ଦୁର୍ବଳ ଭିତ୍ତିଭୂମି ପ୍ରତି ପଡ଼ୁନି ଦୃଷ୍ଟି

ଛେଣ୍ଡିପଦା,୧୦।୮(ସ୍ବ.ପ୍ର.): ୪୧ ବର୍ଷର ପ୍ରାଥମିକ ବିଦ୍ୟାଳୟ। ହେଲେ ୫ଟି ଶ୍ରେଣୀର ପିଲାଙ୍କ ପାଇଁ ନାହିଁ ୫ଟି ଶ୍ରେଣୀଗୃହ। ଯେଉଁ ୩ଟି କୋଠରି ଅଛି, ସେଥିରୁ ୨ଟି ବିପଦପୂର୍ଣ୍ଣ। କେତେବେଳେ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି ତ ପୁଣି ବର୍ଷା ହେଲେ ଗଳୁଛି ପାଣି। ଜଳ ଯୋଗାଣ ପାଇପ୍‌ ବିଛାଯିବାକୁ ଭଙ୍ଗାଯାଇଥିବା ପାଚେରିର ଫାଟକ ଢଳି ରହିଥିଲେ ମଧ୍ୟ ତାହାର ପ୍ରତିକାର କରାଯାଉ ନାହିଁ। ଅନୁଗୋଳ-ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଟାଙ୍ଗରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଏତେ ଦୁର୍ବଳ ଅବସ୍ଥାରେ ଥିଲେ ବି ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏହାକୁ ନେଇ ପରିଚାଳନା କମିଟି ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୧୯୮୧ ମସିହାରେ ନିର୍ମିତ ଟାଙ୍ଗରସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ମୋଟ ୫୫ ପିଲା ପଢ଼ୁଛନ୍ତି। କିନ୍ତୁ ଆବଶ୍ୟକ ଶ୍ରେଣୀ ଗୃହ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ୫ଟି ଶ୍ରେଣୀର ପିଲାଙ୍କ ପାଇଁ ୫ଟି କୋଠରି ପ୍ରଶାସନ ନିର୍ମାଣ କରି ନ ଥିବାରୁ ଏଠାରେ ୩ଟି ଗୃହରେ ହିଁ ପିଲାଙ୍କୁ ବସିବାକୁ ପଡ଼ୁଛି। ପୂର୍ବରୁ ଥିବା ଏକ ଛାତ କୋଠରିର ଅବସ୍ଥା ଅତ୍ୟନ୍ତ ଖରାପ ଅବସ୍ଥାକୁ ଆସିଯାଇଛି। ଉପରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ପିଲାଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ବର୍ଷା ହେଲେ ପାଣି ଗଳୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ସେହିପରି ଏକ ଟାଇଲ ଛାତ ଗୃହ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଅଛି। ତେବେ ଦୁଇବଖରା ଆଜବେଷ୍ଟସ ଘର ଭାଙ୍ଗି ମାତ୍ର ଗୋଟିଏ ନୂଆ ଛାତ କୋଠରି ନିର୍ମାଣ କରାଯିବା ଏକମାତ୍ର ଆଶ୍ୱାସନା ପାଲଟିଛି। ସେହିପରି ଗ୍ରାମ୍ୟ ମେଗା ଜଳଯୋଗାଣ ପ୍ରକଳ୍ପର ପାଇପ୍‌ ବିଛାଯିବା ପାଇଁ ୨ ପଟ ପାଚେରି ଭଙ୍ଗାଯାଇଥିବାବେଳେ ତାହାକୁ ନିର୍ମାଣ କରାଯାଉ ନାହିଁ। ଫଳରେ ବିଦ୍ୟାଳୟ ପରିସରରେ ଗୋରୁ ପଲ ପଶିଯାଉଥିବା ବେଳେ ରାତିରେ ମଦ୍ୟପଙ୍କ ଏହା ଆଡ଼୍ଡାସ୍ଥଳ ପାଲଟିଛି। ଦୁଇଟି ଫାଟକ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। ଉକ୍ତ ଫାଟକ କାନ୍ଥ ଢଳି ରହିଥିବାରୁ ଛାତ୍ରୀଛାତ୍ରମାନେ ଭୟ ମଧ୍ୟରେ ଯାତାୟାତ କରୁଛନ୍ତି। ଦୟନୀୟ ହୋଇପଡ଼ିଥିବା ଏହି ଶିକ୍ଷାନୁଷ୍ଠାନ ସମ୍ପର୍କରେ ପରିଚାଳନା କମିଟି ଓ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉ ନାହିଁ। ଏହି ରାଜପଥ ଦେଇ ସର୍ବଦା ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଛନ୍ତି। ହେଲେ ସେମାନଙ୍କ ଦୃଷ୍ଟିରେ ଏହା କିପରି ପଡ଼ୁନାହିଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

