ଭଞ୍ଜନଗର,୨୯।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଇଗ୍ନୋ ପକ୍ଷରୁ ଚାଲିଥିବା ବି.ଇଡିର ୧୨ ଦିନିଆ କାର୍ଯ୍ୟଶାଳା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବି.ଇଡି କଲେଜ ଅଧ୍ୟକ୍ଷ ତଥା ଇଗ୍ନୋ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଦିଲୀପ କୁମାର ଖୁଣ୍ଟିଆ ଅଧ୍ୟକ୍ଷତା କରି ଇଗ୍ନୋ ହେଉଛି ବିଶ୍ୱର ସବୁଠାରୁ ବଡ ମୁକ୍ତ ବିଶବିଦ୍ୟାଳୟ ବୋଲି କହିଥିଲେ। ଏଥିରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ବିକାଶରେ ଶିକ୍ଷକମାନଙ୍କ ଭୂମିକା ଉପରେ କହିଥିଲେ। ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଆସିଷ୍ଟାଣ୍ଟ ପ୍ରଫେସର୍ ଡକ୍ଟର ସତ୍ୟବାଦୀ ମାର୍ଥା ଉକ୍ତ କାର୍ଯ୍ୟଶାଳାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଥଲେ। ସମୁଦାୟ ୫୫ଜଣ ଶିକ୍ଷାର୍ଥୀ ବି.ଇଡି ଶିକ୍ଷାର ତାଲିମପ୍ରାପ୍ତ କରିବା ନିମନ୍ତେ କାର୍ଯ୍ୟଶାଳାରେ ଯୋଗଦାନ କରିଥିଲେ। ଯେଉଁଥିରେ କି ବିଭିନ୍ନ ପ୍ରକାରର ବିଷୟ ଭିତ୍ତିକ ସମ୍ବଦ୍ଧରେ ସିଦ୍ଧାନ୍ତ ଭିତ୍ତିକ ଓ ବ୍ୟବହାରିକ ଜ୍ଞାନ ଗ୍ରହଣ କରିବେ, ତତ୍ସହିତ ଶିକ୍ଷଣ କୌଶଳ, ପାଠ ଯୋଜନା, ଶିକ୍ଷାର୍ଥୀମାନଙ୍କ ସାମୂହିକ ବିକାଶ, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାର, କ୍ରିୟାତ୍ମକ ଗବେଷଣା, ବୃତ୍ତିଗତ ମନୋବୃତ୍ତି ଇତ୍ୟାଦିର ତାଲିମ ୧୭ଜଣ ସମ୍ବଳ ଶିକ୍ଷକଙ୍କ ଦ୍ୱାରା ଗ୍ରହଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମଚାରୀ ଏମ ରମେଶ କୁମାର , ଅକ୍ଷୟ କୁମାର ସାହୁ, ଜୋସ୍ନା କର, ମହେଶ କୁମାର, ସାଗର ବେହେରା, ମନୁ ନାୟକ, ସୀମାଞ୍ଚଳ ପ୍ରଧାନ ପ୍ରମୁଖ ପରିଚାଲନା କରିବାରେ ସହଯୋଗ କରିଥିଲେ। ଛାତ୍ରୀ ଶ୍ରୋତାଙ୍ଗିନୀ ପ୍ରଧାନ, ସିବରଞ୍ଜନି ସାହୁ ଓ ଦିବ୍ୟାନି ମାର୍ଥା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଛାତ୍ରୀ ଜ୍ୟୋସ୍ନାରାଣୀ ସ୍ବାଇଁ ଏବଂ ଏମ ସନ୍ତୋଷୀନୀ ପାତ୍ର ସଭା ପରିଚାଳନା କରିଥିଲେ। ଛାତ୍ରୀ ମାନସୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ୨୦୨୪-୨୬ ଛାତ୍ରୀଛାତ୍ରଙ୍କୁ ମଧ୍ୟ ଆଜି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉଦଘାଟନୀ ଉତ୍ସବରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ତତ୍କାଳୀନ ଅଧ୍ୟକ୍ଷ ବିଭାସ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
Dharitri – Odisha’s No.1 Odia Daily

