ଅବାଧରେ ଚାଲିଛି ବେଆଇନ ଗର୍ଭପାତ

ଜଗତ୍‌ସିଂହପୁର ଅଫିସ, ୪ା୬: ଜଗତ୍‌ସିଂହପୁର ଜିଲାରେ ଅବାଧରେ ଚାଲିଛି ବେଆଇନ ଗର୍ଭପାତ। ଜିଲା ସଦର ମହକୁମା ସମେତ ପାରାଦୀପ ଓ ଅନ୍ୟ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏଭଳି ଚାଲିଥିଲେ ସୁଦ୍ଧା ଅଙ୍କୁଶ ରହୁନି। ଜିଲାରେ ଅନେକ ବେଆଇନ ନର୍ସିଂହୋମ୍‌ ଓ କ୍ଲିନିକ୍‌ ରହିଛି। ଏସବୁରେ ବେଆଇନ ଗର୍ଭପାତ ସାଙ୍ଗକୁ ପ୍ରସବ କରାଯାଉଛି। ଏପରି କି ଅନେକ ସମୟରେ ନବଜାତ ଶିଶୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲେ ସୁଦ୍ଧା ବେଆଇନ ଗର୍ଭପାତ ରୋକାଯାଇ ପାରୁନାହିଁ।

୨ ବର୍ଷ ପୂର୍ବରୁ ଜିଲା ମୁଖ୍ୟାଳୟ ଚର୍ଚ୍ଚିକା ବଜାରସ୍ଥିତ ଏକ କ୍ଲିନିକ୍‌ରେ ବେଆଇନ ଗର୍ଭପାତ ଯୋଗୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଅନେକ କଥା ପଦାକୁ ଆସିଥିଲା। ତେବେ ଏହି ମାମଲାରେ ପୋଲିସ କ୍ଲିନିକ୍‌ ମାଲିକାଣୀଙ୍କ ସମେତ ଅନ୍ୟ ୨ ଜଣ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ପୂର୍ବରୁ ଅନୁରୂପ ଅଭିଯୋଗରେ କ୍ଲିନିକ୍‌ ମାଲିକାଣୀଙ୍କ ବିରୋଧରେ ମାମଲା ସହ ୨ଟି କୋଠରି ସିଲ୍‌ କରାଯାଇଥିଲା। ଏହାସତ୍ତ୍ବେ ବର୍ଷାଧିକ କାଳ ହେବ ସେଠାରେ ଏଭଳି ବେଆଇନ କାରବାର ଚାଲିଥିଲା। କେବଳ ଏହି କ୍ଲିନିକ୍‌ ନୁହେଁ, ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା କିଛି ନର୍ସିଂହୋମରେ ବେଆଇନ ଗର୍ଭପାତ କରାଯାଉଥିବା ଅତୀତରେ ଅଭିଯୋଗ ହୋଇଛି। ଜିଲାରେ ଏଭଳି ଏକାଧିକ କ୍ଲିନିକ୍‌ ଓ ନର୍ସିଂହୋମ୍‌ରେ ବେଆଇନ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଥିଯୋଗୁ ହସ୍ପିଟାଲ/ନର୍ସିଂହୋମ୍‌ ଭୟଶୂନ୍ୟ ହୋଇପଡ଼ିଛନ୍ତି। ସରକାରୀ ଭାବେ ପଞ୍ଜୀକୃତ ହସ୍ପିଟାଲ ତଥା ନର୍ସିଂହୋମ୍‌ଗୁଡିକ ମଧ୍ୟରୁ ହାତଗଣତି କେତୋଟିକୁ ବାଦ୍‌ ଦେଲେ ଅବଶିଷ୍ଟ ବେଆଇନ ଭାବେ ଚାଲିଛି। ଏପରିକି କିଛି କ୍ଲିନିକ୍‌ ମଧ୍ୟ ବିନା ପଞ୍ଜୀକରଣରେ ଚାଲିଛି। ଉକ୍ତ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଆଦିରେ ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀ, ଅଗ୍ନିଶମ ନିରାପତ୍ତା ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ନାହିଁ।
ଜଣେ ଡାକ୍ତରଙ୍କ କହିବାନୁଯାୟୀ, ଗର୍ଭନଷ୍ଟ କରିବା ପାଇଁ କିଛି କଟକଣା ରହିଛି। ଜରୁରୀ ଅନୁଭବ କଲେ ୧୨ ସପ୍ତାହ ଭିତରେ ବିବାହିତ ମହିଳାଙ୍କ ଗର୍ଭନଷ୍ଟ କରାଯାଇପାରିବ। ଏହାବାଦ୍‌ ମହିଳା କିମ୍ବା ପେଟରେ ଥିବା ପିଲାର ଅବସ୍ଥା ଜଟିଳ ଥିଲେ ତାହା କରାଯିବ। ୧୨ରୁ ୨୦ ସପ୍ତାହ ପାଇଁ ଜଣେ ଶିଶୁରୋଗ ବିଶେଷଜ୍ଞ ଓ ଜଣେ ତାଲିମପ୍ରାପ୍ତ ଡାକ୍ତର ଗର୍ଭନଷ୍ଟ କରିପାରିବେ। ୨୦ ସପ୍ତାହରୁ ଅଧିକ ଦିନର ଗର୍ଭସ୍ଥ ଶିଶୁଙ୍କୁ ଗର୍ଭପାତ ମନା। କେବଳ ମାନସିକ ବିକଳାଙ୍ଗ ମା’ କିମ୍ବା ଶିଶୁ ହୋଇଥିଲେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଯିବ। ବଳାତ୍କାର ଭଳି ମାମଲା କ୍ଷେତ୍ରରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଗର୍ଭପାତ କରାଯାଇ ପାରିବ। ଏତେସବୁ କଟକଣା ଥିଲେ ସୁଦ୍ଧା ଜିଲାରେ ତାହା କାର୍ଯ୍ୟକାରୀ ହେଉନାହିଁ। କେଉଁ ନର୍ସିଂହୋମ/ହସ୍ପିଟାଲ ବେଆଇନ ଭାବେ ଚାଲିଛି ତାହା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଷ୍ଟ୍ରିକ୍ଟ ଟାସ୍କଫୋର୍ସ ରହିଛି। କିନ୍ତୁ ଏହି ଟାସ୍କଫୋର୍ସ କେବଳ କାଗଜକଲମରେ ସୀମିତ ଥିବା ଗୁରୁତର ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ଷେତ୍ରବାସୀ ଦାଶ କହିଛନ୍ତି, ଏହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri