ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…

ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି । ତେବେ ତାଙ୍କ ପ୍ରଶଂସକମାନେ ଇଣ୍ଡଷ୍ଟ୍ରି ଏବଂ ଚଳଚ୍ଚିତ୍ରରେ ତାଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ଆସୁଛି, ଯାହା ସେମାନଙ୍କୁ ନିରାଶ କରିପାରେ। ବାସ୍ତବରେ ଦାବି ହେଉଛି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟକୁ ଅଲବିବା କହିବେ। କୁହାଯାଉଛି ସେ ଶୀଘ୍ର ନିଜ ପରିବାର ସହିତ ଆମେରିକା ପଳାଇବେ।

ତେବେ ଏହି ଦାବି ସମ୍ପର୍କରେ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଆମେରିକାର ଏକ ପ୍ରମୁଖ ନ୍ୟୁଜ ପୋର୍ଟାଲ ଅନୁଯାୟୀ ଇଲିଆନା ତାଙ୍କ ସ୍ବାମୀ ମାଇକେଲ ଡୋଲାନ ଏବଂ ପୁଅ କୋଆ ଫିନିକ୍ସ ଡୋଲାନଙ୍କ ସହ ଆମେରିକାରେ ବସବାସ କରିବାକୁ ଯାଉଛନ୍ତି। ଏହି ପୋର୍ଟାଲ ଦାବି କରିଛି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରୁ ବିଦାୟ ନେବାକୁ ଯାଉଛନ୍ତି।

ତେବେ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ। ଏହି ଅଭିନେତ୍ରୀ ଚଳିତ ବର୍ଷ ଅଗଷ୍ଟରେ ମା’ ହୋଇଥିଲେ ଏବଂ ସେ ଆହୁରି ମଧ୍ୟ ପ୍ରକାଶ କରିଥିଲେ ସେ ମେ ମାସରେ ମାଇକେଲ ଡୋଲାନଙ୍କୁ ବିବାହ କରିଥିଲେ। ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଏବେ ସେ କୌଣସି ଫିଲ୍ମ ଅଫର ଗ୍ରହଣ କରୁନାହାଁନ୍ତି କାରଣ ସେ ଆମେରିକା ଯିବାକୁ ଯୋଜନା କରୁଛନ୍ତି। ଇଲିଆନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି ଏବଂ ତାଙ୍କ ସ୍ବାମୀ ଏବଂ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି, ଯେଉଁଥିରୁ ଅନୁମାନ କରାଯାଇପାରେ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପରିବାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଇଲିଆନା ଡି’କ୍ରୁଜ ମଡେଲିଂରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଏହା ପରେ ଅଭିନେତ୍ରୀ ମାତ୍ର ୧୯ ବର୍ଷ ବୟସରେ ଦକ୍ଷିଣ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହା ପରେ ସେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ବର୍ଫି’ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଅଭିନେତ୍ରୀ ‘ରୁସ୍ତମ’, ସ୍‌‘ରାଇଡ’, ‘ମେ ତେରା ହିରୋ’ ଏବଂ ‘ପାଗଲପନ୍ତୀ’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

 

https://www.instagram.com/p/CyLiJ50uPRl/?utm_source=ig_embed&ig_rid=3117d2ca-ff8b-4006-83c9-0ff0ac60a173


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?