 

ଭିତ୍ତିଭୂମି ସୁଦୃଢ଼ କରାଯାଉ
ବିଦ୍ୟାଳୟର ବିପଦପୂର୍ଣ୍ଣ ଅବସ୍ଥା ସମ୍ପର୍କରେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି କରାଯାଇଛି। ହେଲେ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଜିଲା ପ୍ରଶାସନ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବାକୁ ଦାବି ହେଉଛି।
-ଅନାମ ସାହୁ, ୱାର୍ଡ ସଭ୍ୟ
ବର୍ଷା ହେଲେ ପାଠପଢ଼ା ବନ୍ଦ
ବର୍ଷା ହେଲେ ଟାଙ୍ଗରସାହି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରୁ ପାଣି ଗଳୁଛି। ଫଳରେ ପିଲାଙ୍କ ପାଠପଢା ବନ୍ଦ ରହୁଛି। କୋଠରିଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନଙ୍କୁ ସେଠାରେ ବସାଯାଉଛି। ବାରମ୍ବାର ଆପତ୍ତି ଅଭିଯୋଗ କରାଗଲେ ମଧ୍ୟ ତାହାକୁ କର୍ଣ୍ଣପାତ କରାଯାଉ ନାହିଁ।
ପ୍ରିୟଙ୍କା ବାରିକ, ପରିଚାଳନା କମିଟି ସଭାପତି
ବହୁ ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର
ଦୀର୍ଘବର୍ଷର ଏହି ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରେଣୀଗୃହ ନିର୍ମାଣ କରା ନ ଯିବା ବଡ଼ ପରିତାପର ବିଷୟ। ଏ ନେଇ ବହୁବାର ଅଭିଯୋଗ ପରେ ଦୁଇଟି ପୁରୁଣା ଆଜବେଷ୍ଟସ ଗୃହ ଭାଙ୍ଗି ଗୋଟିଏ ମାତ୍ର ଶ୍ରେଣୀଗୃହ ନିର୍ମାଣ କରାଯାଇଛି। କିନ୍ତୁ ଏହା ସମସ୍ୟାର ସମାଧାନ କରିପାରି ନ ଥିବାରୁ ଛାତ୍ରୀଛାତ୍ରମାନେ ବହୁ ଅସୁବିଧା ଭୋଗୁଛନ୍ତି।
-ରଞ୍ଜନ କୁମାର ସାହୁ, ପୁରାତନ ଛାତ୍ର
ଅର୍ଥ ଆସିଲେ ନିର୍ମାଣ କାମ ହେବ
ପାଚେରି ଭାଙ୍ଗିଥିବା ସଂସ୍ଥା ଏ ନେଇ ଆବଶ୍ୟକ ଟଙ୍କା ଜମା କରିବା ପରେ ପାଚେରି ମରାମତି କରାଯିବ। ଜିଲା ଖଣିଜ ପାଣ୍ଠି ଅର୍ଥରେ ନୂତନ ଶ୍ରେଣୀଗୃହ ନିର୍ମାଣ ଓ ମରାମତି କରିବା ନିମନ୍ତେ ବିଡିଓଙ୍କୁ ଅବଗତ କରାଯାଇଛି। ଅର୍ଥ ଆସିଲେ କାର୍ଯ୍ୟ କରାଯିବ। ତେବେ ସରପଞ୍ଚ ଚାହିଁଲେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ କରିପାରିବେ।
-ମଧୁସ୍ମିତା ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri