ପିଲାଙ୍କୁ ଉପେକ୍ଷା

ଆକାର ପଟେଲ

ଚଳିତ ମାସ ପ୍ରାରମ୍ଭରେ ଉପସ୍ଥାପିତ ବଜେଟକୁ ଦୁଇଟି ବିଷୟ ପାଇଁ ପ୍ରଶଂସା କରାଗଲା। ପ୍ରଥମତଃ କୁହାଗଲା ବ୍ୟୟବରାଦ ପୁଞ୍ଜି ଖର୍ଚ୍ଚ ଠିକ୍‌ ବାଟରେ ହୋଇଛି, ଯାହା ଦୀର୍ଘମିଆଦୀ ଭିତ୍ତିରେ ଲାଭଦେବ। ଦ୍ୱିତୀୟରେ କୁହାଗଲା ଯେ, ଏହା ସମ୍ପୂର୍ଣ୍ଣ ସ୍ବଚ୍ଛ। ବଜେଟରେ ବିତ୍ତୀୟ ନିଅଣ୍ଟ ତିନିଗୁଣା ବଢ଼ିଥିବା ସରକାର ଅନ୍ତତଃପକ୍ଷେ ସ୍ବୀକାର କରିଛନ୍ତି। ସମ୍ଭବତଃ ବଜେଟ ସମ୍ପର୍କରେ ଜାଣି ନ ଥିବା ବ୍ୟକ୍ତିଙ୍କୁ ଏହି ଦୁଇଟି ବିଷୟ ଏକ ଉତ୍ତମ ବଜେଟ ଲାଗି ଯଥେଷ୍ଟ ବୋଲି ମନେ ହୋଇପାରେ। ବାସ୍ତବରେ ୧୯୯୧ର ବଜେଟକୁ ବାଦ୍‌ଦେଲେ ମୋ ଜାଣିବାରେ ଅଧିକାଂଶ ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଭଳି କୌଣସି ବଜେଟ ହୋଇନି। ତେବେ ଏହା ସ୍ପଷ୍ଟ ଯେ ଅତି ଜରୁରୀ ଦିଗକୁ ଏହି ବଜେଟ ଅଣଦେଖା କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିତ୍ବା ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦୨୦ କିଛି ଭୟଙ୍କର ସାଂଖି୍ୟକ ତଥ୍ୟ ପ୍ରକାଶ କରିଛି। ଜଣାପଡ଼ିଛି ଯେ, ୪ଟି ମୁଖ୍ୟ ମାନକ ଯାହା ଆମ ପିିଲାମାନଙ୍କ ପୋଷଣ ସମ୍ବନ୍ଧୀୟ ସ୍ଥିତିକୁ ସୂଚାଇଥାଏ, ତାହା ରାଜ୍ୟଗୁଡ଼ିକରେ ୨୦୧୫-୧୬ ତୁଳନାରେ ୨୦୧୯-୨୦୨୦ରେ ରେକର୍ଡ ସ୍ତରର ହ୍ରାସ ଘଟିଛି। ଗୁଜରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ପିଲାମାନଙ୍କର ଆନେମିକ (ରକ୍ତହୀନତା) ଏବଂ ଓ୍ବେଷ୍ଟେଡ୍‌ (ପିଲାଙ୍କ ଉଚ୍ଚତା ଅନୁସାରେ କମ୍‌ ଓଜନ)ର ଅନୁପାତ ୧୫ ବର୍ଷ ପୂର୍ବର ୨୦୦୫-୦୬ର ସ୍ତରଠାରୁ ଅତ୍ୟଧିକ ଉଚ୍ଚରେ ରହିଛି। ଏହା ବିକାଶର ବିପର୍ଯ୍ୟୟକୁ ସୂଚାଉଛି। ଏପରି କି ଏହି ମାନକଗୁଡ଼ିକରେ ସବୁଠୁ ଆଗରେ ରହିଆସିଥିବା କେରଳରେ ୨୦୧୫-୧୬ ତୁଳନାରେ ୨୦୧୯-୨୦୨୦ରେ ଦୁର୍ବଳ ସ୍ତରରେ ରହଛି। ଉକ୍ତ ସର୍ଭେରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ତଥ୍ୟ ପ୍ରକାଶ କରାଯିିବା ସହ ୧୦ଟି ପ୍ରମୁଖ ରାଜ୍ୟର ତଥ୍ୟ ଉପରେ ଗଭୀର ଅନୁଧ୍ୟାନ କରାଯାଇଥିଲା। ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ପିଲାମାନଙ୍କ ରକ୍ତହୀନତା ସମସ୍ୟା ଏହି ୧୦ଟି ରାଜ୍ୟରେ ଅଧିକ। ଗୁଜରାଟ, ହିମାଚଳପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୦୬ ତୁଳନାରେ ୨୦୧୯-୨୦୨୦ରେ ଅଧିକ ପ୍ରତିଶତ ରକ୍ତହୀନତା ପୀଡ଼ିତ ପିଲା ରହିଥିଲେ। ଆସାମ, ଗୁଜରାଟ, କର୍ନାଟକ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୦୬ ତୁଳନାରେ ୨୦୧୯-୨୦ରେ ଅଧିକ ପ୍ରତିଶତ ଓ୍ବେଷ୍ଟେଡ ବର୍ଗର ପିଲା ରହିଥିଲେ। ୧୦ଟି ରାଜ୍ୟରୁ ୭ଟିରେ ଅଣ୍ଡର୍‌ଓ୍ବେଟ (ବୟସ ଅନୁସାରେ କମ୍‌ ଓଜନ) ୨୦୧୫-୧୬ ଅପେକ୍ଷା ୨୦୧୯-୨୦ରେ ବହୁତ କମ୍‌ ଓ ୬ଟି ରାଜ୍ୟରେ ଷ୍ଟୁଣ୍ଟିଂ (ବୟସ ଅନୁସାରେ କମ୍‌ ଉଚ୍ଚତା)୨୦୧୫-୧୬ ତୁଳନାରେ ଅଧିକ ରହିଥିଲା। ଅନୁଧ୍ୟାନରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ ଏବଂ ପଶ୍ଚିମବଙ୍ଗରେ ଡାଇରିଆ ହାର ବୃଦ୍ଧି ପାଇଥିଲା। ବିହାରରେ ଏହା ୨୦୧୫-୧୬ରେ ୧୦.୪% ରହିଥିଲାବେଳେ ୨୦୧୯-୨୦ରେ ପହଞ୍ଚିଥିଲା ୧୩.୭%ରେ। ଏହା ହିଁ ବାସ୍ତବ ସ୍ଥିତି। ସମସ୍ୟା ହେଉଛି ବଜେଟ ଏହାକୁ ସ୍ବୀକାର କଲା ନାହିଁ କି ଏହି ସମସ୍ୟା ପ୍ରତି ଧ୍ୟାନ ଦେଲାନାହିଁ।
ଦିନକୁ ଗୋଟିଏ ବେଳାର ଖାଦ୍ୟ ପାଇଁ ପିଲାମାନେ ମଧ୍ୟାହ୍ନଭୋଜନ ଉପରେ ନିର୍ଭର କରନ୍ତି। ଏଥିରେ ବି ପିଲାଙ୍କୁ ଉପେକ୍ଷା କରାଗଲା। ଏ ବାବଦରେ ୨୦୨୧ ଆର୍ଥିକ ବର୍ଷର ୧୩,୪୦୦ କୋଟି ଟଙ୍କାରୁ କମାଇ ୨୦୨୨ରେ ୧୧,୫୦୦ କୋଟି ଟଙ୍କା ରଖାଗଲା। ୭ ବର୍ଷ ପୂର୍ବରୁ ଯାହା ରହିଥିଲା ଏହା ତା’ଠାରୁ ବି କମ୍‌ ହେଲା। ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ସ୍କୁଲ ଯାଇ ନ ଥିବା ୬ ବର୍ଷ ବୟସରୁ କମ୍‌ ପିଲା ଓ ସେମାନଙ୍କ ମା’ମାନଙ୍କୁ ଖାଦ୍ୟ, ଶିକ୍ଷା, ପ୍ରାଥମିକ ସ୍ବାସ୍ଥ୍ୟସେବା, ଟିକାରକରଣ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଏସମ୍ପର୍କିତ ସେବା ଯୋଗାଇଦିଏ। କିନ୍ତୁ ଏ ବଜେଟରେ ଏଥିପାଇଁ କମ୍‌ ବରାଦ କରାଯାଇଛି। ୨୦୧୪-୧୫ରେ ଏଥିପାଇଁ ୧୮,୬୯୧ କୋଟି ଟଙ୍କା ରଖାଯାଇଥିବାବେଳେ ୨୦୨୨ ଆର୍ଥିକ ବର୍ଷରେ ରଖାଗଲା ୧୬,୮୮୮ କୋଟି ଟଙ୍କା।
