ଅନୁଚିତ ଧନ

ଯଚିଦାନନ୍ଦ ଦାଶ

 

ଆଜିକାଲି ମଣିଷ ଧନ ଉପାର୍ଜନ କରିବାର ପ୍ରୟାସକୁ ଏକ କର୍ତ୍ତବ୍ୟ ରୂପେ ଧରି ନେଇଛି। ପ୍ରକୃତରେ ଦେଖିବାକୁ ଗଲେ, ଧନ ଉପାର୍ଜନ କରିବାକୁ କାହାକୁ ବା ଭଲ ନ ଲାଗିବ ? କାରଣ ଆଜିର ନୀତି ହେଲା ଧନ ଯେଉଁଠି, ମାନ ସେଇଠି। ଧନ ଉପାର୍ଜନର ଦୁଇଟି ବାଟ ଅଛି। ଯଥା- ଉଚିତ ଧନ ଉପାର୍ଜନ ଏବଂ ଅନ୍ୟଟି ଅନୁଚିତ ଧନ ଉପାର୍ଜନ। ଯେଉଁ ଧନ ସତ ଉପାୟରେ, ନିଜର ପରିଶ୍ରମ ଏବଂ ବୁଦ୍ଧିବଳରେ ଉପାର୍ଜିତ ହୋଇଥାଏ, ତାକୁ ଉଚିତ ଧନ ବୋଲି ଧରିନେବା। ଠିକ୍‌ ସେହିପରି ଯେଉଁ ଧନ ଅସତ୍‌ ଉପାୟ ଅବଲମ୍ବନ କରି ଅନ୍ୟକୁ ଦୁଃଖ ଏବଂ କଷ୍ଟ ଦେଇ ଅର୍ଜନ କରାଯାଇଥାଏ, ତାହାକୁ ଅନୁଚିତ ଧନ ବୋଲି ସାଧାରଣତଃ ବିଚାରକୁ ନିଆଯାଏ। ଅନୁଚିତ ଧନର ବ୍ୟାଖ୍ୟା କରିବାକୁ ଯାଇ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିର ଷୋଡ଼ଶ ଅଧ୍ୟାୟର ଅନୁଚ୍ଛେଦ (୧୧) ରେ ଥିବା ଶ୍ଲୋକଟିକୁ ଏଠାରେ ଅବତାରଣା କରୁଛି।
”ଅତିକ୍ଲେଶେନ ୟେ ଚାର୍ଥାଃ ଧର୍ମସ୍ୟାତିକ୍ରମେଣତୁ ,
ଶତ୍ରୁଣାଂ ପ୍ରଣିପାତନେ ତେ ହ୍ୟର୍ଥାଃ ନ ଭବନ୍ତୁ ମେ।“
ଆଚାର୍ଯ୍ୟ ଏଠାରେ ଅନୁଚିତ ଧନକୁ ତିରସ୍କାର କରିବାକୁ ଯାଇ କହିଛନ୍ତି, ଯେ ଅନ୍ୟକୁ ଦୁଃଖୀ କରାଇ, ଅଧର୍ମ ଦ୍ୱାରା ବା ଶତ୍ରୁମାନଙ୍କ ଶରଣାପନ୍ନ ହେବା ଫଳରେ ମିଳିଥିବା ଧନ ମୋତେ ପ୍ରାପ୍ତ ନ ହେଉ। ଉକ୍ତ ଶ୍ଲୋକଟିର ଅର୍ଥରୁ ଏହା ପ୍ରତିପାଦିତ ହେଉଛି ଯେ, ଯେଉଁ ଧନ ଅନ୍ୟ ବ୍ୟକ୍ତିକୁ ଦୁଃଖୀ କରାଇ ପ୍ରାପ୍ତ ହୋଇଛି, ଯାହା ଚୋରି, ତସ୍କରି, କଳାବଜାରୀ ଆଦି ଅବୈଧ ରୀତିରେ ଉପାର୍ଜନ କରାଯାଇଛି ବା ଦେଶର ଶତ୍ରୁଙ୍କ ମାଧ୍ୟମରେ ଅର୍ଜନ କରାଯାଇଛି, ସେପରି ଧନ ଅନୁଚିତ ଧନ ଭାବେ ଗଣ୍ୟ କରାଯାଇଥାଏ। ଜଣେ ବୁଦ୍ଧିମାନ୍‌ ଏବଂ ଶିକ୍ଷିତ ବ୍ୟକ୍ତି ପକ୍ଷରେ ସେପରି ଧନ ଗ୍ରହଣ କରିବା ଉଚିତ ନୁହେଁ। ମୂର୍ଖ ବ୍ୟକ୍ତି ଦ୍ୱାରା ଅନୁଚିତ ଧନ ଅର୍ଜନ କରାଗଲେ, ତା’ର କିଛି ମୂଲ୍ୟ ନ ଥାଏ। କାରଣ ସେ ଧନର ପ୍ରକୃତ ଉପଯୋଗିତା ଜାଣି ନ ଥାଏ। ସେହିପରି କୃପଣ ମହାଜନ ଗରିବକୁ କଷ୍ଟଦେଇ ଅନୁଚିତ ଧନ ଉପାର୍ଜନ କରି ଟ୍ରେଜେରିରେ ସାଇତି ରଖେ, ଯେଉଁ ଧନ ସମାଜର କୌଣସି କାମରେ ଲାଗେ ନାହିଁ।
