ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ ଖୋଜାଖୋଜି କରିବ ବୋଲି କହିଲେ। ୫ଦିନ ପରେ ମାମଲା ରୁଜୁ କରି ତଦନ୍ତ ନାଁରେ ଥରେ ଅଧେ ବୁଲିପଡି ପଲାଇଲେ। ଏନେଇ ଏସ୍‌ପି , କଲେକ୍ଟର ସମସ୍ତଙ୍କ ଦ୍ୱାରସ୍ଥ ହୋଇ ନେହୁରା ହେଲି, ହେଲେ କିଛି ଲାଭ ମିଳିଲା ନାହିଁ। ମୋ ଝିଅ ଏବେ କେଉଁଠି, କେମିତି ଅଛି। ମୋ ଝିଅ ମୋତେ ଫେରାଇଦିଅ ବୋଲି ଯାଜପୁରର ନିଖୋଜ ଶିଶୁ ପିହୁର ମା’ କୋହଭରା କଣ୍ଠରେ କହିଛନ୍ତି। ଶୁକ୍ରବାର ମୋନାଲିସା ନାୟକଙ୍କ ସମେତ ପିହୁର ପରିବାର ଲୋକେ ପ୍ରଥମେ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସିଥିଲେ। ହେଲେ ମନ୍ତ୍ରୀଙ୍କ ସାକ୍ଷାତ୍‌ ନ ମିଳିବାରୁ ସେଠାରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌)ଙ୍କୁ ଭେଟି ପୋଲିସ ବିରୋଧରେ ଏପରି ଗୁରୁତର ଅଭିଯୋଗ ଆଣିବା ସହ ଝିଅକୁ ଖୋଜିଦେବାକୁ ନେହୁରା ହୋଇଛନ୍ତି।
ତଦନ୍ତ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଘଟଣାକୁ ଆମେ ଗୁରୁତ୍ୱର ଭାବେ ନେଇଛୁ। ଏ ସମ୍ପର୍କରେ ମୁଁ ଯାଜପୁର ଏସ୍‌ପିଙ୍କ ସହ ଆଲୋଚନା କରିବା ସହ କ୍ରାଇମବ୍ରାଞ୍ଚ ଆଇଜିଙ୍କ ସହ କଥା ହୋଇଛି। କୁନି ଝିଅଟିକୁ ଉଦ୍ଧାର କରିବା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଏକ ଟିମ୍‌ ବାହାର ରାଜ୍ୟକୁ ଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାରେ ବିଳମ୍ବ କରିଥିବାରୁ ତାଗିଦ୍‌ କରାଯାଇଛି। ଏସ୍‌ପିଙ୍କୁ ରିପୋର୍ଟ ମଗାଯାଇଛି। ତଦନ୍ତରେ ହେଳା କରାଯାଇଥିଲେ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷା ପ୍ରଧାନ କହିଛନ୍ତି।
ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜକୁ ୫ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତା’ର ପତ୍ତା ପାଇପାରୁନାହିଁ। ଗତ ଅଗଷ୍ଟ ୯ରେ ପିହୁ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ୧୪ ତାରିଖରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆଳରେ ଚୁପ୍‌ ବସିଥିଲା। ଥାନାରୁ ନିରାଶ ହେବା ପରେ ପରିବାର ଲୋକେ ଜିଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳି ନ ଥିବାରୁ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ଅଣଦେଖା ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ଏମ୍‌କେସିଜି ମେଡିକାଲ ନର୍ସଙ୍କ ଧାରଣା ପ୍ରତ୍ୟାହୃତ

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ଅଜଗରକୁ ପିଟି ମାରିଦେଲେ, କୂଅରୁ କୁଟୁରା ଉଦ୍ଧାର

ଆର,ଉଦୟଗିରି,୧୬ା୬(ଡି.ଏନ୍‌.ଏ.)- ଆର୍‌.ଉଦୟଗିରି ଅଞ୍ଚଳରେ ଲୋକେ ଏକ ଅଜଗରକୁ ମାରି ଦେଇଥିବାବେଳେ ଚନ୍ଦ୍ରଗିରି ଅଞ୍ଚଳରେ ଏକ କୁଟୁରା ଶାବକକୁ ଲୋକେ କୂଅରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର...

ସଂକ୍ରମିତଙ୍କ ତାଲିକା ଭାଇରାଲ

ଅନୁଗୋଳ ଅଫିସ୍‌, ୬ା୭: ଅନୁଗୋଳ ଜିଲାରେ ପୁଣି ଭାଇରାଲ ହୋଇଛି କରୋନା ସଂକ୍ରମିତଙ୍କ ତାଲିକା। ଗତ ୩ ତାରିଖରେ ପଜିଟିଭ୍‌ ବାହାରିଥିବା ୨୪ ଜଣଙ୍କ ମଧ୍ୟରୁ...

ଶନିବାରଠାରୁ କମିବ ତାତି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତି ପ୍ରକୋପ ଏତେ ଯୋର ଅନୁଭୂତ ହେଉଛି ଯେ, ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ...

୧୭୮ବର୍ଷର ଚିତ୍ତଲପୁର ରାମଲୀଳା: ଭାଇଚାରା ବଞ୍ଚାଇଛି ପରମ୍ପରା

(ସୁଶାନ୍ତ କୁମାର ପତି) ସାତମାଇଲ, ୧।୫- ଆଧୁନିକତାର ମାୟାଜାଲରେ ମଳିନ ପଡ଼ିଲାଣି ପୁରାତନ ସଂସ୍କୃତି। ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଆଉ ଆଗଭର ହେଉନାହାନ୍ତି ଯୁବପିଢ଼ି।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣା; ଠିକ୍‌ ତଦନ୍ତ କରି ସତ ସାମ୍ନାକୁ ଅଣାଯାଉ: ଜୟନ୍ତୀ

ବ୍ରହ୍ମପୁର ଅଫିସ,୬ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣାରରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରି ଗୋପାଳଙ୍କ ଘରୁ ଫେରିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ...

କୋରାପୁଟରେ ପୁଣି ୩୦ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୪୧କୁ ବୃଦ୍ଧି

କୋରାପୁଟ,୨୫ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଥିବା ଜିଲାପାଳ ମଧୁସୂଦନ ମିଶ୍ର...

ବାଘଛାଲ ଜବତ, ୨ ଗିରଫ

ଫୁଲବାଣୀ ଅଫିସ, ୧୩ା୫: କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ପଖାଳଖିଆ ଗ୍ରାମ ନିକଟରେ ଫୁଲବାଣୀ ବନ ବିଭାଗ ଚଢ଼ାଉ କରି ଚାଲାଣ ପାଇଁ...

Advertisement
Archives

Model This Week