୨୦୨୨ ସୁଦ୍ଧା ପୋଷଣ ସମ୍ବନ୍ଧୀୟ ପରିଣାମରେ ଉନ୍ନତି ଆଣିବା ଲାଗି ଆରମ୍ଭ କରାଯାଇଥିବା ‘ପୋଷଣ ଅଭିଯାନ’ରେ ବାଧା ଆଣିଲା। ଅକ୍ଟୋବର ୩୧ ସୁଦ୍ଧା ନିର୍ଦ୍ଧାରିତ ବାର୍ଷିକ ପରିବ୍ୟୟର ମାତ୍ର ୪୬% ସରକାର ଦେଇଛନ୍ତି। ୨୦୨୨ ବଜେଟରେ ଏହାକୁ ୨୭% କମାଇ ଦିଆଯାଇଛି। ପାନୀୟ ଜଳ ଓ ପରିମଳ ବିଭାଗର ବଜେଟ ୨୧,୦୦୦ କୋଟି ଟଙ୍କାରୁ ୬୦,୦୩୦ କୋଟି ଟଙ୍କାକୁ ବୃଦ୍ଧି କରାଗଲା। କିନ୍ତୁ ସେଥିମଧ୍ୟରୁ ୫୦,୦୦୦ କୋଟି ଟଙ୍କା କେନ୍ଦ୍ରୀୟ ରାସ୍ତା ଓ ଭିତ୍ତିଭୂମି ପାଣ୍ଠିକୁ ଦିଆଯାଇଛି। ଲଜ୍ଜାଜନକ ପ୍ରଶ୍ନବାଣରୁ ବଞ୍ଚିବା ଲାଗି ଏହା ଏକ ସ୍ପଷ୍ଟ ଯୋଜନା ଭଳି ଜଣାପଡୁଛି। ଆଇସିଡିଏସ୍‌ ପୋଷଣ ଅଭିଯାନ, କିଶୋରୀ ବାଳିକା ଯୋଜନା ଏବଂ ରାଷ୍ଟ୍ରୀୟ ଶିଶୁଗୃହ ଯୋଜନା ସହ ଆଇସିଡିଏସ୍‌କୁ ସଂଯୋଜିତ କରି କୁହାଗଲା ସକ୍ଷମ। କେବଳ ଆଇସିଡିଏସ୍‌ ପାଇଁ ପୂର୍ବ ବର୍ଷ ବଜେଟରେ ଯହା ଥିଲା ସକ୍ଷମ ପାଇଁ ୨୦୨୨ ବଜେଟରେ ତା’ଠାରୁ କମ୍‌ ରଖାଗଲା। ଗର୍ଭବତୀ ମହିଳାମାନଙ୍କୁ ଲାଭ ପହଞ୍ଚାଇବା ଲାଗି କରାଯାଇଥିବା କେନ୍ଦ୍ରର ପ୍ରଧାନମନ୍ତ୍ରୀ ମାତୃବନ୍ଧନ ଯୋଜନା, କନ୍ୟାଶିକ୍ଷା ପାଇଁ ବେଟି ବଚାଓ ବେଟି ପଢ଼ାଓ ଯୋଜନା, ମହିଳା ଶକ୍ତି କେନ୍ଦ୍ର ଏବଂ ମହିଳା ଓ ଶିଶୁ କଲ୍ୟାଣ ପାଇଁ କରାଯାଇଥିବା ଅନ୍ୟସବୁ ସାଧାରଣ ଯୋଜନାକୁ ସଂଯୋଜିତ କରି କୁହାଗଲା ସାମର୍ଥ୍ୟ। ୨୦୨୧ରେ ବଜେଟରେ ଏହା ୨୮୫୮ କୋଟି ଟଙ୍କା ପାଇଥିବାବେଳେ ୨୦୨୨ରେ ପାଇଲା ୨୫୨୨ କୋଟି ଟଙ୍କା। ଆୟୁଷ୍ମାନ ଭାରତ ପାଇଁ ଗତ ବର୍ଷ ବଜେଟରେ ଥିଲା ୬୪୦୦ କୋଟି ଟଙ୍କା ଏବଂ ଏହି ବଜେଟରେ ବି ସେତିକି ରଖାଗଲା। ସର୍ବନିମ୍ନ ମଜୁରି ଏବଂ ଅଙ୍ଗନଓ୍ବାଡି ଏବଂ ସ୍ବୀକୃତିପ୍ରାପ୍ତ ସାମାଜିକ ସ୍ବାସ୍ଥ୍ୟ କର୍ମକର୍ତ୍ତା, ଯାହାଙ୍କୁ ମୋଦି କହୁଛନ୍ତି ‘କରୋନା ଯୋଦ୍ଧା’, ସେମାନଙ୍କ ପାଇଁ ଏହି ବଜେଟରେ କୌଣସି ପ୍ରାବଧାନ ହୋଇପାରିଲାନାହିଁ। ସେମାନେ ଏହା ବିରୋଧରେ କିଛି କହିପାରିବେ ନାହିଁ। ସେମାନେ ଲୋଡ଼ିବେ ସରକାରରୁ ଏହା ବିରୋଧରେ ପ୍ରତିବାଦର ସ୍ବର, କିନ୍ତୁ ଏ ବଜେଟରେ ତାହା ହୋଇପାରିଲା ନାହିଁ। ଆମର କୋଟିକୋଟି ପିଲାଙ୍କୁ ସଙ୍କଟରେ ପକାଇଆସୁଥିବା ଏକ ସମସ୍ୟା ସମ୍ବନ୍ଧରେ ସରକାର ଜାଣିଥିଲେ କି ନାହିଁ ତାହା ଆଗାମୀ ସର୍ଭେ ନ ହେବାଯାଏ ଆମେ ସେ ସମ୍ପର୍କରେ ଜାଣିପାରିବାନି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri