‘ଆତ୍ମା’ କର୍ମଚାରୀଙ୍କୁ ଅଣଦେଖା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୃଷି ବୈଷୟିକ ପରିଚାଳନା ଏଜେନ୍ସି (ଆତ୍ମା) ହେଉଛି କୃଷି ବିଭାଗର ମେରୁଦଣ୍ଡ । ଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ କୃଷକମାନଙ୍କୁ ସହାୟତା କରିବା କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁ ରାଜ୍ୟ ସରକାରଙ୍କୁ ୪ ଥର କୃଷି କର୍ମଣ ପୁରସ୍କାର ମିଳି ସାରିଲାଣି। କେବଳ ଧାନ ନୁହେଁ, ମକା, ମାଣ୍ଡିଆ, ବାଜରା, ଯଅ ଆଦି ଚାଷ କ୍ଷେତ୍ର ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ମିଲେଟ ମିଶନ ମଧ୍ୟ ଆତ୍ମା କର୍ମଚାରୀଙ୍କ ଯୋଗୁ ସଫଳ ହୋଇଛି। କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର କୃଷିକୁ ଅଗ୍ରାଧିକାର ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏସବୁ ସଫଳତା ପଛରେ ଦିନରାତି ଏକକରି ବ୍ଲକ ଓ ଜିଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରାୟ ୧୪୦୦ରୁ ଊର୍ଦ୍ଧ୍ୱ ବ୍ଲକ ଟେକ୍ନୋଲୋଜି ମ୍ୟାନେଜର (ବିଟିଏମ୍‌) ଓ ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜର, ଜିଲା ସ୍ତରରେ କମ୍ପ୍ୟୁଟର ଅପରେଟର ଏବଂ ଆକାଉଣ୍ଟାଣ୍ଟମାନଙ୍କୁ ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଛି। ସ୍ବଳ୍ପ ପାରିଶ୍ରମିକରେ କ୍ଷେତ୍ରସ୍ତରରେ ଆଉଟସୋର୍ସିଂ ଜରିଆରେ କାର୍ଯ୍ୟ କରୁଥିବା ଏହି ଉଚ୍ଚଶିକ୍ଷିତମାନେ ଶୋଷଣର ଶିକାର ହୋଇ ଚାଲିଛନ୍ତି। ଘରୋଇ ସଂସ୍ଥା ଇପିଏଫ୍‌ ପ୍ରାପ୍ୟ ପଇଠ କରୁ ନ ଥିବା ଅଭିଯୋଗ ହୋଇଛି। ଏପରି କି ଦୀର୍ଘ ୪ ମାସ ହେବ ଦରମା ନ ପାଇ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି।
‘ଆତ୍ମା’ ଏକ କେନ୍ଦ୍ରୀୟ ପ୍ରକଳ୍ପ। ଏଥିପାଇଁ କେନ୍ଦ୍ର ସରକାର ୬୦% ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୪୦% ଅନୁଦାନ ଦେଉଛନ୍ତି। ୨୦୧୨ରୁ ଆତ୍ମା ଅଧୀନରେ କାର୍ଯ୍ୟ କରି ଆସୁଥିବା କର୍ମଚାରୀମାନେ ବ୍ଲକ କୃଷି ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଅହରହ କାର୍ଯ୍ୟକରି ଆସୁଛନ୍ତି। ରାଜ୍ୟ ସରକାରଙ୍କ କାଳିଆ, ବଳରାମ,ପିଏମ୍‌ କିଷାନ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ସଫଳ କରିବାରେ କର୍ମଚାରୀ ଗୁରୁଦାୟିତ୍ୱ ବହନ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ସାରା ରାଜ୍ୟରେ ୭୬ ଲକ୍ଷ କୃଷକଙ୍କର ଡାଟାବେସ୍‌ କାର୍ଯ୍ୟ ଚାଲିଛି। କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ କର୍ମଚାରୀମାନେ ଗଁା ଗଁା ବୁଲି କୃଷକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ସମସ୍ତ କାର୍ଯ୍ୟ ସତ୍ତ୍ୱେ ବ୍ଲକ ଓ ଜିଲାସ୍ତରୀୟ କୃଷି ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏପରି କି ଏହି କର୍ମଚାରୀମାନେ ଗତ ୪ ମାସ ହେବ ଦରମା ନ ପାଇ ଦହଗଞ୍ଜ ହେଉଛନ୍ତି। କେବଳ ସେତିକି ନୁହେଁ, କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ବାବଦରେ ଆଉଟ୍‌ସୋର୍ସିଂ ସଂସ୍ଥା ଇପିଏଫ୍‌ ଅର୍ଥ ପଇଠ କରୁନାହିଁ। ଏହାଛଡ଼ା କେନ୍ଦ୍ରୀୟ ଗାଇଡ୍‌ଲାଇନ ଅନୁଯାୟୀ କର୍ମଚାରୀଙ୍କୁ ପ୍ରତ୍ୟେକ ବର୍ଷ ୧୦% ମହଙ୍ଗା ଭତ୍ତା ଦିଆଯାଉ ନାହିଁ। ବିଟିଏମ୍‌ ଏବଂ ଏଟିଏମ୍‌ ତଥା ଆତ୍ମା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘ ଏ ବାବଦରେ କୃଷି ନିର୍ଦ୍ଦେଶକ, ଇମେଜ କର୍ତ୍ତୃପକ୍ଷ, କୃଷି ସଚିବ, କୃଷି ଉତ୍ପାଦନ କମିଶନରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏହାକୁ ନେଇ ଆତ୍ମା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆତ୍ମା ଓଡ଼ିଶା କର୍ମଚାରୀମାନଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ଦୂର କରିବା ସହ ତୁରନ୍ତ ପ୍ରତ୍ୟେକ ମାସରେ ଦରମା ଦେବା ସହିତ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri