ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ ଖୋଜାଖୋଜି କରିବ ବୋଲି କହିଲେ। ୫ଦିନ ପରେ ମାମଲା ରୁଜୁ କରି ତଦନ୍ତ ନାଁରେ ଥରେ ଅଧେ ବୁଲିପଡି ପଲାଇଲେ। ଏନେଇ ଏସ୍‌ପି , କଲେକ୍ଟର ସମସ୍ତଙ୍କ ଦ୍ୱାରସ୍ଥ ହୋଇ ନେହୁରା ହେଲି, ହେଲେ କିଛି ଲାଭ ମିଳିଲା ନାହିଁ। ମୋ ଝିଅ ଏବେ କେଉଁଠି, କେମିତି ଅଛି। ମୋ ଝିଅ ମୋତେ ଫେରାଇଦିଅ ବୋଲି ଯାଜପୁରର ନିଖୋଜ ଶିଶୁ ପିହୁର ମା’ କୋହଭରା କଣ୍ଠରେ କହିଛନ୍ତି। ଶୁକ୍ରବାର ମୋନାଲିସା ନାୟକଙ୍କ ସମେତ ପିହୁର ପରିବାର ଲୋକେ ପ୍ରଥମେ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସିଥିଲେ। ହେଲେ ମନ୍ତ୍ରୀଙ୍କ ସାକ୍ଷାତ୍‌ ନ ମିଳିବାରୁ ସେଠାରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌)ଙ୍କୁ ଭେଟି ପୋଲିସ ବିରୋଧରେ ଏପରି ଗୁରୁତର ଅଭିଯୋଗ ଆଣିବା ସହ ଝିଅକୁ ଖୋଜିଦେବାକୁ ନେହୁରା ହୋଇଛନ୍ତି।
ତଦନ୍ତ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଘଟଣାକୁ ଆମେ ଗୁରୁତ୍ୱର ଭାବେ ନେଇଛୁ। ଏ ସମ୍ପର୍କରେ ମୁଁ ଯାଜପୁର ଏସ୍‌ପିଙ୍କ ସହ ଆଲୋଚନା କରିବା ସହ କ୍ରାଇମବ୍ରାଞ୍ଚ ଆଇଜିଙ୍କ ସହ କଥା ହୋଇଛି। କୁନି ଝିଅଟିକୁ ଉଦ୍ଧାର କରିବା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଏକ ଟିମ୍‌ ବାହାର ରାଜ୍ୟକୁ ଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାରେ ବିଳମ୍ବ କରିଥିବାରୁ ତାଗିଦ୍‌ କରାଯାଇଛି। ଏସ୍‌ପିଙ୍କୁ ରିପୋର୍ଟ ମଗାଯାଇଛି। ତଦନ୍ତରେ ହେଳା କରାଯାଇଥିଲେ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷା ପ୍ରଧାନ କହିଛନ୍ତି।
ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜକୁ ୫ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତା’ର ପତ୍ତା ପାଇପାରୁନାହିଁ। ଗତ ଅଗଷ୍ଟ ୯ରେ ପିହୁ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ୧୪ ତାରିଖରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆଳରେ ଚୁପ୍‌ ବସିଥିଲା। ଥାନାରୁ ନିରାଶ ହେବା ପରେ ପରିବାର ଲୋକେ ଜିଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳି ନ ଥିବାରୁ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?