ସାଧାରଣତଃ ଅନୁଚିତ ଅର୍ଥ ଉପାର୍ଜନ ୨ ପ୍ରକାରରେ ହୋଇଥାଏ। ଯଥା (୧) ପ୍ରତ୍ୟକ୍ଷ ଉପାର୍ଜନ, (୨) ପରୋକ୍ଷ ଉପାର୍ଜନ। ପ୍ରତ୍ୟକ୍ଷ ଅନୁଚିତ ଉପାର୍ଜନ ହେଲା ସିଧାସଳଖ ଲୋକଠାରୁ କିମ୍ବା କମ୍ପାନୀଠାରୁ ବା ଠିକାଦାରଙ୍କଠାରୁ ଲାଞ୍ଚ ନେବା ଇତ୍ୟାଦି। ଏ ପ୍ରକାରର ଉପାର୍ଜନ ପ୍ରତ୍ୟକ୍ଷଭାବେ ଚୋରି ସହ ସମାନ। ଏହାଦ୍ୱାରା ଦେଶର ପ୍ରତ୍ୟକ୍ଷ ଭାବରେ ରାଜସ୍ବ କ୍ଷତି ହେବା ସଙ୍ଗେ ସଙ୍ଗେ ବିକାଶରେ ଅବନତି ଘଟିଥାଏ। ଦ୍ୱିତୀୟ ଅନୁଚିତ ଧନ ଉପାର୍ଜନ ହେଲା ପରୋକ୍ଷରେ ଚୋରି କରିବା ଯଥା – ସାଇବର ଠକେଇ, ବ୍ୟାଙ୍କ ଫ୍ରଡ୍‌, ବଡ଼ ବଡ଼ ଜିଏସ୍‌ଟି ଏବଂ ଆୟକର ଠକେଇ ଇତ୍ୟାଦି। ଏ ପ୍ରକାର ପରୋକ୍ଷ ଉପାର୍ଜନ ଦେଶର ପ୍ରଭୂତ କ୍ଷତି ଘଟାଇଥାଏ। ବିପୁଳ ପରିମାଣର ରାଜସ୍ବ କ୍ଷତି ଘଟିଥାଏ। ଏଗୁଡ଼ିକ ସାଧାରଣତଃ ଶିକ୍ଷିତ ଓ ଖଳ ବୁଦ୍ଧିମାନ୍‌ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରରୋଚିତ ହୋଇଥାଏ। ଏହାଦ୍ୱାରା ଦେଶ ବା ଜାତିର ଅବନତି ଛଡ଼ା ଅନ୍ୟ କୌଣସି ବାଟ ନ ଥାଏ। ଆଜିକାଲି ଗଣମାଧ୍ୟମରେ ଦୈନିକ ଏ ପ୍ରକାର ଠକେଇ ମାଧ୍ୟମରେ ଅନୁଚିତ ଧନ ଉପାର୍ଜନର ଘଟଣାମାନ ଦେଖିବାକୁ ମିଳୁଛି। ଯେତେ ସାବଧାନତା ଅବଲମ୍ବନ କଲେ ବି ଏ ପ୍ରକାର (ପରୋକ୍ଷ ଉପାର୍ଜନ)ର ସ୍ରୋତ ଥମୁନି, ବରଂ ନଦୀର ଧାର ପରି ବହିଚାଲିଛି ଏବଂ ସମାଜର କ୍ଷତି ଘଟାଇ ଚାଲିଛି। କିଛି କିଛି ବଡ଼ ବଡ଼ ଅରବପତି ଏ ପ୍ରକାର ଧନ ଅର୍ଜନ କରି ବିଦେଶ ପଳାଇଯିବାର ଉଦାହରଣର ମଧ୍ୟ ଅଭାବ ନାହିଁ। ଯଥା – ନୀରବ ମୋଦି ଏବଂ ବିଜୟ ମାଲ୍ୟା ଆଦିଙ୍କ ବ୍ୟାଙ୍କ ଘୋଟାଲାରୁ ଏହାର ପ୍ରମାଣ ମିଳେ। ପାଠକେ, ଏ ସବୁ ଘଟଣାର ମୂଳରେ ଲୋକଙ୍କ ମଧ୍ୟରେ ସାଧୁତା ଏବଂ ସୁସଙ୍ଗଠିତ କର୍ମ ତପତ୍ରତାର ଅଭାବ, ଯାହା ଫଳରେ ଦେଶର କ୍ଷତି ଘଟିଚାଲିଛି। ଧନୀ ଓ ଖଳଲୋକ ଧନୀ ହୋଇ ଚାଲିଲା ବେଳେ ଗରିବ ଗରିବ ହୋଇ ରହିଯାଉଛି। ସମାଜ ଓ ଦେଶରେ ଆର୍ଥିକ ଅସମାନତା ଦେଖିବାକୁ ମିଳୁଛି। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି।ତେଣୁ ଅନୁଚିତ ଧନ ବା କଳାଧନ ଲୋକ, ସମାଜ ଏବଂ ମୋଟାମୋଟି ଭାବରେ ଦେଶ ପାଇଁ ବହୁତ କ୍ଷତିକାରକ।
ମୋ : ୯୯୩୮୧୮୧୩୨୦

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri