଲେ ତାହା କରାଯିବ। ୧୨ରୁ ୨୦ ସପ୍ତାହ ପାଇଁ ଜଣେ ଶିଶୁରୋଗ ବିଶେଷଜ୍ଞ ଓ ଜଣେ ତାଲିମପ୍ରାପ୍ତ ଡାକ୍ତର ଗର୍ଭନଷ୍ଟ କରିପାରିବେ। ୨୦ ସପ୍ତାହରୁ ଅଧିକ ଦିନର ଗର୍ଭସ୍ଥ ଶିଶୁଙ୍କୁ ଗର୍ଭପାତ ମନା। କେବଳ ମାନସିକ ବିକଳାଙ୍ଗ ମା’ କିମ୍ବା ଶିଶୁ ହୋଇଥିଲେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଯିବ। ବଳାତ୍କାର ଭଳି ମାମଲା କ୍ଷେତ୍ରରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଗର୍ଭପାତ କରାଯାଇ ପାରିବ। ଏତେସବୁ କଟକଣା ଥିଲେ ସୁଦ୍ଧା ଜିଲାରେ ତାହା କାର୍ଯ୍ୟକାରୀ ହେଉନାହିଁ। କେଉଁ ନର୍ସିଂହୋମ/ହସ୍ପିଟାଲ ବେଆଇନ ଭାବେ ଚାଲିଛି ତାହା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଷ୍ଟ୍ରିକ୍ଟ ଟାସ୍କଫୋର୍ସ ରହିଛି। କିନ୍ତୁ ଏହି ଟାସ୍କଫୋର୍ସ କେବଳ କାଗଜକଲମରେ ସୀମିତ ଥିବା ଗୁରୁତର ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ଷେତ୍ରବାସୀ ଦାଶ କହିଛନ୍ତି, ଏହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri